ପର୍ଯ୍ୟଟନସ୍ଥଳର ବିକାଶ

ବୌଦ୍ଧ ଜିଲା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର। ପ୍ରାଚୀନ କୀର୍ତ୍ତିରାଜି, ଐତିହାସିକ କଳାକୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ଜିଲାରେ ଭରି ରହିଛି। ଏଠାରେ ଥିବା ଇକୋ ଟୁରିଜମର ପର୍ଯ୍ୟାପ୍ତ ସୁଯୋଗ ଜିଲାର ବିକାଶ ପାଇଁ ବାଟ ଫିଟାଇଛି। ତଥାପି ପର୍ଯ୍ୟଟନସ୍ଥଳର ଉନ୍ନତି ହୋଇପାରୁନି। ଏଥିପାଇଁ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ପ୍ରୟାସ ନାହିଁ। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି। ବୌଦ୍ଧ ସହରର ରାଜପ୍ରାସାଦ ନିକଟରେ ଥିବା ପଦ୍ମଫୁଲ ଆକୃତି ସିଂହାସନ ଉପରେ ୭ଫୁଟ ଉଚ୍ଚର ଭୂମିସ୍ପର୍ଶୀ ବୁଦ୍ଧଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। କଳା ମୁଗୁନି ପଥରରେ ନିର୍ମିତ ଶାନ୍ତ ମୁଦ୍ରାରେ ଥିବା ଏହି ମୂର୍ତ୍ତିକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିଥାନ୍ତି। ସେହି ବୁଦ୍ଧ ମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ସେହିପରି ବୌଦ୍ଧ ସହରଠାରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁରରେ ରହିଛି ବୁଦ୍ଧବିହାର। ସେହି ବୁଦ୍ଧକୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇନାହିଁ। ଫଳରେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ। ବୁଦ୍ଧବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ। ଅଷ୍ଟମ ଶତାବ୍ଦୀରେ ବୌଦ୍ଧର ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୂର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀମାନଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିର ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ସୃଷ୍ଟି କରେ। ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ପାତାଳୀ ଶ୍ରୀକ୍ଷେତ୍ର, ନାୟକପଡା ଗୁମ୍ପା ଓ କଣ୍ଟାମାଳ ରେଘାମୁଣ୍ଡାର ଦେଢଶୁର ଭାଇବୋହୂ ପାହାଡ ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ଭୈରବୀଙ୍କ ମନ୍ଦିର, ରାମଗଡ଼ ଓ କରଡିରେ ଥିବା ଶିବ ମନ୍ଦିର, ମହାନଦୀ ନିକଟସ୍ଥ ପଦ୍ମତୋଳା ଅଭୟାରଣ୍ୟ, ତଳଗାଁ ଡମକୁଚର ମନଲୋଭା ପ୍ରାକୃତିକ ଦୃଶ୍ୟ, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ମହାନଦୀ ଭିତରେ ଥିବା ମର୍ଜାକୁଦ ଇକୋ ଟୁରିଜମର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାର ଉପରୋକ୍ତ ପର୍ଯ୍ୟଟନସ୍ଥଳର ବିକାଶ କରାଇପାରିଲେ ବୌଦ୍ଧ ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ। ସେହିପରି ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଗଲେ ଜିଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri