ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ ପଲିଥିନ ତଳେ ଶୀତ କାକରରେ ପଡ଼ିଛନ୍ତି ଅଗ୍ନିବିପନ୍ନ। ଅନ୍ୟପଟେ ଦୁର୍ଘଟଣାର ୩ଦିନ ପରେ ବି ଆଶ୍ୱାସନା ଛଡ଼ା କିଛି ପାଇନାହାନ୍ତି କ୍ଷତିଗ୍ରସ୍ତ। ଗୋଟିଏ ପଟେ ସବୁକିଛି ହରାଇବାର ଦୁଃଖ ଅନ୍ୟପଟେ ପ୍ରଶାସନିକ ଅବହେଳା ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଉଁଶକଣ ମାଟିଆସାହି ଅଗ୍ନିବିପନ୍ନଙ୍କ ମଧ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ।
ମାଟିଆସାହିରେ ଗତ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୪ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୫ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଶନିବାର ବ୍ଲକ ଏବଂ ତହସିଲ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ତଦନ୍ତ କରାଯାଇଛି। ଏହାପରେ ବିପନ୍ନ ପରିବାରକୁ ପଲିଥିନ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ରବିବାର କ୍ଷତିଗ୍ରସ୍ତଙ୍କ ପାଖରେ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ପହଞ୍ଚତ୍ ନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କ୍ଷତିଗ୍ରସ୍ତ ପରିବାର ତଫସିଲଭୁକ୍ତ ଜନଜାତିର ହୋଇଥିବାରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେମାନେ ଗଣମାଧ୍ୟମ ସହାୟତାରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ତହସିଲଦାର ଶକ୍ତିକାନ୍ତ ରାଏ କୁହନ୍ତି, ଅଗ୍ନିକାଣ୍ଡରେ ସମ୍ପୃକ୍ତ ୫ ପରିବାର ସର୍ବସ୍ବ ହରାଇଛନ୍ତି। ଶନିବାର ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ ପ୍ରତି ପରିବାରକୁ ୯୫ ହଜାର ୧୦୦ ଟଙ୍କା ଲେଖାଏ ମିଳିବ। ଏଥିସହ ଅତ୍ୟାବଶ୍ୟକ ଉପକରଣ ବାବଦକୁ ୩ ହଜାର ୮୦୦ ଟଙ୍କା ମଧ୍ୟ ଦିଆଯିବ। କ୍ଷତିଗ୍ରସ୍ତମାନେ ଯେପରି ଯଥାସମ୍ଭବ ସରକାରୀ ସହାୟତା ପାଇପାରିବେ ସେ ବ୍ୟବସ୍ଥା କରାଯାଉଥିବା ତହସିଲଦାର ସୂଚନା ଦେଇଛନ୍ତି।
ଭାବୀ ବର ଦେଲେ ଭାରତୀଙ୍କୁ ଆଶ୍ୱାସନା
ବାଉଁଶକଣ ଅଗ୍ନିକାଣ୍ଡରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ବିଶ୍ୱନାଥ ପଧାନଙ୍କ ପରିବାର। ଝିଅ ଭାରତୀଙ୍କ ବିବାହ ମାର୍ଚ୍ଚ ୧୧ରେ କରିବାକୁ ସ୍ଥିରୀକୃତ ହୋଇଥିବାବେଳେ ନିଅଁାରେ ସବୁକିଛି ପାଉଁଶ ହୋଇଯାଇଛି। ଦରପୋଡ଼ା କଂସାବାସନକୁ ବାଦ୍‌ଦେଲେ ଆଉ କିଛିନାହିଁ। ଏପଟେ ବିବାହକୁ ହାତଗଣତି ଦିନ ବାକି ଥିବାବେଳେ କେମିତି ସବୁ କାର୍ଯ୍ୟ ଠିକ୍‌ ସମୟରେ ହେବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଶ୍ୱନାଥ। ଅନ୍ୟପଟେ ଭାବୀ ବରଙ୍କଠାରୁ ଭାରତୀଙ୍କୁ ଆଶ୍ୱାସନା ମିଳିଛି। ସମ୍ପର୍କୀୟ କିମ୍ବା ମନ୍ଦିରରେ ବିବାହ କାର୍ଯ୍ୟ ପାଇଁ ଶାଶୁଘର ଲୋକେ ସହମତି ଦେଇଛନ୍ତି। ତା’ ସାଙ୍ଗକୁ ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଇଛନ୍ତି, ଯାହା ଭାରତୀ ଏବଂ ବିଶ୍ୱନାଥଙ୍କୁ ସାମାନ୍ୟ ଦମ୍ଭ ଦେଇଛି। ଏପରି ଦୁଃଖ ସମୟରେ ପ୍ରଶାସନ, ଜନପ୍ରତିନିଧି କିମ୍ବା ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଝିଅ ବାହାଘର ସୁରୁଖୁରୁରେ ହୋଇପାରନ୍ତା ବୋଲି ବିଶ୍ୱନାଥ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri