‘ପବିତ୍ରତାର ଅନ୍ୟ ନାମ ସ୍ବଚ୍ଛତା’

ବାଲେଶ୍ୱର ଅଫିସ,୩।୧୦- ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମହାମତ୍ା ଗାନ୍ଧୀଙ୍କ୧୫୦ତମ ଜୟନ୍ତୀ ପାଳନ ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ସୋମବାର ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଓ ଗାନ୍ଧିବାଦୀ ଆଦର୍ଶ ସମ୍ପର୍କିତ ଉଭୟ ଇଂଲିଶ ଓ ଓଡ଼ିଆ ଭାଷାରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ବିଶ୍ୱବିଦ୍ୟାଳୟର ପ୍ରତି ବିଭାଗର ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇ ଏକ ୩ ଜଣିଆ କମିଟି ଦ୍ୱାରା ବିଭାଗଗୁଡ଼ିକର ସ୍ବଚ୍ଛତାଭିତ୍ତିକ ମୂଲ୍ୟାୟନ କରାଯାଇଥିଲା। ଏଥିରେ ସମାଜ ବିଜ୍ଞାନ ବିଭାଗକୁ ୧ମ ସ୍ଥାନ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ୨ୟ ସ୍ଥାନ ଅଧିକାର କରିଥିଲେ।
ବୁଧବାର ବିଶ୍ୱବିଦ୍ୟାଳୟର ଉଭୟ କ୍ୟାମ୍ପସ୍‌ରେ ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ ସହ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ସମସ୍ତ ଏନ୍‌ଏସ୍‌ଏସ୍‌ ସଦସ୍ୟ, ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, କୁଳପତିଙ୍କ ସମେତ ସମସ୍ତ ଅଧିକାରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀବୃନ୍ଦ ମିଳିତ ଭାବରେ ଉଭୟ କ୍ୟାମ୍ପସ୍‌ ପରିଷ୍କାର କରି ପରିବେଶକୁ ପ୍ଲାଷ୍ଟିକ ଓ ଆବର୍ଜନାମୁକ୍ତ କରିବା ଲାଗି ବାର୍ତ୍ତା ପ୍ରଚାର କରିଥିଲେ। ଦ୍ୱିତୀୟ ଅଧିବେଶନରେ ଗାନ୍ଧିଜୀଙ୍କର ଜୟନ୍ତୀ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ର. ମଧୁମିତା ଦାସ ସ୍ବଚ୍ଛତା ପବିତ୍ରତାର ଅନ୍ୟନାମ କହି ପ୍ରଦୂଷଣ ସମସ୍ୟା ନେଇ ସ୍ବଚ୍ଛତା ଆମ ଭିତରେ ସକାରାମତ୍କ ଚିନ୍ତାଧାରା ସୃଷ୍ଟି କରିବ ବୋଲି କହିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ର. ସଚ୍ଚିଦାନନ୍ଦ ଦେହୁରୀ, କୁଳସଚିବ ଅମର ସିଂ ସୋରେନ୍‌, ଏଲ୍‌.ଏନ.୍‌ ଦାସ, ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଡ. ପବିତ୍ର ମୋହନ ନାୟକ, ଡ. ଦେବଦତ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ କୃତୀ ବିଦ୍ୟାର୍ଥୀଙ୍କୁ ଓ ବିଭାଗଗୁଡ଼ିକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସଫଳତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ସିପ୍ରା ସାଗରିକା। ଗବେଷିକା ସ୍ବାଗତିକା ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri