ପରିବାର ବୋଝ ଆଗରେ ଜୀବନ ତୁଚ୍ଛ

କଟକ ଅଫିସ, ୨୦।୪: ଦିନ ଯେତିକି ବଢୁଛି ମନରେ ଭୟ ମଧ୍ୟ ସେତିକି ବଢିବାରେ ଲାଗିଛି। କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ମଣିଷ ଘରେ ରହୁଛି। ନିତିଦିନ ଗହଳି ଲାଗି ରହୁଥିବା ରାସ୍ତାଘାଟ ଆଜି ଶୂନଶାନ। ଜଣେ ଜଣକ ସହ ମିଶିବା ପାଇଁ ଡର ଲାଗୁଛି। ହେଲେ ଅନେକ ବ୍ୟକ୍ତି ପରିବାରର ବୋଝ ଆଗରେ ଜୀବନକୁ ତୁଚ୍ଛ ମନେ କରୁଛନ୍ତି। ପରିବାର ଲୋକଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ଦିନତମାମ ଖରାରେ ବୁଲୁଛନ୍ତି। ଲକଡାଉନ ଯୋଗୁ ଗାଡ଼ିି, ଦୋକାନ ବଜାର ବନ୍ଦ ରହିଛି। ରାତି ପାହିଲା ପରେ ଭଲ ରୋଜଗାର ଆଶାରେ ବାହାରି ଯାଉଥିବା ଲୋକ ଆଜି ବେରୋଜଗାର ହୋଇ ବସିଛି। ଏମିତି ଆଉ କେତେ ଦିନ…..।


ଗଞ୍ଜାମରେ ବିଶ୍ୱନାଥ ନାୟକଙ୍କ ଘର। ଭଲ ରୋଜଗାର ପାଇଁ ପରିବାରକୁ ସାଙ୍ଗରେ ଧରି ୧୦ ବର୍ଷ ତଳେ କଟକ ସହରକୁ ଚାଲି ଆସିଥିଲେ। ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ। ରାଣୀହାଟ ଅଞ୍ଚଳରେ ଏକ ଭଡ଼ାଘରେ ରହୁଛନ୍ତି। ସେ ସୁଇପର ଭାବେ କାର୍ଯ୍ୟ କରନ୍ତି । ଦିନକୁ ୧୬ ଘଣ୍ଟା ଖଟିଲେ ପରିବାର ଚଳେ। ୮ଘଣ୍ଟା କଟକ ରେଳ ଷ୍ଟେଶନରେ କାମ କରନ୍ତି। ବାକି ସମୟ ଅନ୍ୟ କିଛି କାମ କରନ୍ତି । କରୋନା ପାଇଁ ରେଳ ଷ୍ଟେଶନରେ ୪ ଘଣ୍ଟା କାମ ହେଉଥିବା ବେଳେ ଅନ୍ୟ କିଛି କାମ ମିଳୁ ନାହିଁ। ଯାହା କିିଛି ରୋଜଗାର ହେଉଛି ବହୁ କଷ୍ଟରେ ଚଳିବାକୁ ପଡୁଛି। ଯଦି କିଛି ଅସୁବିଧା ହୁଏ ସେଦିନ ଚଳିବା ଅସମ୍ଭବ। କାମ କରି ଘରକୁ ଫେରିଲେ ଘରଣୀ ମୁହଁକୁ ଚାହିଁ ରହୁଛି। ଆଗ ଭଳି ମୁହଁରେ ତା’ର ହସ ନାହିଁ। ଖାଲି ଭରି ରହିଛି ଭୟ। ହେଲେ ବିଶ୍ୱନାଥ କହନ୍ତି ପରିବାର ଆଗରେ ନିଜ ଜୀବନ ବା କ’ଣ। ସେମାନଙ୍କ ଖୁସି ଆଗରେ ସବୁ ତୁଚ୍ଛ। ସେହିପରି ଆନ୍ଧ୍ରପ୍ରଦେଶରୁ ଆସି କଟକ ଖପୁରିଆ ଅଞ୍ଚଳରେ ରହୁଛନ୍ତି ରବି ରାଓ । ସେ ଟ୍ରଲି ଚଲାଇ ନିଜ ପରିବାର ଚଳାନ୍ତି। ହେଲେ ଲକଡାଉନ ଯୋଗୁ ଆଉ କିଛି କାମ ମିଳୁନାହିଁ। ସକାଳୁ ଟ୍ରଲି ଧରି ସହର ସାରା ଘୂରି ବୁଲିଲେ ବି ୫୦ ଟଙ୍କାର ପୂରିବା ବହୁତ କଷ୍ଟକର। ଯଦି କେହି କୌଣସି କାମ ପାଇଁ ଡାକେ ତାହେଲେ କିଛି ଭଲ ଭଡ଼ା ମିଳିଯାଏ। ନ ହେଲେ ସ୍ବେଚ୍ଛାସେବୀମାନେ ଦେଉଥିବା ଭାତ, ଡାଲି ଖାଇ କିଛି ସମୟ ସେହି ଟ୍ରଲି ଉପରେ ବସିପଡ଼େ। ପୁଣି କାମ ସନ୍ଧାନରେ ବୁଲିବାକୁ ପଡ଼େ ବୋଲି ରବି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri