ପଦାକୁ ଆସିଲା ଅଷ୍ଟ୍ରେଲିଆ ପ୍ରତି ଚାଇନା ମନୋଭାବ

କାନ୍‌ବେରା,୩୦ା୪: ଅଷ୍ଟ୍ରେଲିଆ ପ୍ରତି ଚାଇନା ସରକାରଙ୍କ ବାସ୍ତବ ମନୋଭାବ ଜଣାପଡ଼ିଯାଇଛି। ଚାଇନାର ଅସଲ ମୁଖାକୁ ଖୋଲିଦେଇଛନ୍ତି ଏହାର ରାଷ୍ଟ୍ରଦୂତ ଚେଙ୍ଗ୍‌ ଜିଙ୍ଗ୍‌ୟେ। ଅଷ୍ଟ୍ରେଲିଆର ସାର୍ବଭୌମତ୍ୱକୁ ଦୁର୍ବଳ କରିବା ଲାଗି ଚାଇନାର କମ୍ୟୁନିଷ୍ଟ ପାର୍ଟି ଦୀର୍ଘବର୍ଷ ଧରି ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିଆସୁଛି। ହେଲେ ଚାଇନା ଶାସକ ସବୁବେଳେ ଅଷ୍ଟ୍ରେଲିଆକୁ ବନ୍ଧୁ ରାଷ୍ଟ୍ର କହିଆସୁଥିଲେ। ୨୦୧୪ରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇ କହିଥିଲେ, ଦୁଇ ଦେଶ ଉଭୟ ଭଲ ଓ ଖରାପ ସମୟରେ ଉତ୍ତମ ପଡୋଶୀ ରହିବା ଉଚିତ। ଏବେ ଚାଇନା ସୃଷ୍ଟ ମହାମାରୀ ପାଇଁ ଖରାପ ସମୟ ଆମ ସହ ରହିଛି ବୋଲି ରାଷ୍ଟ୍ରଦୂତ ଚେଙ୍ଗ୍‌ କହିବା ସହ ବାଣିଜ୍ୟ ବର୍ଜନ ଲାଗି ଅଷ୍ଟ୍ରେଲିଆକୁ ଖୋଲା ଧମକ ଦେଇଛନ୍ତି।
ବନ୍ଧୁ ରାଷ୍ଟ୍ର ସହ ବାଣିଜ୍ୟ ସମ୍ପର୍କ ଛିନ୍ନ ଲାଗି ଚାଇନା ଧମକ ଦେବା ପଛର ମୁଖ୍ୟ କାରଣ ହେଲା କରୋନା ମହାମାରୀର ମୂଳ ଖୋଜି ବାହାର କରିବା ଲାଗି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ଅଷ୍ଟ୍ରେଲିଆ ଏବେ ଯାହା କରୁଛି ସେଥିରେ ଚାଇନା ଜନସାଧାରଣ ନିରାଶ ଓ ଅସନ୍ତୁଷ୍ଟ ବୋଲି ଏକ ସାକ୍ଷାତ୍‌କାରରେ ଚେଙ୍ଗ୍‌ କହିଛନ୍ତି। ଯଦି ମନୋଭାବ ଅଧିକ ଖରାପ ହୁଏ ତେବେ ସେଭଳି ଦେଶକୁ କାହିଁକି ଯିବା ନେଇ ଚାଇନାବାସୀ ଚିନ୍ତା କରିବେ। ପର୍ଯ୍ୟଟକ ଅଷ୍ଟ୍ରେଲିଆ ଯିବାକୁ ଚାହିଁବେ ନାହିଁ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପଠାଇବାକୁ ଇଚ୍ଛା କରିବେ ନାହିଁ ବୋଲି ଚାଇନା ରାଷ୍ଟ୍ରଦୂତ କହିଛନ୍ତି। ଆମେରିକା ସହ ମିଶି ଅଷ୍ଟ୍ରେଲିଆ ଚାଇନା ବିରୋଧରେ ରାଜନୈତିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି। ଅଷ୍ଟ୍ରେଲିଆର ଏଭଳି ଚିନ୍ତାଧାରା ବିପଜ୍ଜନକ ହେବ ବୋଲି ଚେଙ୍ଗ୍‌ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri