Posted inଜାତୀୟ

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ।

ନୂଆଦିଲ୍ଲୀ:ଭାରତ-ଚାଇନା ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ଗଲଓ୍ବାନ ଘାଟିରେ ସୃଷ୍ଟି କରିଛି ଯୁଦ୍ଧ ପରିସ୍ଥିତି। ହାତାହାତି, ମରଣାନ୍ତକ ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଅନେକ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ‘ବିହାର ରେଜିମେଣ୍ଟ’। ଭାରତ-ଚାଇନା ସୀମାନ୍ତର ସତର୍କ ପ୍ରହରୀ ସାଜିଥିବା ଏହି ରେଜିମେଣ୍ଟର ଯବାନମାନେ ୬ ଦଶନ୍ଧି ଧରି ସୀମାରେ ଅଭେଦ୍ୟ ପ୍ରାଚିର ଭଳି ଛିଡ଼ା ହୋଇ ବୀରତ୍ୱର ପରାକାଷ୍ଠା ଦେଖାଇ ଚାଲିଛନ୍ତି।
୧୮୦୦ ଶତାବ୍ଦୀରେ ଆରମ୍ଭ ହୋଇଥିବା ‘ବିହାର ବାଟାଲିୟନ’ ୧୯୪୧ରେ ପରିବର୍ତ୍ତିତ ହୋଇଥିଲା ‘ବିହାର ରେଜିମେଣ୍ଟ’ରେ। ସ୍ବାଧୀନ ଭାରତର ପ୍ରାୟ ସବୁ ଯୁଦ୍ଧ, ସର୍ଜିକାଲ ଷ୍ଟ୍ରାଇକ୍‌, ଶତ୍ରୁପକ୍ଷ ଲଢେଇରେ ଏହି ରେଜିମେଣ୍ଟ ସାମିଲ ହୋଇ ବୀରତ୍ୱର ପରାକାଷ୍ଠା ଦେଖାଇଛି। କେବଳ ଏତିକି ନୁହେଁ, ମିଳିତ ଜାତିସଂଘର ଶାନ୍ତି ଅଭିଯାନରେ ସୋମାଲିଆ, କଙ୍ଗୋରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ଏହି ରେଜିମେଣ୍ଟର ସୈନିକ।
୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନ ସୀମାନ୍ତ ଉରିରେ ଥିବା ଭାରତୀୟ ସେନା କ୍ୟାମ୍ପରେ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ଆତଙ୍କବାଦୀଙ୍କ ସହ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୭ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଥିଲେ। ତନ୍ମଧ୍ୟରୁ କେବଳ ୧୫ଜଣ ଥିଲେ ବିହାର ରେଜିମେଣ୍ଟର। ସେଥିରୁ ୬ଜଣ ଥିଲେ ବିହାରର ମୂଳ ବାସିନ୍ଦା। ଯଦିଓ ଐତିହାସିକ ଘଟଣାକ୍ରମେ ବିହାରରୁ ଆରମ୍ଭ ହୋଇଥିବାରୁ ଏହାର ନାମ ‘ବିହାର ରେଜିମେଣ୍ଟ’ ହୋଇଛି, ତଥାପି ଏଥିରେ ବିହାରକୁ ବାଦ୍‌ ଦେଲେ ଅନ୍ୟ ପ୍ରାନ୍ତର ଯବାନମାନେ ମଧ୍ୟ ନିଯୁକ୍ତ ଅଛନ୍ତି। ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେଶନ ‘ବ୍ଲାକ୍‌ ଟର୍ନାଡ଼ୋ’। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ବୀରଗତି ପ୍ରାପ୍ତ ହୋଇଥିଲେ ଏନ୍‌ଏସ୍‌ଜି ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍‌। ସେ ବିହାର ରେଜିମେଣ୍ଟରୁ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏନ୍‌ଏସ୍‌ଜି ଅପରେଶନରେ ସାମିଲ କରାଯାଇଥିଲା। ଏଥିପୂର୍ବରୁ ୧୯୯୯ କାର୍‌ଗିଲ ଯୁଦ୍ଧ ସମୟରେ ମଧ୍ୟ ବିହାର ରେଜିମେଣ୍ଟ ଇତିହାସ ରଚିଥିଲା। ବାଟାଲିକ୍‌ ସେକ୍ଟରର ପଏଣ୍ଟ ୪୨୬୮ ଏବଂ ଜୁବର ରିଜ୍‌କୁ ପାକିସ୍ତାନୀ ଅନୁପ୍ରବେଶକାରୀମାନେ କବ୍‌ଜା କରିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ପଣ୍ଡ କରିଦେଇଥିଲେ ବିହାରୀ ରେଜିମେଣ୍ଟର ଯବାନ। ଏହି ଯୁଦ୍ଧରେ ଶହୀଦ ହୋଇଥିବା କ୍ୟାପ୍‌ଟେନ ଗୁରଜିନ୍ଦର ସିଂ ସୁରୀଙ୍କୁ ମରଣୋତ୍ତର ମହାବୀର ଚକ୍ର ଏବଂ ମେଜର ମରିୟପ୍ପନ ସରାବନନଙ୍କୁ ମରଣୋତ୍ତର ବୀରଚକ୍ରରେ ସମ୍ମାନିତ କରାଯାଇଥିଲା। କାର୍‌ଗିଲ୍‌ ଯୁଦ୍ଧରେ ବିହାର ରେଜିମେଣ୍ଟର ମୋଟ ୧୮ଜଣ ଯବାନ ଶହୀଦ ହୋଇଥିଲେ। ପାଟଣାର ଗାନ୍ଧୀ ମଇଦାନରେ ନିର୍ମିତ ସ୍ମାରକ ସେମାନଙ୍କ ସ୍ମୃତିବହନ କରୁଛି। ୧୯୭୧ରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ବିହାର ରେଜିମେଣ୍ଟର ବୀରତ୍ୱକୁ ବିଶ୍ୱବାସୀ ଭୂରିଭୂରି ପ୍ରଶଂସା କରିଥିଲେ। ଏହି ସମୟରେ ଗୁଳିର ଅଭାବ ହେବାରୁ ରେଜିମେଣ୍ଟର ଯବାନମାନେ ହାତ ହତିଆରରେ ଲଢେଇ କରି ପାକିସ୍ତାନକୁ ମାତ୍‌ ଦେଇଥିଲେ। ଏହି ଯୁଦ୍ଧରେ ୯୬ ହଜାର ପାକିସ୍ତାନୀ ସୈନିକ ବିହାର ରେଜିମେଣ୍ଟ ଆଗରେ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲେ। ଶତ୍ରୁପକ୍ଷର ଏପରି ଆତ୍ମସମର୍ପଣ ଘଟଣାକୁ ଆଜି ବି ବିରଳତମ ବୋଲି ବିବେଚନା କରାଯାଏ। ଯୁଦ୍ଧ ଇତିହାସରେ ଏହା ଏକ ରେକର୍ଡ ମଧ୍ୟ। ପ୍ରତିକୂଳ ପରିବେଶରେ ବଳିଷ୍ଠ ରଣନୀତି, ସ୍ଥିତାବସ୍ଥା ବଜାୟ ରଖିବାର କ୍ଷମତା ଏହି ରେଜିମେଣ୍ଟର ଯବାନଙ୍କୁ ସ୍ବତନ୍ତ୍ର କରିଛି। ତେଣୁ ଏମାନଙ୍କୁ ଗଲଓ୍ବାନ ଘାଟି ଭଳି ଦୁର୍ଗମ ସ୍ଥାନରେ ନିୟୋଜିତ କରାଯାଇଥାଏ।
ସ୍ବାଧୀନତା ପୂର୍ବରୁ ବିହାର ରେଜିମେଣ୍ଟ ନାମରେ ୫ଟି ମିଲିଟାରି କ୍ରଶ, ୯ ମିଲିଟାରି ମେଡାଲ ଥିଲା। ସ୍ବାଧୀନତା ପରେ ଅଦ୍ୟାବଧି ଏହି ରେଜିମେଣ୍ଟ ଖାତାରେ ୭ ଅଶୋକ ଚକ୍ର, ୯ ମହାବୀର ଚକ୍ର, ୨୧ କୀର୍ତ୍ତିଚକ୍ର, ୭୦ ଶୌର୍ଯ୍ୟ ପଦକ ସହିତ ସେନାର ଶତାଧିକ ମେଡାଲ ସାମିଲ ହୋଇଛି। ବିହାର ରେଜିମେଣ୍ଟର ଉଦ୍ଦେଶ୍ୟ ‘ କର୍ମ ହିଁ ଧର୍ମ’। ଏହାର ଅର୍ଥ ମାତୃଭୂମି ପ୍ରତି କର୍ତ୍ତବ୍ୟ ହିଁ ଯବାନଙ୍କ କର୍ମ ଏବଂ ଧର୍ମ। ସେହିପରି ‘ଜୟ ବଜରଙ୍ଗବାଲୀ’, ‘ବୀର୍ସା ମୁଣ୍ଡାଙ୍କ ଜୟ’ ହୁଙ୍କାର ଦେଇ ବୀର ଯବାନମାନେ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri