ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କଠାରୁ ପରଭଳି ବ୍ୟବହାର ସହିବାକୁ ପଡ଼ିଛି। ଭିଣୋଇଙ୍କ ସାଙ୍ଗ ବାଇକ୍ରେ ଆଣି ହଠାତ୍ ଘରପାଖରେ ଛାଡ଼ିଦେଇ ଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଭଲମନ୍ଦ ପଚାରି ବୁଝିବା ପରିବର୍ତ୍ତେ ରାସ୍ତାକଡ଼ରେ ୩ ଘଣ୍ଟା ବସାଇ ବାହାରେ କ୍ୱାରାଣ୍ଟାଇନ୍ରେ ରଖିବା କିମ୍ବା କୋଭିଡ୍ ଟେଷ୍ଟ ପାଇଁ ପ୍ରଶାସନକୁ ଜଣାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସନ୍ଧ୍ୟାରେ ଅନୁଗୋଳ ସହରସ୍ଥିତ ରାଧାରମଣପଡ଼ାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବାର ଲୋକଙ୍କୁ ବୁଝାଶୁଝା କରି ରାତି ପ୍ରାୟ ୯ଟାରେ ପ୍ରଶାସନ ନାବାଳିକାଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗର୍ଭବତୀ ଥିବା ବଡ଼ଭଉଣୀଙ୍କୁ ସହଯୋଗ କରିବାକୁ ଦୁଇମାସ ତଳେ ଭିଣୋଇ ସମ୍ପୃକ୍ତା ନାବାଳିକାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ। ହେଲେ ବୁଧବାର ଅପରାହ୍ନରେ କାହାକୁ କିଛି ନ ଜଣାଇ ଭିଣୋଇ ଜଣେ ସାଙ୍ଗଙ୍କ ସହ ବାଇକ୍ରେ ତାଙ୍କୁ ଅନୁଗୋଳସ୍ଥିତ ଘରକୁ ପଠାଇ ଦେଇଥିଲେ। ନାବାଳିକା ଜଣକ ଭୁବନେଶ୍ୱରରୁ ଫେରିଥିବା ଦେଖି କରୋନା ସନ୍ଦେହରେ ଭୟଭୀତ ପରିବାର ଲୋକେ ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ। ଏଥିସହ ରାସ୍ତା କଡ଼ରେ ବସାଇ ରଖି ବାହାରେ କେଉଁଠି ସଙ୍ଗରୋଧରେ ରଖାଯିବା ନଚେତ କୋଭିଡ୍ ଟେଷ୍ଟ କରିବାକୁ ସେମାନେ ପୌର ପ୍ରଶାସନକୁ କହିଥିଲେ। କିନ୍ତୁ ଏତେ ଛୋଟ ପିଲାକୁ ନେଇ କ୍ବାରାଣ୍ଟାଇନ୍ରେ ରଖି ହେବ ନାହିଁ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିବା ପରେ ପରିବାର ଲୋକେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଯୋଗାଯୋଗ କରିଥିଲେ। ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିବାର ଲୋକଙ୍କୁ ବୁଝାଶୁଝା କରି ନାବାଳିକାଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖାଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମଧ୍ୟ ସେଠାରେ ପହଞ୍ଚତ୍ଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। କିନ୍ତୁ ୧୨ ବର୍ଷର ଝିଅଟିକୁ ନେଇ ଅନ୍ୟକେଉଁଠି ସଙ୍ଗରୋଧରେ ରଖାଯିବା ସମ୍ଭବ ନୁହେଁ ବୋଲି ବୁଝାଶୁଝା ପରେ ସମସ୍ୟାର ସମାଧାନ ହୋଇଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ଜେଜେ କହିଛନ୍ତି, ଗୋଟିଏ ବଖରାରେ ପରିବାରର ସମସ୍ତେ ରହୁଛନ୍ତି। ତେଣୁ ଭୁବନେଶ୍ୱରରୁ ଫେରିଥିବା ନାତୁଣୀଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିବାରେ ଅସୁବିଧା ହେବ ବୋଲି ଅନୁଭବ କରି କିଛି ଭିନ୍ନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣାଯାଇଥିଲା।
Posted inଅନୁଗୋଳ, ଆମ ଜିଲା ଖବର View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

