ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି। ଚାରିଆଡେ ଗଦା ଗଦା ଅଳିଆ ସାଙ୍ଗକୁ ପାନ ଛେପ ପରିବେଶକୁ ଅଧିକ ଦୂଷିତ କରୁଛି। ଯାତ୍ରୀ ବିଶ୍ରାମଗାରର ଗେଟ ଗୁଡିକ ଭାଙ୍ଗିରୁଜି ଯିବାରୁ ଗୋରୁ ଗାଈ, କୁକୁରର ଏବେ ମୁଖ୍ୟ ଆଡ୍ଡା ସ୍ଥଳୀ ପାଲଟିଛି। ସେମାନଙ୍କ ଗହଣରେ ଯାତ୍ରୀ ମାନେ ବସକୁ ଅପେକ୍ଷା କରିବା ପାଇଁ ବାଧ୍ୟ ହେଉଛନ୍ତି।
ସେହିପରି ଯାତ୍ରୀ ବିଶ୍ରାମାଗାରରେ ଯାତ୍ରୀଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। ବିଶେଷ କରି ପିଇବା ପାଣି ପାଇଁ ବ୍ୟବସ୍ଥା ନ ଥିବାରୁ ଦୁର୍ଗମ ଗ୍ରାମରୁ ଆସିଥିବା ଗରିବ ଅସହାୟ ଲୋକମାନେ ବଜାରରେ ମିଳୁଥିବା ପାଣି କିଣିବାକୁ ପଡୁଥିବା ଗ୍ରୀନବାଡି ଗ୍ରାମର ବିକାଶ ନାୟକ, ସିକପାଟା ଗ୍ରାମର ଅକ୍ଷୟ ପରିଛା, ସାଗର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଲୋକଙ୍କ ବହୁ ଦିନର ଦାବି ପରେ ୨୦୨୩ ମସିହାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଓ ଲୋକାର୍ପଣ କରାଯାଇଥିଲା।

ଇତି ମଧ୍ୟରେ ମାତ୍ର ୩ ବର୍ଷ ବିତିଥିବା ବେଳେ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି। ଉକ୍ତ ବିଶ୍ରାମାଗାର ଉପରେ ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ବାଲିଗୁଡାରୁ ବ୍ରହ୍ମପୁର, ଦାରିଙ୍ଗବାଡିରୁ ଗଜପତି ଜିଲା ମୋହନା ଦେଇ ବ୍ରହ୍ମପୁର, ଦାରିଙ୍ଗବାଡିରୁ ଫୁଲବାଣୀ, ଭୁବନେଶ୍ୱର ଆଦି ଅଞ୍ଚଳକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସକୁ ଯାତ୍ରୀମାନେ ଉକ୍ତ ବିଶ୍ରାମାଗାର ଉପରେ ନିର୍ଭର କରି ବିଶ୍ରାମ କରନ୍ତି।
କିନ୍ତୁ ତାର ରକ୍ଷଣବେକ୍ଷଣ ଅଭାବ ଯୋଗୁ ଯାତ୍ରୀମାନଙ୍କ ପାଇଁ ଆଉ କୌଣସି ବିକଳ୍ପ ନ ଥିବାରୁ ସେହି ପରିତ୍ୟକ୍ତ ବିଶ୍ରାମାଗାର ଉପରେ ନିର୍ଭର କରନ୍ତି ବୋଲି ଅଞ୍ଚଳର ଉପେନ୍ଦ୍ର ନାୟକ, ଆଶିଷ ନାୟକ, ପ୍ରିୟଞ୍ଜନ ନାୟକ, ଆକାଶ ମହାପାତ୍ର ପ୍ରମୁଖ ଉଦବେଗର ସହ କହିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, ଦାରିଙ୍ଗବାଡି ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର କରିବାକୁ ସରକାର ପଦକ୍ଷେପ ନେଉଥିବା ବେଳେ ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ଭଲ ବିଶ୍ରାମ କକ୍ଷଟିଏ ନାହିଁ ତେଣୁ ଏହାକୁ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri