‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ଦୀପିକାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ଥିଲା। ଏବେ ଫିଲ୍ମର ପ୍ରଥମ ରୋମାଣ୍ଟିକ୍‌ ଗୀତ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।
ରିଲିଜ୍‌ ହୋଇଯାଇଛି ଫିଲ୍ମ ‘ଛପାକ୍‌’ର ପ୍ରଥମ ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓ ‘ନୋକ୍‌ ଝୋକ୍‌’। ଏଥିରେ ଦୀପିକା ଏବଂ ବିକ୍ରାନ୍ତଙ୍କ ଜବରଦସ୍ତ କେମିଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତରେ ଧୀରେ ଧୀରେ ଦୁହେଁ ପରସ୍ପରର ପ୍ରେମରେ ପଢ଼ୁଥିବା ଦେଖିବାକୁ ମିଳିଛି। ଇସାରା, ଇସାରାରେ କଥା ମଧ୍ୟ ହେଉଛନ୍ତି। ଏହି ରୋମାଣ୍ଟିକ୍‌ ଟ୍ରାକ୍‌ଟିକୁ ଗୁଲ୍‌ଜାର ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହଶାନ୍‌-ଲୟ। କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମହାଦେବନ୍‌।
ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଆଧାରିତ। ଦୀପିକା ଫିଲ୍ମରେ ଏସିଡ୍‌ ଆଟାକ୍‌ ପୀଡ଼ିତା ମାଳତି ଚରିତ୍ରରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ବିକ୍ରାନ୍ତ ମାସି ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୦ ଜାନୁୟାରୀ ୧୦ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନା କରୋନା ପଜିଟିଭ୍‌…

ମୁମ୍ବାଇ,୮।୫: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି...

ସଲମାନଙ୍କୁ ପ୍ରଶ୍ନ କଲେ କ୍ୟାଟ୍ରିନା ‘ମୋତେ କେବେ ବିବାହ କରିବ’

ଦବଙ୍ଗ ଖାନ୍‌ ସଲମାନ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବିବାହକୁ ନେଇ। ସମସ୍ତେ ଚାହିଁ ରହିଛନ୍ତି ଭାଇଜାନ୍‌ କେବେ...

ଦୀପିକାଙ୍କୁ ନେଇ ଚିନ୍ତିତ ପ୍ରଭାସ,ଶୁଟିଂ ଘୁଞ୍ଚାଇବା ଲାଗି କଲେ ଅନୁରୋଧ

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି...

ଗୌରୀଙ୍କ ପାଇଁ ଜେଲ୍‌ ଯାଇଥିଲେ ଶାହରୁଖ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଶାହାରୁଖ ଖାନ ଜଣେ ମୁସଲମାନ ଏବଂ ଗୌରୀ...

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ...

ବାହା ହେବେ କରିସ୍ମା!

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏପ୍ରିଲ ୧୪ରେ ଆଲିଆ କପୁର ବଂଶର ବୋହୂ ସାଜିଛନ୍ତି...

ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ...

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ...

Advertisement
Archives

Model This Week