ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର ପ୍ରାକୃତିକ ପରିବେଶ ଓ ଜଙ୍ଗଲ ପରିବେଷ୍ଟିତ ପ୍ରକୃତିଦତ୍ତ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ଜିଲାକୁ ଆକୃଷ୍ଟ କରିଥାଏ। ଏବେଭି ବହୁ ଅନାଲୋଚିତ ଜଳପ୍ରପାତ ଜିଲାରେ ରହିଛି ଯାହାକି ଦୃଷ୍ଟିକୁ ଆସି ପାରିନାହିଁ । ଶୀତ ଦିନ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହାର ପ୍ରାକୃତିକ ଜଙ୍ଗଲ, ପାହାଡ ତଥା ଅଙ୍କାବଙ୍କା ରାସ୍ତା, ପାହାଡ଼ରେ ରାଶି/ସୋରିଷ କ୍ଷେତର ସୌନ୍ଦର୍ଯ୍ୟ ସାଙ୍ଗକୁ ଝରଣା ଓ ଜଳପ୍ରପାତ ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଥାଏ। କେନ୍ଦୁଝର ଜିଲାରେ ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚା ଘାଗୀ, ହାଣ୍ଡିଭଙ୍ଗା, ଭୀମ କୁଣ୍ଡ, ମୁର୍ଗା, ଗିରିଡିବନ୍ଧ, ଅସୁରଖୋଲ, ପିଶାଚୁଣୀ, ବାରାଗଡ, କାଇଁଝରୀ, ପୁଟୁଘରଘାଗୀ ଭଳି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଳପ୍ରପାତ ରହିଛି । ତେବେ ସେଥିରୁ ଅନେକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିବାରୁ ଅବହେଳିତ ହୋଇ ରହିଛି।
ଏପରିକି ଦୀର୍ଘ ବହୁ ବର୍ଷ ହେଲା ଜିଲା ପର୍ଯ୍ୟଟନ ଉନ୍ନୟନ କାଉନସିଲ ବୈଠକ ବସୁ ନ ଥିବାରୁ ସେସବୁ ମାନ୍ୟତା ପାଇପାରୁନାହିଁ କିମ୍ବା ବିକାଶ ହୋଇ ପାରୁନାହିଁ । ତେବେ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପ୍ରଶାସନ ଯେଉଁ ଭଳି ଭାବରେ ଉଦ୍ୟମ କରୁଛି ସେଭଳି ଉଦ୍ୟମ ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ହରିଚନ୍ଦନପୁର ଓ ଘଟଗାଁ ବ୍ଲକ ସୀମାରେ ଥିବା ମୂଷଳ ନାଳ ଉପରେ ଥିବା ଗୁଣ୍ଡିଚାଘାଗୀ ପର୍ଯ୍ୟଟନ କେନ୍ଦ୍ରରେ ଥିବା ଏକାଧିକ ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାରେ ରହିଛି ଭୀମକୁଣ୍ଡ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର। ଏଠାରେ ରହିଛି ବୈତରଣୀ ନଦୀରେ ଜଳପ୍ରପାତ । ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଥିଲେ ହେଁ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁ ବିକାଶ ମୂଳକ କାର୍ଯ୍ୟ କରାଯାଉଥିଲେ ହେଁ କେନ୍ଦୁଝର ଜିଲା ପର୍ଯ୍ୟଟନ ମାନଚିତ୍ରରେ ଅଦ୍ୟାବଧି ସ୍ଥାନ ପାଇପାରିନାହିଁ ।
ବାଂଶପାଳ ବ୍ଲକର କାଦକଳା ନିକଟରେ ଥିବା ସୁନ୍ଦରଗଡ ଜିଲା ସୀମାରେ ରହିଛି ସୁଉଚ୍ଚ ସାୈନ୍ଦର୍ଯପୂର୍ଣ୍ଣ ଖଣ୍ଡାଧାର ଜଳପ୍ରପାତ। ଏଠାରେ ଜଳପ୍ରପାତରେ ଗାଧୋଇବା, ବହୁ ଉପରୁ ପାଣି ପଡୁଥିବାରୁ ପଥରରେ ପଡି ଜଳବିନ୍ଦୁ ଚର୍ତୁଦ୍ଦିଗ ବିଛୁରିତ ହୋଇ କୁହୁଡିଆ ପରିବେଶ ଓ ସେଥିରେ ତୀର୍ଯ୍ୟକ ଆଲୋକ ପଡି ଭାସମାନ ଇନ୍ଦ୍ରଧନୁ ଦୃଶ୍ୟ ମନମୁଗ୍ଧ କରିଥାଏ। ଝାଡ଼ଖଣ୍ଡ ରାଜ୍ୟ ସୀମାରେ ଥିବା ଯୋଡାବ୍ଲକର ମୁର୍ଗା ଠାରେ ଥିବା ମୁର୍ଗାନାଳ ଉପରେ ଜଳପ୍ରପାତରେ ଗାଧୋଇବାର ମଜା ନେବା ସହ ଭୋଜିଭାତ, ମୁର୍ଗାମହାଦେବଙ୍କ ଦର୍ଶନ ପାଇଁ ଉଭୟ ରାଜ୍ୟରୁ ଲକ୍ଷାଧିକ ପର୍ଯ୍ୟଟକ ବର୍ଷତମାମ ଆସିଥାନ୍ତି । ଖଣିଖାଦାନ ପ୍ରଭାବରେ ଏହାର ଜଳ ପ୍ରଦୂଷିତ ହୋଇ ନାଲି ହୋଇଯାଉଥିଲେ ହେଁ ପ୍ରତିକାର କରାଯାଉ ନାହିଁ।
ଯୋଡା ବ୍ଲକର ପ୍ରାକୃତିକ ପରିବେଶ ମଧ୍ୟରେ ଅନ୍ୟ ଏକ ପର୍ଯ୍ୟଟନ କେନ୍ଦ୍ର ହାଣ୍ଡିଭଙ୍ଗା ଜଳପ୍ରପାତ ରହିଛି । ଖଣି ଖାଦାନ ପ୍ରଭାବରେ ଏହାର ପରିବେଶ ନଷ୍ଟ ହେବାକୁ ବସିଛି। ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅସୁରଖୋଲ ଜଳପ୍ରପାତଟିର ବିକାଶ ଓ ପ୍ରଚାରପ୍ରସାର ଅଭାବରୁ ବାହାର ପର୍ଯ୍ୟଟକଙ୍କ ନଜର ପଡୁନାହିଁ। ସେହିପରି ତେଲକୋଇ ବ୍ଲକର ପୁଟୁଘରଘାଗୀ, ଯୋଡା ବ୍ଲକର ପିଶାଚୁଣୀ, ବାଂଶପାଳ ବ୍ଲକର ବାରାଗଡ ପଞ୍ଚାୟତର ଘାଗରା, ସଦର ବ୍ଲକରେ ମହାଦେଇଯୋଡା ବ୍ଲକରେ ଥିବା ଘାଗରା, ସଦର ବ୍ଲକର ଗିରିଡିବନ୍ଧ ଜଳପ୍ରପାତର ବିକାଶ କରାଯାଉନଥିବାରୁ ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି। ସରକାର ଆଦିବାସୀ ପର୍ଯ୍ୟଟନର ବିକାଶ କଥା କହୁଥିବା ବେଳେ କେନ୍ଦୁଝର ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ ଥିବା ପ୍ରାକୃତିକ ପରିବେଶ ସମୃଦ୍ଧ ଜଳପ୍ରପାତ ଓ ଅନ୍ୟ କେନ୍ଦ୍ର ଗୁଡିକର ବିକାଶ କଲେ ଏହା ପରୋକ୍ଷରେ ସେମାନଙ୍କ ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri