ପକ୍କାଘର କରାଇଦେବାକୁ କହି ମହିଳାଙ୍କୁ ଠକେଇ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୨୭।୭: ଗତ ଜୁନ୍‌ ମାସ ୨୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ମହିଳାଙ୍କୁ ପକ୍କା ଘର କରାଇଦେବାକୁ କହି ସୁନା ଚେନ୍‌ ଓ ଟଙ୍କା ଠକି ନେଇ ଫେରାର୍‌ ହୋଇଯିବା ଘଟଣାକୁ ମାସେ ପୂରିଲାଣି। ହେଲେ ନୟାଗଡ଼ ଟାଉନ ପୋଲିସ ଏ ପର୍ଯ୍ୟନ୍ତ ଯୁବକ ଜଣଙ୍କର ପତ୍ତା ପାଇନାହିଁ। ଅନ୍ୟପକ୍ଷେ ଯେପରି ପୁନର୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ନ ଘଟିବ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଲୋକମାନେ ସଚେତନ ହେବା ପାଇଁ ବୋର୍ଡ ମରାଯାଇଛି। ବୋର୍ଡରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯେପରିକି ପକ୍କାଘର, ଭତ୍ତା, ଜମିପଟ୍ଟା ଆଦି ବିଭିନ୍ନ ଯୋଜନା ବିଷୟରେ ଜାଣିବାକୁ ହେଲେ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। କୌଣସି ଦଲାଲ୍‌ଙ୍କ କଥାରେ ଭରସା ନ କରିବା ସହିତ ସେମାନଙ୍କୁ ଟଙ୍କା ନ ଦେବା ପାଇଁ ଦର୍ଶାଯାଇଛି। ଯଦି କେହି ସରକାରୀ ଯୋଜନା ପାଇଁ ଟଙ୍କା ମାଗନ୍ତି, ତାହା ହେଲେ ତୁରନ୍ତ ଜିଲାପାଳଙ୍କୁ ଅବଗତ କରାଇବା ପାଇଁ ବୋର୍ଡରେ ଦର୍ଶାଯାଇଛି। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
ଯେ, ଗତ ମାସ ୨୫ ତାରିଖରେ ରଣପୁର ବ୍ଲକ ବାରଙ୍ଗଗାଡ଼ିଆ ଗ୍ରାମରେ ମମତା ଛୁଆଳସିଂଙ୍କ ଘରେ ଜଣେ ଯୁବକ ପହଞ୍ଚତ୍ ନିଜ ଗ୍ରାମ ଏକତାଳରେ ବୋଲି କହିବା ସହ ମମତାଙ୍କ ବିଜୁ ପକ୍କା ଘର ଯୋଜନାରେ କୋଠାଘର ଆସିଥିବା କହିଥିଲେ। ଘର କରିବା ପାଇଁ ତୁମକୁ ୨ ଲକ୍ଷ ୩୦ ହଜାର ଟଙ୍କା ମିଳିବ। ଆଉ ସେଥିପାଇଁ ଜିଲପାଳଙ୍କ କାର୍ଯ୍ୟାଳୟରେ କିଛି ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ। ଏହା ପରେ ମମତା କେତେ ଟଙ୍କା ପଚାରିବାରୁ ଯୁବକ ଜଣଙ୍କ ୨୦ରୁ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କାନାହିଁ ବୋଲି ମମତା କହିବାରୁ ତୁମ ପାଖରେ ଯେତେ ଟଙ୍କା ଅଛି ଆଣ ଆଉ କିଛି ସୁନା ଜିନିଷ ଦିଅ ତାକୁ ବିକ୍ରି କରି ଟଙ୍କା ଦେବା ବୋଲି ଯୁବକ କହିଥିଲେ। ପରେ ମମତା ଓ ତାଙ୍କ ଝିଅ ଚୁଲବୁଲି ଯୁବକଙ୍କ ବାଇକ୍‌ରେ ବସି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଡ଼ିଥିବା ବେଞ୍ଚରେ ବସି ଯୁବକ ଜଣଙ୍କ ଚୁଲବୁଲିଙ୍କୁ ରାଶନ କାର୍ଡ ଓ ଭୋଟର କାର୍ଡର ଜେରକ୍ସ କରି ଆଣିବା ପାଇଁ କହିଥିଲେ। ଝିଅ ଜେରକ୍ସ କରିବା ପାଇଁ ବଜାରକୁ ଆସିଥିଲେ। ଏହି ସମୟରେ ଯୁବକ ଜଣଙ୍କ ମମତାଙ୍କୁ ଟଙ୍କା ଓ ସୁନାଚେନ୍‌ ଦେବାକୁ କହିଥିଲେ। ମମତା ତାଙ୍କ ପାଖରେ ଥିବା ୩୨୦୦ ଟଙ୍କା ଓ ପାଖାପାଖି ୧.୫ ଭରି ଓଜନର ସୁନାଚେନ୍‌କୁ ଯୁବକଙ୍କ ହାତକୁ ବଢାଇ ଦେବାରୁ ତାକୁ ନେଇ ଯୁବକ ଫେରାର୍‌ ହୋଇ ଯାଇଥିଲେ। ଯୁବକଙ୍କୁ ଅପେକ୍ଷା କରି ନ ପାଇବାରୁ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଏ ନେଇ ମମତା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଥାନାରେ ଏକ ମାମଲା ରୁଜୁ କରି ୨୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଯୁବକଙ୍କର ସିସିଟିଭ ଫୁଟେଜ ଆଣିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ଯୁବକଙ୍କୁ ଧରିବାରେ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri