ପକ୍ଷାଘାତରେ ପୀଡ଼ିତ ଡିଲେଶ୍ୱରୀ: ଭତା, ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ବିନିକା,୧୨।୩ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ କଇଁତରା ପଁଚେତ୍‌ ବାଞ୍ଜିପାଲି ଗଁା ହରିଜନ ପଡ଼ାର ଡିଲେଶ୍ୱରୀ ବାଘ(୬୮)। ସେ ଅନେକ ଦିନ ହେଲା ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିରହିଛନ୍‌। ପରିବାର ଲୋକ୍‌ ଯାହା ପାରଲେ ଆସରପାସର ଡାକ୍‌ତରଖାନାରେ ଦେଖେଇ ଚିକିଛା କରାଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ପରିବାର ଲୋକ ତାକର ଉଚ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ପରିବାରଟା ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ବାଞ୍ଜିପାଲି ଗଁା ହରିଜନ ପଡ଼ାର କଙ୍ଗାଲୁ ବାଘ। ପରିବାର କହେଲେ ମାଏକିନା ଡିଲେଶ୍ୱରୀ, ପୁଓ ମନୋଜ, ସରୋଜ ଆର ଝି’ କଳ୍ପନାକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। କଙ୍ଗାଲୁ ଦୁଖ୍‌ସୁଖ କରି ନିଜର ପିଲାଛୁଆକୁ ବିହାଚୁରା କରି ସାରିଛନ୍‌। ଏହେଦେ ବଏସ୍‌ ଅଧ୍‌କା ହେବାର ଲାଗି ସେ କାମ୍‌ବୁତା ବି କରି ନାଇଁପାରବାର। ଇଆଡ଼େ ଅନେକ ବଛର ହେଲା ମାଏକିନା ଡିଲେଶ୍ୱରୀ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପିଲାମାନେ ମା’କେ ଅନେକ ଡାକ୍‌ତରଖାନାକେ ନେଇ ଚିକିଛା କରେଇ ନିରାଶ ହେଇଛନ୍‌। ଏନ୍‌ତା କି ମା’ର ଚିକିଛାରେ ପିଲାମାନେ ଘରର ଜିନିଷପାତି ବିକି ଗୁଟେପରକାର ସରବ୍‌ସୁଅଁାତ ହେଇଛନ୍‌। ଏତେ ଉଷୋକଷା କଲା ଉତାରୁ ବି ଡିଲେଶ୍ୱରୀକଁର ନିରୁଜ ହେଇ ନାଇଁପାରବାର। ଇଆଡ଼େ ଟଁକା ପଏସା ଅଭାବୁ ଏହେଦେ ପିଲାମାନେ ଡିଲେଶ୍ୱରୀକଁର ଉଚ ଚିକିଛା କରେଇ ନାଇଁପାରବାର। ସେନ୍‌ତା ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। ଡିଲେଶ୍ୱରୀ ଅନେକ ବଛର ହେଲା ଖଟେ ପଡ଼ି ରହିଥିଲେ ବି ଭତା, ଚିକିଛା ସାହାଯ୍‌ ଲେଖେଁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ପରିବାର ଲୋକ ଡିଲେଶ୍ୱରୀକଁର ଭାତା ଆର ଚିକିଛା ସାହାଯ୍‌ ଲାଗି ବି ଜିଲାପାଳକଁର ଜନଅଭିଯୋଗ ଶୁନାନିରେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଡିଲେଶ୍ୱରୀକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଜୟପ୍ରକାଶ ପ୍ରଧାନକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ଆମରନେ କେହି ଅଭିଯୋଗ ନାଇଁକରି। ହେଲେ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri