Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ

ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା ଅନେକ ଦର୍ଶନୀୟ ସ୍ଥାନ ସବୁ ଦେଖିବାକୁ ପାଇପାରିବେ।  ଖାସ୍‌କରି ଏଠାକାର ତଓ୍ବାଙ୍ଗ ମଠ ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ…

ତଓ୍ବାଙ୍ଗ ଅରୁଣାଚଳ ପ୍ରଦେଶସ୍ଥିତ ଏମିତି ଏକ ସହର, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍‌ ଆକର୍ଷଣୀୟ। ସମୁଦ୍ରପତ୍ତନଠାରୁ ପ୍ରାୟ ୩,୦୪୮ ମିଟର ଉଚ୍ଚତାରେ ଥିବା ଏହି ସହରରେ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌କରି ଏଠାକାର ତଓ୍ବାଙ୍ଗ୍‌ ମଠ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ସେହିପରି ତଓ୍ବାଙ୍ଗର ସଂସ୍କୃତି ଓ ପରମ୍ପରା ବି ବେଶ୍‌ ମନଛୁଆଁ। ଫଳରେ ଏଠାକୁ ବୁଲିଗଲେ ଅନେକ ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ।

ତଓ୍ବାଙ୍ଗ ମଠ
ଏହା ଏକ ବୌଦ୍ଧମଠ। ଏହି ମଠର ନିର୍ମାଣ କାର୍ଯ୍ୟ ମେରାକ ଲାମା ଲୋଡ୍ରେ ଗ୍ୟାଟ୍‌ସୋଙ୍କ ଦ୍ୱାରା ୧୬୮୦-୮୧ ମସିହାବେଳେ କରାଯାଇଥିଲା। ସ୍ଥାନୀୟ ଏକ ପାହାଡ ଉପରେ ସ୍ଥାପିତ ହୋଇଥିବା ଉକ୍ତ ମଠଟି ସମୁଦ୍ରପତ୍ତନଠାରୁ ପ୍ରାୟ ଦଶ ହଜାର ଫୁଟ ଉଚ୍ଚତାରେ ରହିଅଛି, ଯଦ୍ଦ୍ବାରା ଏହି ସ୍ଥାନରେ ଠିଆ ହେଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିହୁଏ। ତା’ଛଡ଼ା ଆକାର ଦୃଷ୍ଟିକୋଣରୁ ବି ତଓ୍ବାଙ୍ଗ ମଠକୁ ଭାରତର ଅନ୍ୟତମ ବଡ଼ ମଠ ବୋଲି ମଧ୍ୟ କୁହାଯାଇଥାଏ, ଯେଉଁଠାରେ ଏକକାଳୀନ ସହସ୍ରାଧିକ ବୌଦ୍ଧ ସାଧୁ ରହିବାର ସୁବିଧା ଉପଲବ୍ଧ। ସେହିପରି ଏହି ମଠରେ ବୁଦ୍ଧଦେବଙ୍କର ଏକ ବିରାଟକାୟ ପ୍ରତିମୂର୍ତ୍ତି ବି ରହିଛି। ଅନ୍ୟପକ୍ଷେ ମଠ ନିକଟରେ ଏକ ଜଳଧାରା ମଧ୍ୟ ପ୍ରବାହିତ ହେଉଅଛି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହେବା ସହିତ ମଠରେ ଆବଶ୍ୟକ ହେଉଥିବା ଜଳାଭାବକୁ ବି ଦୂର କରି ଦେଇଥାଏ।

ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ
ପର୍ଯ୍ୟଟକ ଏଠାରେ ତଓ୍ବାଙ୍ଗ ମଠ ବ୍ୟତୀତ ଅନେକ ପାହାଡ, ଘାଟି, ପାହାଡି ଗାଁ, ଝରଣା ଆଦି ବି ଦେଖିପାରିବେ। ଏସବୁ ବ୍ୟତୀତ ତଓ୍ବାଙ୍ଗରେ ଇତିହାସ, ଧର୍ମ ତଥା ପୌରାଣିକ କଥାବସ୍ତୁର ଅନେକ ଉଦାହରଣ ଦେଖିବାକୁ ମିଳେ। ଫଳରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଅନେକ ନୂଆ ସ୍ଥାନ ଭ୍ରମଣ କରିବା ସହ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ।

କେବେ ଯିବେ
ତଓ୍ବାଙ୍ଗ ଯିବା ପାଇଁ ବର୍ଷର ସବୁ ସମୟ ଠିକ୍‌ ଥିଲେ ହେଁ, ଖାସ୍‌ କରି ଶୀତଦିନେ ଏଠାକୁ ପର୍ଯ୍ୟଟକ ବୁଲିଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଶୀତଦିନେ ଏଠାକାର ସ୍ଥାନେ ସ୍ଥାନେ ତୁଷାରପାତ ହୋଇଥାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ତୁଷାରପାତ ହେଲେ ଏଠାରେ ସ୍କିଂ କରିବାକୁ ବି ସୁବିଧା ହୋଇଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ଭଲ ବ୍ୟବସ୍ଥା ରହିଛି। ତେବେ ଗୌହାଟୀ ଏୟାରପୋର୍ଟ ଏବଂ ତେଜପୁର ଏୟାରପୋର୍ଟ ହେଉଛି ତଓ୍ବାଙ୍ଗର ଦୁଇ ନିକଟବର୍ତ୍ତୀ ପ୍ରମୁଖ ବିମାନବନ୍ଦର। ସେହିପରି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ ହେଉଛି ନାହାରଲାଗୁନ୍‌। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ନିଜ ସୁବିଧାନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ତଓ୍ବାଙ୍ଗରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?