ନୟାପଲ୍ଲୀରେ ଏଥର, ‘ପଦ୍ମାବତୀ ପ୍ୟାଲେସ୍‌

ଭୁବନେଶ୍ୱର,୫|୯(ବ୍ୟୁରୋ) – ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ। ଧୂମ୍‌ଧାମରେ ମା’ଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସଜବାଜ। ଏଥିପାଇଁ ପ୍ରତିଦ୍ବନ୍ଦୀତା ମଧ୍ୟ ଜୋର ଧରିଛି। ମଣ୍ଡପଗୁଡିକରେ ତୋରଣ ଓ ମୂର୍ତ୍ତି ନିର୍ମାଣ କାମ ପ୍ରାୟତଃ ଶେଷ ହୋଇଥିବାବେଳେ ଚୂଡାନ୍ତ ରୂପ ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପରମ୍ପରାରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ନୟାପଲ୍ଲୀ। ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁଜରାଟର ‘ପଦ୍ମାବତୀ ପ୍ୟାଲେସ୍‌’ ଆକୃତିର ତୋରଣ ଏଥର ନୟାପଲ୍ଲୀରେ ଶୋଭାପାଇବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି, ମେଢ଼, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୂଜାମଣ୍ଡପର ଅନନ୍ୟ ଆକର୍ଷଣ ମଧ୍ୟରେ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏଥର ପୂଜାକୁ ପ୍ରଦୂଷଣ ଓ ପ୍ଲାଷ୍ଟିକ୍‌ମୁକ୍ତ କରିବ ନୟାପଲ୍ଲୀ।
ରାଜଧାନୀରେ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରିଆସୁଥିବା ନୟାପଲ୍ଲୀ ଦୁର୍ଗାପୂଜା ସମିତି ଚଳିତବର୍ଷ ମଧ୍ୟ ଆଖି ଝଲସାଇଦେବା ଭଳି ସାଜସଜ୍ଜା କରିବ। ଏଥର ବି ତୋରଣ ଏଠାକାର ପ୍ରମୁଖ ଆକର୍ଷଣ ସାଜିବ। ଗୁଜରାଟର ପ୍ରସିଦ୍ଧ ପଦ୍ମାବତୀ ପ୍ୟାଲେସ ଆକୃତିର ତୋରଣ ଲୋକେ ପ୍ରତ୍ୟକ୍ଷଭାବେ ଏଠାରେ ଦେଖିବାକୁ ପାଇବେ। ୧୨୦ ଫୁଟ ଓସାର ଏବଂ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ ଶଙ୍ଖ, ଗୁଆ, ଶାମୂକା ଓ ସନ୍‌ପେକରେ ପ୍ରସ୍ତୁତ ହେବ। ମଣ୍ଡପର ଭିତର ପାର୍ଶ୍ୱରେ ବିଭିନ୍ନ ଦେବଦେବୀଙ୍କର କାରୁକାର୍ଯ୍ୟ ରହିବ। ତୋରଣ ନିର୍ମାଣ ପାଇଁ କଲିକତା ଏବଂ ଓଡ଼ିଶାର ୬୦ରୁ ଅଧିକ କାରିଗର ନିୟୋଜିତ ହୋଇଥିବା ବେଳେ ୧୯ ଫୁଟର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଅନ୍ୟତମ ଆକର୍ଷଣ ସାଜିବ। ପ୍ରଦୂଷଣମୁକ୍ତ ପୂଜାପାଇଁ ମୂର୍ତ୍ତିରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯିବ। କଲିକତାରୁ ୧୨ଜଣ କାରିଗର ଆସି ଏହି ମୂର୍ତ୍ତି ତିଆରି କରୁଥିବା ବେଳେ ଏଥର ମେଢ଼ରେ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ରଙ୍ଗିନ ଆଲୋକମାଳାରେ ମଣ୍ଡପକୁ ଝଲସାଇବା ପାଇଁ ଏଲ୍‌ଇଡି ଲାଇଟ୍‌ରେ ସାଜସଜ୍ଜା କରାଯିବ। ୬ଟି ଏଲ୍‌ଇଡି ଲାଇଟ୍‌ ଗେଟ୍‌ ଲଗାଯିବା ସହ ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରକଚର ଲାଇଟ୍‌ ବୋର୍ଡ ଖଞ୍ଜାଯିବ। ଭକ୍ତଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେଇଛି ସମିତି। ସମସ୍ତ କାର୍ଯ୍ୟ ଉପରେ ତୀକ୍ଷ୍ମ ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଯିବ। ମଣ୍ଡପ ଭିତରେ ଓ ବାହାରେ ୩୦ଟି କ୍ୟାମେରା ଖଞ୍ଜାଯିବ। ଏହାବ୍ୟତୀତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍‌ ପୋଲିସ୍‌ଙ୍କ ସହ ୨୫୦ ଯୁବ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ପାଇଁ ୧୦୦ ମହିଳା ସ୍ବେଚ୍ଛାସେବୀ ରହିବେ। ଦମକଳ ଗାଡି ସହ ଆମ୍ବୁଲାନ୍ସ ଓ ଫାଷ୍ଟ୍‌ଏଡ୍‌ ସୁବିଧା ରହିବ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri