ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହୋଇପାରିଲା ନାହିଁ। କେତେଜଣ ରୂପକାର ସେବକ ରଥଖଳାକୁ ଆସିଥିଲେ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସେମାନେ ଫେରିଯାଇଥିଲେ।
ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ନୃସିଂହ ଚତୁର୍ଦ୍ଦଶୀରେ ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ ଲଡୁ କଣଗୁଜ ପାଇଁ ଥିବା ୩ ଖଣ୍ଡ କାଠରେ ରଖି ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗିଥାନ୍ତି। ଏହାପରେ ମହାରଣାମାନେ ସେହି କାଠକୁ ଚଉପଟ କରନ୍ତି। କାଠ ଚଉପଟ ସରିବା ପରେ ମୁଖ୍ୟ ବିଶ୍ୱକର୍ମା ତିନିରଥର ରୂପକାର ସେବକଙ୍କୁ ଏହାକୁ ହସ୍ତାନ୍ତର କରିଥାନ୍ତି। ଏହାପରେ ତିନିରଥର ମୁଖ୍ୟ ରୂପକାର ସେହି କାଠ ଉପରେ ମାହାର୍ଦ୍ଦ ମାଳ ରଖି କଣଗୁଜ ଅନୁକୂଳ କରିଥାନ୍ତି। ରୂପକାରମାନେ କଣଗୁଜରେ ପାରମ୍ପରିକ ରୀତିରେ ସିଂହ ବିରାଳ ଖୋଦେଇ କରିଥାନ୍ତି। ପ୍ରଥମେ ଚିତ୍ର ଆଙ୍କି ନିହଣ ଓ ମୁଗୁର ଦ୍ୱାରା ସେମାନେ ଖୋଦେଇ କରିଥାନ୍ତି। ତାଳଧ୍ୱଜ ଓ ନନ୍ଦିଘୋଷରେ ୧୬ଟି ଲେଖାଏ କଣଗୁଜ ଏବଂ ସୁଭଦ୍ରାଙ୍କ ରଥରେ ୧୨ଟି କଣଗୁଜ ରହିଥାଏ। ସେହିପରି ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୨ଟି ଲେଖାଏ ପଟାଗୁଜ ରହୁଥିବାବେଳେ ସୁଭଦ୍ରାଙ୍କ ରଥରେ ୮ଟି ପଟାଗୁଜ ରହିଥାଏ। ଭଉଁରୀ ପରେ ପଟାଗୁଜ କାମ ଆରମ୍ଭ ହୁଏ। ଏଥିରେ ଗଜ ବିରାଳ, ନର ବିରାଳ, ଗଜ-ସିଂହ ବିରାଳ ଅଙ୍କନ କରାଯାଏ। ଏହାବ୍ୟତୀତ ଦୁଆରବେଢା ତଳେ ୮ଟି ଲେଖାଏ ନାଟଗୋଡ ହୋଇଥାଏ। ତିନିରଥ ପାଇଁ ମୋଟ ୨୪ଟି ନାଟଗୋଡ଼ ହୁଏ। ଶେଷରେ ତିନିଠାକୁରଙ୍କ ପଛପଟ ପ୍ରଭା କାମ ରୂପକାର ସେବକମାନେ ଖୋଦେଇ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri