Posted inଭଦ୍ରକ

ପରାମର୍ଶ ଶିବିରରେ ୫୫୬ ନିଯୁକ୍ତି ଆଶାୟୀ

ବନ୍ତ, ୧୪।୮ (ଡି.ଏନ.ଏ.): ବନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୧୫ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍‌ ପାଇଁ ମୋଟ ୫୫୬ ଜଣ ନିଯୁକ୍ତି ଆଶାୟୀ ଯୁବତୀ ଯୁବକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୭୭ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଆସନ୍ତା ସୋମବାରଠାରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାଯାଇଛି।
ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଡିଆର୍‌ଡିଏର ଏପିଡି(ଦକ୍ଷତା) ରୂପାଲି ମହାପାତ୍ର, ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ବାରିକ, ଡିଆର୍‌ଡିଏ ଜିଲା ସଂଯୋଜକ(ଦକ୍ଷତା) ପ୍ରିୟଦର୍ଶନ ଜେନା, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଜୀବିକା ମିଶନ ସଂଯୋଜିକା ବନଜା ବାରିକ, ସସ୍ମିତା ସାହୁ, ଦକ୍ଷତା ବିକାଶ ସଂଯୋଜିକା ସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ଯୁବତୀ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବ୍ଲକ ପ୍ରକଳ୍ପ ପରିଚାଳିକା ସସ୍ମିତା ଦାସ। ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ନିଯୁକ୍ତି ସଂସ୍ଥାର ରମାକାନ୍ତ ମହାନ୍ତି, ସତ୍ୟରଞ୍ଜନ ମିଶ୍ର, ରଶ୍ମିରଞ୍ଜନ ମହାରଣା, ସୁକାନ୍ତ ସାହୁଙ୍କ ସମେତ ୧୨ ପିଆଇଏ(ପ୍ରୋଜେକ୍ଟ ଇପ୍ଲିମେଣ୍ଟେସନ ଏଜେନ୍ସି) ଯୋଗଦେଇ ବିଭିନ୍ନ ଟ୍ରେଡ୍‌ ସମ୍ପର୍କରେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀରୁ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ

ଭଦ୍ରକ ଅଫିସ,୧୬।୩-ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇ ରହିନାହାନ୍ତି ମହିଳା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗରେ। ପାଠ ଠାରୁ ଆରମ୍ଭ କରି କ୍ରୀଡ଼ା ସବୁଠି...

ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭଦ୍ରକ ଅଫିସ,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲା ଲୋକସମ୍ପର୍କ ଅଧିକାରୀ ଗୋଲଖ...

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୮୧

ଭଦ୍ରକ ଅଫିସ, ୨୦।୭: ରାଜ୍ୟରେ ସୋମବାରୁ ୬୭୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲାରୁ ରହିଛନ୍ତି ୫୮ଜଣ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ...

କରୋନା ସମୟରେ କଳାକାରଙ୍କୁ ଭତ୍ତା ଦେବାକୁ ଭୁଲିଗଲେ ସରକାର

ଧାମନଗର,୨୯।୩(ଡି.ଏନ୍‌.ଏ.): କରୋନା କବଳରୁ ମୁକ୍ତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଥିବାବେଳେ ଗୃହବନ୍ଦୀ କରାଯାଇ ଜନସାଧାରଣଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଗରିବ ବୃଦ୍ଧା,ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ...

ନିର୍ଗୁଣ୍ଡି ପଞ୍ଚାୟତକୁ ବିଶୋଧନ କରାଗଲା

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଗୁରୁବାର ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି। ସରପଞ୍ଚ ନମିତା ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମହୁରା ସ୍ଥିତ...

ପୋଲିସ ଶହୀଦ ଦିବସ: ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ଏସ୍‌ପିଙ୍କ ପରାମର୍ଶ

ଭଦ୍ରକ ଅଫିସ,୨୧।୧୦: ଭଦ୍ରକ ଜିଲା ଚରମ୍ପା ରିଜର୍ଭ ପୋଲିସ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୬୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି I ଏସ୍‌ପି ରାଜେଶ...

‘ଘରେ ଯୋଗାଇ ଦିଆଯିବ ରାଶନ, ଖାଦ୍ୟ’ ନିର୍ଦ୍ଦେଶନାମା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୯ା୩- ଲକ୍‌ଡାଉନ୍‌ ପରିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ନେହେରୁ ଷ୍ଟାଡିୟମରେ ପରିବା...

ଅଙ୍ଗଦାନ କରିବେ ୭୦ କିନ୍ନର

ଭଦ୍ରକ ଅଫିସ, ୨୧।୧୨- ମୃତ୍ୟୁ ପରେ ସେମାନଙ୍କ ଅଙ୍ଗ ସମାଜର ଯେକୌଣସି ବର୍ଗର ଲୋକଙ୍କ ପାଇଁ ଦାନ କରିବେ। ଭଦ୍ରକ ଚରମ୍ପାସ୍ଥିତ ହୋଟେଲ ମୁନ୍‌ଲାଇଟ ପରିସରରେ...

Play 250+ Trending Games
Archives

Model This Week

Why Dharitri