ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର। ଖବର ଅନୁଯାୟୀ, ଖୁଣ୍ଟିଗୋରା ୨୧୬ ନଂ ବୁଥ୍‌, ଉମାର ୨୧୩ ନଂ ବୁଥ୍‌, ଘଣ୍ଟାପଡ଼ାର ୧୮୩ ନଂ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିଲା।  ଇଭିଏମ୍‌ ଠିକ୍‌ ହେବା ପରେ ଭୋଟ ଦିଆଯାଇଥିଲା। ଏହାର କିଛି ସମୟ ପରେ ପୁଣି ଇଭିଏମ୍‌ ଅଚଳ ହୋଇପଡ଼ିଥିଲା। ଫଳରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁବାର ସକାଳେ ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣା ନିଜ ଗ୍ରାମର ୨୦୧ ନଂ ବୁଥ୍‌ରେ ଧାଡ଼ିରେ ଠିଆ ହୋଇ ମତଦାନ କରିଥିଲେ। ସେହିପରି ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ମୁକ୍ତାସିନୀ ମଲିକ ନିଜ ଗ୍ରାମ ଘଣ୍ଟାପଡ଼ାର ୧୮୩ ନଂ ବୁଥ୍‌ରେ ମତଦାନ କରିଥିଲେ।  ଶତ ପ୍ରତିଶତ ଭୋଟ ପାଇଁ ସରକାର କରିଥିବା ବ୍ୟବସ୍ଥାରେ ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ସେହିପରି ପ୍ରତ୍ୟେକ ବୁଥ୍‌ରେ ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱାଚ୍‌ ଟାୱାର ଉପରୁ ରଖାଯିବ ନଜର

ଢେଙ୍କାନାଳ ଅଫିସ,୨୭।୫: ରାଜ୍ୟରେ ହାତୀମୃତ୍ୟୁରେ ଅଙ୍କୁଶ ଲାଗିପାରୁନି। କେତେବେଳେ ଦୁର୍ଘଟଣା ତ ଆଉ କେବେ ରୋଗ ସଂକ୍ରମଣର ଶିକାର ହୋଇ ଚାଲିଯାଉଛି ଏହି ବିଶାଳକାୟ ସ୍ତନ୍ୟପାୟୀ...

ଫୁଟ୍‌ବଲ ବେଟିଂ ଆପ୍‌ ଠକେଇ ମାମଲା : ଦୁବାଇ ମାଷ୍ଟରମାଇଣ୍ଡ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି...

ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ।...

୩ରୁ ବର୍ଷା ! ଏସବୁ ଜିଲାରେ କୁଆପଥର ମାଡ଼କୁ ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧।୨(ବ୍ୟୁରୋ): ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର...

ପୁଣି ବଢିଲା କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୧୦,୯୮୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୦,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ...

ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର

ଭବାନୀପାଟଣା:୨୧।୨(ସ୍ବ.ପ୍ର.): ଚର୍ଚ୍ଚାରେ ପୁଣି କଳାହାଣ୍ଡି। ଦ୍ବିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବିଧାୟକ ମିଶ୍ର ବିବାହ...

ପୂର୍ଣ୍ଣକାଳୀନ ବିମାନ ବନ୍ଦର ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁରଠାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ଏକ ପୂର୍ଣ୍ଣକାଳୀନ ବିମାନବନ୍ଦରରେ ପରିଣତ କରାଯିବ। ଓଡ଼ିଶାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ...

ସରକାରୀ ପୋରଛାହନ୍‌ର ଅଭାବ୍‌:ଦୁରଦିନ୍‌ରେ ମୁରଦୁଁଗ୍‌ କାରିଗର

ଗୁଡଭେଲିପଦର, ୧୯।୫ (ଡି.ଏନ.ଏ): ଭାରତୀୟ ସଂସ୍କୃତି ଆର ପରମ୍ପରାରେ ଅନେକ ପରକାର ବାଦ୍ୟର ପରଚଲନ ଅଛେ। ପୂଜାପାଠ୍‌ନୁ ମୂଲ କରି ବିହାବରପନ, ଉଛବ୍‌, ପରବ୍‌, ଜାନୀଯାତରାରେ...

Advertisement
Archives

Model This Week