Posted inଜାତୀୟ

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। ଏହି ବୈଠକରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍‌ ରହିଛି। ଏଥିସହ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା । ଏବେ ମେଣ୍ଟକୁ ନେଇ ସମୀକ୍ଷା କରାଯିବ। କେବଳ ଏତିକି ନୁହେଁ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାବତୀଙ୍କ ଏଭଳି ବୟାନରୁ ଅନୁମାନ କରାଯାଉଛି ଯେ ବହୁ ଶୀଘ୍ର ଏସ୍‌ପି ଓ ବିଏସ୍‌ପି ଭିତରେ ଥିବା ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି କଥା, କାର୍ଯ୍ୟାନୁଷ୍ଠାନ ନାହିଁ

ନୂଆଦିଲ୍ଲୀ,୯।୧୦: କେବଳ କଥା କହୁଛ, କାର୍ଯ୍ୟାନୁଷ୍ଠାନର ଦେଖା ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଏ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ...

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ...

ଭଣ୍ଡବାବାଙ୍କ ଆଶ୍ରମ ବନ୍ଦ ସମ୍ପର୍କରେ ବିଚାର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ: ସରକାର ନେବେ ପଦକ୍ଷେପ

ନୂଆଦିଲ୍ଲୀ, ୨୦।୧: ଦେଶରେ ରହିଥିବା ଭଣ୍ଡବାବା ଅବା ଆତ୍ମଘୋଷିତ ବାବାଙ୍କ ଆଶ୍ରମ ବନ୍ଦ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏନେଇ ସରକାରଙ୍କୁ...

ମେଡିକାଲ କଲେଜରେ ପରିଣତ ହେବ ୧୦୦ ଜିଲା ହସ୍ପିଟାଲ

ନୂଆଦିଲ୍ଲୀ,୧୩।୧୧: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୧୦୦ ଜିଲାର ହସ୍ପିଟାଲକୁ ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ଏହି...

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୯-ପୁଣି ଥରେ ଜେଡିୟୁର ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ହରିବଂଶ ନାରାୟଣଙ୍କୁ ନିର୍ବାଚିତ କରାଯାଇଛି। ହରିବଂଶ...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

ସିଡବ୍ଲୁସି ବୈଠକରେ ଯୋଗଦେବେ ଗେହଲଟ: ଦୀପାବଳି ମଧ୍ୟରେ ହୋଇପାରେ ଅଦଳବଦଳ

ନୂଆଦିଲ୍ଲୀ,୧୪ ।୧୦: ପଞ୍ଜାବ କଂଗ୍ରେସରେ ଉତ୍‌ଥାନ ପତନ ପରେ ଏବେ ରାଜସ୍ଥାନ ସରକାରଙ୍କୁ ନେଇ ଚାଲିଛି ଆଲୋଚନା । ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ...

ଜେଏନ୍‌ୟୁ ଆକ୍ରମଣ: ଦେଶବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ,୭ା୧(ପି.ଟି./ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ଦିଲ୍ଲୀ...

Advertisement
Archives

Model This Week