ପରିଚୟପତ୍ର ପ୍ରଦାନ ଆଳରେ କୃଷକଙ୍କୁ ଶୋଷଣ

ରସୁଲପୁର,୭।୮(ଡି.ଏନ୍‌.ଏ.)- କାଳିଆ ଯୋଜନାକୁ ନେଇ ଚାଷୀ ଭୁଆଁ ବୁଲୁଥିବାବେଳେ ଚାଷୀଙ୍କୁ ନେଇ ଜାଲିଆତି ବନ୍ଦ ହେବାର ନାଁ ଧରୁନି। ଗାଁର ବୋକରୀ ଯୁବକ, ଅଣଭୋଟର କାଳିଆ ଟଙ୍କାରେ ମଉଜ ମଜିଲିସ୍‌ କରୁଛନ୍ତି। ମାତ୍ର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଯୋଜନା ଟଙ୍କା ଆସିପାରୁ ନାହିଁ। କେନ୍ଦ୍ରୀୟ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବା ବାହାନାରେ କୃଷକଙ୍କୁ ଏକ ପ୍ରକାର ଶୋଷଣ ଚାଲିଛି। ଆଉ ଜନସେବା କେନ୍ଦ୍ରଗୁଡ଼ିକ ଶୋଷଣର ମାଧ୍ୟମ ପାଲଟିଛି ା କେନ୍ଦ୍ରପକ୍ଷରୁ ଦଲାଲମାନେ ଗାଗଣ୍ଡା ବୁଲି ଟଙ୍କା ଆଦାୟ କରୁଛନ୍ତି। ଏଭଳି ଘଟଣା ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବ୍ୟାପକ ଭାବରେ ଚାଲିଛି। ପ୍ରଧାନମନ୍ତ୍ରୀ କୃଷକ ଭତ୍ତା, ଚାଷ ପାଇଁ ଆର୍ଥିକ ସହାୟତା, ସାର, ଔଷଧ, କୃଷି ଯନ୍ତ୍ରାଶଂ ଆଦି କ୍ରୟ କରିବା ପାଇଁ ପଞ୍ଜିକରଣ ଆଳରେ ଚାଷୀଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ସରକାରୀସ୍ତରରେ ସେଭଳି କିଛି ନିର୍ଦ୍ଦେଶାନାମା ନ ଥିବା ସତ୍ତ୍ୱେ ଜନସେବା କେନ୍ଦ୍ରଗୁଡିକ ଅଘୋଷିତ ନିୟମ ଲାଗୁ କରିଛନ୍ତି। ଚାଷୀମାନଙ୍କ ନାମକୁ ପଞ୍ଜିକରଣ ପାଇଁ ଜଣକ ପିଛା ଅନ୍ୟୁନ ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି। ଏହିଭଳି ଭାବରେ ଦୈନିକ ଜନସେବା କେନ୍ଦ୍ର ଜରିଆରେ ଚାଷୀର କଷ୍ଟ ଉପାର୍ଜିତ ଲକ୍ଷଲକ୍ଷ ଟଙ୍କା ଦଲାଲଙ୍କ ପକେଟକୁ ଯାଉଛି। ଏଦିଗରେ କୃଷି ବିଭାଗ ଜାଣି ବି ନିରବଦ୍ରଷ୍ଟା ସାଜିଛି। ଚାଷୀମାନେ ଏନେଇ କୃଷି ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ସେଭଳି କିଛି ନିର୍ଦ୍ଦେଶ ନାହିଁ ବୋଲି କହି ଚୁପ୍‌ ବସିଯାଉଛନ୍ତି। ଯେଉଁ ସବୁ ଜନସେବା କେନ୍ଦ୍ରଗୁଡିକରେ ଏଭଳି ବେଆଇନ କାର୍ଯ୍ୟ ହେଉଛି ତାକୁ ନେଇ ବିଭାଗ ଚୁପ୍‌ ରହିବା ଘଟଣା ବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଜନସେବା କେନ୍ଦ୍ରଗୁଡିକର କୋଡ୍‌କୁ ପ୍ରତ୍ୟାହାର କରାଯିବା ସହ ଏହା ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ ଏଦିଗରେ ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ତାଙ୍କ ନିକଟକୁ ଆସିଛି। ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ରଗୁଡ଼ିକରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ବଦଳରେ ଚାଷୀମାନଙ୍କୁ ଏକ ଫାମର୍ସ ଆଇଡି ପ୍ରଦାନ କରାଯାଉଛି। ଏହାଛଡ଼ା କୃଷି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କେବଳ ପାକ୍ସ ଓ କୃଷି ବିଭାଗରେ କରାଯାଉଛି। କୃଷକ ପରିଚୟପତ୍ର ମାଗଣାରେ ପ୍ରଦାନ କରାଯାଉଛି। ଏଥିପାଇଁ ଯେଉଁମାନେ ଟଙ୍କା ନେଉଥିବା ତାହା ବେଆଇନ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ତେବେ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ...

ପୋଲିସ କବ୍‌ଜାରେ ତାମିଲନାଡୁ ଚୋର ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ୩ ମାସ ଧରି ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୩ଜଣ ସଦସ୍ୟଙ୍କୁ ଗିରଫ କରିଛି।...

ନୂଆ ସଂସ୍କୃତି ଆପଣାଅ: ବେଦାନ୍ତ

ଯାଜପୁର ଅଫିସ,୯ା୮(ହର୍ଷବର୍ଦ୍ଧନ ବେହେରା): ଅର୍ଥ ବଳରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ହାତରେ ରଖି କିଭଳି ଲୋକଙ୍କୁ ଦମନ କରାଯାଇପାରୁଛି ତାହାର ପଦ୍ଧତି ନିକଟରେ ବେଦାନ୍ତ କମ୍ପାନୀର...

ରେଳଧାରଣା କଡ଼ରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ

ବନ୍ତ,୬।୧(ସ୍ବ.ପ୍ର.)- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ତ ବ୍ଲକ ଅଳଉତି ଗ୍ରାମର ଗତ ୪ ଦିନ ଧରି ନିଖୋଜ ଥିବା ଜଣେ ବୃଦ୍ଧାଙ୍କ ମୃତଦେହ ସୋମବାର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜେଜେମା’ ନାତିଙ୍କ ଜୀବନ ଗଲା

ଭଞ୍ଜନଗର,୧୨।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବିଦ୍ୟୁତ୍‌ ତାର ଲାଗି ବସ୍‌ ଅଘଟଣ ମନରୁ ନ ଲିଭୁଣୁ ପୁଣି କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ୍‌...

୪୪୧ ସ୍କୁଲରେ ଛାତ୍ରୀ, ୧୪୮୫ ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟ ଏବଂ ୧୪୮୫ଟି ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ। ୨୦୧୭-୧୮ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୪,୨୯୮ଟି ସରକାରୀ...

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୩ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲା ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ...

ଏବେ ବି ବାପା ନିଖୋଜ

ରାୟଗଡ଼ା ଅଫିସ, ୧୮।୧୦: ରାୟଗଡ଼ାସ୍ଥିତ ନାଗାବଳୀ ନଦୀ ଝୁଲାପୋଲ ନିକଟରୁ ରବିବାର ଭାସିଯାଇଥିବା ବାପ ପୁଅଙ୍କ ମଧ୍ୟରୁ ସୋମବାର ପୁଅଙ୍କ ମୃତଦେହ ମିଳିଛି। ରାୟଗଡ଼ାରୁ ୩...

Advertisement
Archives

Model This Week