ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା

ଜେରୁଜେଲମ୍‌,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍‌କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ ଲିକୁଡ୍‌ ପାର୍ଟିକୁ ୩୧ ଆସନ ମିଳିଛି। ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେନ୍ନି ଗାଂଜଙ୍କ ଦଳ ବ୍ଲ୍ୟୁ ଆଣ୍ଡ ହ୍ବାଇଟ୍‌ ପାର୍ଟିକୁ ୩୩ ଆସନରେ ସଫଳତା ମିଳିଛି। ଉଭୟ ଶାସକ ଓ ବିରୋଧୀ ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିବାରୁ ଦେଶରେ ରାଜନୈତିକ ଅଚଳାବସ୍ଥା ଓ ଝୁଲା ପାର୍ଲାମେଣ୍ଟ ସ୍ଥିତି ସୃଷ୍ଟି ହୋଇଛି। ତୃତୀୟ ଥର ନିର୍ବାଚନ ନ କରାଇବା ସପକ୍ଷରେ ଥିବା ନେତାନ୍ୟାହୁ ରାଜନୈତିକ ସଙ୍କଟ ଟାଳିବା ପାଇଁ ବେନ୍ନି ଗାଂଜଙ୍କୁ ମିଳିତ ସରକାର ଗଠନ ସକାଶେ ନିମନ୍ତ୍ରଣ କରିଛନ୍ତି।
ଇସ୍ରାଏଲ୍‌ରେ ଏପ୍ରିଲ ୯ରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ୧୨୦ ଆସନ ବିଶିଷ୍ଟ ନେସେଟ୍‌ରେ ଉଭୟ ଲିକୁଡ୍‌ ଏବଂ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌କୁ ୩୫ଟି ଲେଖାଏ ଆସନ ମିଳିଥିଲା। କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଗତ ମଙ୍ଗଳବାର ପୁଣି ନିର୍ବାଚନ କରାଯାଇଥିଲା। ଏଥିରେ ମଧ୍ୟ କାହାକୁ ସରକାର ଗଠନ ପାଇଁ ଜନାଦେଶ ମିଳିନାହିଁ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ସେ ଅନ୍ୟ ଦକ୍ଷିଣପନ୍ଥୀ ଓ ଅତି-ରକ୍ଷଣଶୀଳ ଦଳଗୁଡ଼ିକର ସହଯୋଗ ବିନା ମେଣ୍ଟ ସରକାର ଗଠନ କରିପାରିବେ ନାହିଁ। ଅନ୍ୟପକ୍ଷରେ ପୂର୍ବତନ ସେନାମୁଖ୍ୟ ଗାଂଜ ଦୁର୍ନୀତି ଅଭିଯୁକ୍ତ ନେତାନ୍ୟାହୁଙ୍କ ସହ ମିଶି ସରକାର ଗଠନ ପାଇଁ ଆଗ୍ରହୀ ନୁହନ୍ତି କହି ତାଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇନ୍ତି। ଏହାସହ ନିଜେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri