Posted inଖେଳ

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ ମାଥ୍ୟୁ ଓ୍ବାଡେଙ୍କ ଶତକ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୨୬୩ ରନ କରି ଆଉଆଉଟ ହୋଇଯାଇଛି। ଫଳରେ ୫ ମାଚ ବିଶିଷ୍ଟ ଆଶେସ ସିରିଜ ୨-୨ ସ୍ଥିତିରେ ଶେଷ ହୋଇଛି। ଗୋଟିଏ ଟେଷ୍ଟ ଅମୀମାଂସିତଭାବେ ଶେଷ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ଗତଥର ଚାମ୍ପିୟନ ଥିବାରୁ ଆଶେସ ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ଜୋଫ୍ରା ଆର୍ଚର ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ବେନ୍‌ ଷ୍ଟୋକ୍ସ ଓ ଷ୍ଟିଭେନ ସ୍ମିଥ ଯୁଗ୍ମଭାବେ ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୩୧୩/୮ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିଲା। ଅର୍ଥାତ୍‌ ଦଳ ୧୬ ରନ ଯୋଗକରି ଅବଶିଷ୍ଟ ୨ଟି ଉଇକେଟ ହରାଇଥିଲା। ପୂର୍ବ ଦିନ ଅପରାଜିତ ଥିବା ଦୁଇ ବ୍ୟାଟ୍ସମ୍ୟାନ ଜୋଫ୍ରା ଆର୍ଚର ୩ ଓ ଜ୍ୟାକ ଲିଚ୍‌ ୯ ରନ କରି ଆଉଟ ହୋଇଥିଲେ। ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିୟନ ଏହି ଉଇକେଟ ୨ଟି ପାଇଥିଲେ।
୪ର୍ଥ ଇନିଂସରେ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇ ନ ଥିଲା। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଚମତ୍କାର ବୋଲିଂ କରି ମାତ୍ର ୨୯ ରନ ମଧ୍ୟରେ ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ମାର୍କୁସ ହାରିସ ୯ ଓ ଡେଭିଡ ଓ୍ବାର୍ନର ୧୧ ରନ କରିବାକୁ ସକ୍ଷମ ହୋଇଥିଲେ। ଫର୍ମରେ ଥିବା ଦୁଇ ବ୍ୟାଟ୍ସମ୍ୟାନ ମାର୍ନୁସ ଲାବୁସ୍କାନ ୧୪ ଓ ଷ୍ଟିଭେନ ସ୍ମିଥ ୨୩ ରନ କରି ଆଉଟ ହେବାରୁ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମିଡଲ ଅର୍ଡରରେ ମାଥ୍ୟୁ ଓ୍ବାଡେ ଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ ହେଁ ମିଚେଲ ମାର୍ଶ ୨୪ ଓ ଟିମ୍‌ ପେନ୍‌ ୨୧ ରନ କରି ଆଉଟ ହେବାରୁ ଅଷ୍ଟ୍ରେଲିଆ ପରାଜୟ ଆଡ଼କୁ ମୁହାଁଇଥିଲା। ଓ୍ବାଡେ ଏଠାରେ ହାସଲ କରିଥିଲେ କ୍ୟାରିୟରର ୪ର୍ଥ ଟେଷ୍ଟ ଶତକ। ୧୪୭ ବଲ୍‌ର ସମ୍ମୁଖୀନ ହୋଇ ସେ ୧୫ ଚୌକା ଓ ୧ ଛକା ସହାୟତାରେ ଶତକ ପୂରଣ କରିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇ ପ୍ୟାଟ୍‌ କୁମିନ୍ସ ମାତ୍ର ୯ ରନ କରିଥିଲେ ହେଁ ୪୧ଟି ବଲ୍‌ ଖେଳି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଓ୍ବାଡେ ୧୧୭ ରନ କରି ଜୋ ରୁଟ୍‌ଙ୍କ ଶିକାର ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ ଜ୍ୟାକ ଲିଚ୍‌ ୪ଟି ଲେଖାଏ ଏବଂ ଜୋ ରୁଟ୍‌ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୯୪। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୨୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୨୯/ଅଲଆଉଟ(ଜୋ ଡେନ୍‌ଲି-୯୪, ବେନ୍‌ ଷ୍ଟୋକ୍ସ-୬୭, ଜୋସ ବଟଲର-୪୭, ନାଥାନ ଲିୟନ-୪/୬୯, ପ୍ୟାଟ୍‌ କୁମିନ୍ସ-୨/୬୭, ପିଟର ସିଡ୍‌ଡେ-୨/୫୨, ମିଚେଲ ମାଶର୍’-୨/୪୦)। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୨୬୩/ଅଲଆଉଟ(ଓ୍ବାଡେ-୧୧୭, ବ୍ରଡ୍‌-୪/୬୨, ଲିଚ୍‌-୪/୪୯, ରୁଟ୍‌-୨/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri