ପପୁଙ୍କ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ: ୭ ଯୁବତୀଙ୍କୁ ନେଇ ଆପତ୍ତିଜନକ ପୋଜ୍‌; ପ୍ରଯୋଜକ ସଂସ୍ଥା ନାଁରେ ମାମଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୁଣି ଅଡୁଆରେ ରଙ୍ଗିଲା ଟୋକା ପପୁ ପମ୍‌ପମ୍‌। କେତେବେଳେ କାଷ୍ଟିଂ କାଉଚ ତ ଆଉ କେତେବେଳେ ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ବିବାଦରେ ରହିଥିଲେ ପପୁ। ଏବେ ଏକ ଫିଲ୍ମ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗକୁ ନେଇ ଆଉ ଏକ ବିବାଦରେ ଫସିଛନ୍ତି ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀ। ଆଗାମୀ ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଥିବା ସିଦ୍ଧାର୍ଥ ମ୍ୟୁଜିକ୍‌ର ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ପୋଷ୍ଟରରେ ୭ଜଣ ଯୁବତୀ ଘୋଡ଼ା ଭଳି ଆଣ୍ଠେଇଥିବାବେଳେ ପପୁ ରଥର ସାରଥି ଭଳି ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ ଚକ୍ର ଧରି ପୋଜ୍‌ ଦେଇଛନ୍ତି। ଏଭଳି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ସାମାଜିକ ଅନୁଷ୍ଠାନ ଓ ମହିଳା ସଙ୍ଗଠନ ଏହାକୁ ବନ୍ଦ କରିବା ସହ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମାଜସେବୀ ଲିଙ୍କନ ସୁବୁଦ୍ଧି ଏନେଇ ମହିଳା କମିଶନ ଓ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ମହିଳା ଥାନା ପୋଲିସ ଆଇପିସି ଦଫା ୬ଲଗାଇ ପ୍ରଯୋଜକ ସଂସ୍ଥା ନାଁରେ ମାମଲା (ନଂ.୮୯/୧୯) ରୁଜୁ କରିଛି।
ତେବେ ଏ ସଂକ୍ରାନ୍ତରେ ଅଭିଯୋଗକାରିଣୀ ଲିଙ୍କନ କୁହନ୍ତି, ସିନେମା ଗ୍ରାଫି ୧୯୮୩ ରୁଲ୍‌ ୩୮ରେ ଉଲ୍ଲେଖ ରହିଛି ଯେ, ଫିଲ୍ମର ପ୍ରମୋଶନ ପାଇଁ ବିଜ୍ଞାପନ ଅର୍ଥାତ୍‌ ଖବର କାଗଜ,ହୋର୍ଡିଂ,ପୋଷ୍ଟର ଏବଂ ଟ୍ରେଲରେ ମହିଳାଙ୍କୁ ଅସମ୍ମାନ କରିବା ଭଳି ଆପତ୍ତିଜନକ ଚିତ୍ର ପ୍ରଦର୍ଶନ କରାଯିବ ନାହିଁ। ଆକ୍ଟ ୧୯୫୧ ସେକ୍ସନ ୭ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଏହି ଫିଲ୍ମର ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲ, ନିର୍ଦ୍ଦେଶକ ରମେଶ ରାଉତ ଓ ଅଭିନେତା ପପୁ ପମ୍‌ପମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ଫିଲ୍ମକୁ ବନ୍ଦ କରିବା ଓ ପୋଷ୍ଟର ହଟାଯିବା ସହ ସେମାନେ ଗଣମାଧ୍ୟମ ଆଗରେ ରାଜ୍ୟର ମହିଳାଙ୍କୁ କ୍ଷମା ମାଗନ୍ତୁ। କିଭଳି ଫିଲ୍ମ ପୋଷ୍ଟରରେ ୭ଜଣ ମହିଳାଙ୍କୁ ଘୋଡା ଓ କୁକୁର ଭଳି ପ୍ରଦର୍ଶନ କରାଯାଇଛି। ଏପରି କି ସେମାନଙ୍କ ବେକରେ ରଶି ବାନ୍ଧି ପପୁ ଧରିଛନ୍ତି। ପପୁ କ’ଣ କୃଷ୍ଣ? କୃଷ୍ଣ ଭଗବାନ ଘୋଡାଙ୍କୁ ସମ୍ମାନ ଦେଉଥିଲେ। ହେଲେ ପପୁ ନାରୀ ଜାତିକୁ ଏଠି ଅସମ୍ମାନ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ। ଆଗାମୀ ଦିନରେ ଫିଲ୍ମ ସେନ୍‌ସର ବୋର୍ଡ ନିକଟରେ ଅଭିଯୋଗ କରିବେ ବୋଲି ଲିଙ୍କନ କହିଛନ୍ତି।

ଅନ୍ୟପକ୍ଷରେ ଫିଲ୍ମର ନିର୍ଦ୍ଦେଶକ ରମେଶ ରାଉତ କହିଛନ୍ତି, ଏହା ତାଙ୍କ ସିନେମାର ଅଫିସିଆଲ୍‌ ପୋଷ୍ଟର ନୁହେଁ କି ଏହାକୁ ଆମ ତରଫରୁ ଛଡ଼ାଯାଇନାହିଁ। ଯେଉଁ ୭ଜଣ ଯୁବତୀ ରହିଛନ୍ତି ସେମାନେ ତାଙ୍କ ଫିଲ୍ମର କଳାକାର ନୁହନ୍ତି କି ସେମାନଙ୍କୁ ଚିହ୍ନି ବି ନାହାନ୍ତି। ବଦନାମ ପାଇଁ କେହି ଏପରି ଏଡିଟ୍‌ କରିଥିବେ ବୋଲି ସେ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ପପୁ ମୁହଁ ଖୋଲିବାକୁ ଚାହିଁ ନ ଥିଲେ। ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ କହିଛନ୍ତି, ମହିଳା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପ୍ରଯୋଜକ ସଂସ୍ଥା ନଁାରେ ମାମଲା ହୋଇଛି। ଅଭିଯୋଗକାରିଣୀ ଲିଙ୍କନ ସୁବୁଦ୍ଧିଙ୍କୁ ନୋଟିସ କରାଯିବ। ଉକ୍ତ ପୋଷ୍ଟରକୁ କେଉଁଠୁ ପାଇଲେ ସେ ସଂକ୍ରାନ୍ତରେ ସେ ଉତ୍ତର ରଖିବେ। ଏହି ଆଧାରରେ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନୋଟିସ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପପୁ ୨୦୧୬ରେ ନାବାଳିକା କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ନାବାଳିକା ଯୌନ ଶୋଷଣ ସହ ତାଙ୍କ ବିରୋଧରେ ଲାଗିଥିଲା ସଙ୍ଗିନ ଦଫା। ଏହାପରେ ସେହିବର୍ଷ ନଭେମ୍ବରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ କମେଡି କରି ଫସିଥିଲେ ପପୁ। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ଛାତ୍ର ପପୁଙ୍କ କାଳିମାଡ଼ ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ତେବେ ପପୁ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଦେଇଥିବା ନେଇ ମଧ୍ୟ ଉଭୟଙ୍କ ନାମରେ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ସେହିଭଳି ୨୦୧୮ରେ ପପୁ ଓ ତାଙ୍କ ସହଯୋଗୀ ଜଣେ ଆଇନଜୀବୀଙ୍କୁ ଧମକ ଦେବାନେଇ କଟକ ସଦର ଥାନାରେ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri