Posted inUncategorized

ପହିଲି କାର୍ତ୍ତିକ ଅବସରରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼

କୋଣାର୍କ, ୧୫ା୧୦(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପହିଲି କାର୍ତ୍ତିକ ଅବସରରେ ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକମାସ ଅବସରରେ ମାସ ବ୍ୟାପି ବ୍ରତ ପାଳନ ଓ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା କରିବା ପାଇଁ ଚନ୍ଦ୍ରଭାଗାସ୍ଥିତ ଦରିଆ ମହାବୀର ମନ୍ଦିର ଓ ଛୋଟାରାମ ମଠରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ସମାଗମ ହୋଇଛି। କୋଣାର୍କସ୍ଥିତ ଚନ୍ଦ୍ରଭାଗାଠାରେ ସମାହିତ ହୋଇଥିବା ହବିଷିଆଳିଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ପାଇଁ ଆଲୋକ, ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ହବିଷିଆଳିିମାନେ କହିଛନ୍ତି। ପୁରୀ ପରି ଚନ୍ଦ୍ରଭାଗାଠାରେ ଅବସ୍ଥାନ କରୁଥିବା ହବିଷିଆଳିଙ୍କ ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରିବା ପାଇଁ ପୁରୀ ଜିଲାପାଳଙ୍କ ନିକଟରେ ଦୂରଦୂରାନ୍ତରୁ ଆସିଥିବା ହବିଷିଆଳିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ୟେଦୁରପ୍ପାଙ୍କ ପରେ କରୋନାକୁ ହରାଇଲେ ଏହି ମୁଖ୍ୟମନ୍ତ୍ରୀ

ଭୋପାଳ, ୧୧।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସୋମବାର କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଏହାର ଦିନକ ପରେ ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ...

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌)...

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ...

ଜନ୍ମବେଳେ ମୃତ ଘୋଷଣା କରିଥିଲେ ଡାକ୍ତର: କେବିସି ମଞ୍ଚରେ ଟଙ୍କା ସହ ହୃଦୟ ଜିତିଲେ ନୂପୁର

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ଜୀବନର ପ୍ରତିଟି ବାଧାବିଘ୍ନ। ଏଭଳି କିଛି ଦେଖିବାକୁ ମିଳିଛି ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ।...

ରାଜ୍ୟ ସଭାରେ ଏସ୍‌ପିଜି ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୪ା୧୨(ପି.ଟି.): ଏସ୍‌ପିଜି ସଂଶୋଧନ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳଗୁଡିକ କରିଥିବା ଅଭିଯୋଗକୁ ସ୍ବରାଷ୍ଟ୍ରମନ୍ତ୍ରୀ...


Coronavirus Update

Archives

Model This Week

Why Dharitri