ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍‌ଟିଓ ଏବଂ ପୋଲିସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଏଣିକି ଆଉ କୌଣସି ବି ସୁଯୋଗ ଦିଆଯିବ ନାହିଁ ଓ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ଗୁଣା ଜରିମାନା ଗଣିବାକୁ ପଡ଼ିବ। ସମୟ ପାଖେଇ ଆସୁଥିବାରୁ କାଗଜପତ୍ର ଠିକ୍‌ କରିପାରି ନ ଥିବା ଲୋକଙ୍କ ମନରେ ଛନକା ପଶିଛି। କଣ୍ଟ ଶେଷ ହୋଇ ଆସୁଥିବାରୁ ଏବେ ଆର୍‌ଟିଓ ଅଫିସରେ ପୂର୍ବଭଳି ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳୁଛି। ଲୋକେ ଆର୍‌ଟିଓ ଅଫିସ ସମ୍ମୁଖ ଓ ନିକଟ ରାସ୍ତାରେ ଗାଡ଼ି ରଖୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ୁଛି।
ମିଳିଥିବା ସୂଚନାନୁସାରେ, ନୂଆ ଆଇନ ଲାଗୁ ହେବା ପରେ ପ୍ରଥମେ ଆର୍‌ଟିଓ ଅଫିସରେ ପ୍ରତିଦିନ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। କୋହଳ ହେବାର ଦେଢ ମାସ ପର୍ଯ୍ୟନ୍ତ ସେଭଳି ଭିଡ଼ ଲାଗି ରହିଥିଲା। ଏହା ପରେ କିଛିଦିନ ସେଭଳି ଗହଳି ନ ଥିବାବେଳେ ଶେଷ ସମୟରେ ପୁଣି ଆରଟିଓ ଅଫିସରେ ଭିଡ଼ ବଢ଼ିବାରେ ଲାଗିଛି। ପ୍ରତିଦିନ ୨ଶହ ପାଖାପାଖି ଲୋକେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ କାଗଜପତ୍ର ପାଇଁ ଆବେଦନ କରୁଛନ୍ତି। ଅନ୍ୟପକ୍ଷରେ ଅନ୍‌ଲାଇନ୍‌ ଆବେଦନକୁ ନେଇ ଲୋକେ ହଟହଟା ହେଉଛନ୍ତି। ଅନେକ ସମୟରେ ଆର୍‌ଟିଓ ଓ୍ବେବ୍‌ସାଇଟ୍‌ରେ ରହିଥିବା ବିଭିନ୍ନ ଅପ୍‌ଶନ ଆସୁନି। ଏପରି କି ଉକ୍ତ ସାଇଟ୍‌ ଖୋଲୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ସେମାନେ ବାଧ୍ୟହୋଇ ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଆର୍‌ଟିଓ ଅଫିସକୁ ଆସୁଛନ୍ତି। କିନ୍ତୁ ଅଫିସ ପକ୍ଷରୁ ଅନ୍‌ଲାଇନ୍‌ ଆବେଦନ କରିବାକୁ ବାଧ୍ୟ କରାଯାଉଥିବାରୁ ଲୋକେ ଦଲାଲଙ୍କ ସାହାରା ନେଉଛନ୍ତି। କିଛିଦିନ ତଳେ ଭୁବନେଶ୍ୱରର ଦୁଇଟି ଆର୍‌ଟିଓ ଅଫିସ ନିକଟରେ ରହିଥିବା ଦଲାଲ ଚାଳିଆକୁ ଭାଙ୍ଗି ଦିଆଯିବା ସହ ଅନେକଙ୍କୁ ଗିରଫ କରାଯାଇଥିଲା। ଏହାପରେ କିଛିଦିନ ପାଇଁ ଦଲାଲ ସେଠାରୁ ଉଭାନ ହୋଇଯାଇଥିଲେ। ହେଲେ ଏବେ ଆର୍‌ଟିଓ ଅଫିସରେ ଖୁଲମ୍‌ ଖୁଲା ବୁଲୁଛନ୍ତି ଦଲାଲ। ସେମାନେ ଲୋକଙ୍କୁ ଲାଇସେନ୍ସ କରାଇଦେବାକୁ କହି ପୂର୍ବାପେକ୍ଷା ଅଧିକ ଟଙ୍କା ନେଉଛନ୍ତି। ଫୋନ୍‌ ନମ୍ବର ନେଇ ଯୋଗାଯୋଗରେ ରହିବା ସହ ଗ୍ରାହକ ବଢ଼ାଇ ଚାଲିଛନ୍ତି। ଏ ନେଇ ଆର୍‌ଟିଓ ଓ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଏବେ ଲୋକଙ୍କୁ ସଚେତନ କରାଯାଉଛି। ଆଉ ୬ ଦିନ ପରେ ଯାଞ୍ଚ କଡାକଡି କରାଯିବ। ଟ୍ରାଫିକ ନିୟମ ମାନିବା ସହ ଗାଡିର କାଗଜପତ୍ର ଠିକ୍‌ ରଖିବାକୁ କୁହାଯାଉଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଅପ୍ରସ୍ତୁତ ଥିବା ଲୋକେ ହଠାତ୍‌ ବଡ଼ ଧରଣର ଜରିମାନା ଗଣିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ରାଜମହଲ ଛକରେ ପୋଲିସ ଓ ସାଧାରଣ ଜନତା ମୁହଁାମୁହିଁ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୯ରେ ଗାଡ଼ି କାଗଜପତ୍ର କରିବାକୁ ୩ମାସ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୂପାରେ ଭାସିଗଲେ ୨ ଯୁବକ

କଟକ,୧୨।୪: ବିରୂପା ନଦୀରେ ଭାସିଯାଇ ୨ ଯୁବକ ମୃତ୍ୟୁ ହୋଇଛି। କଟକ ଏସିବିରେ ୨ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ୨ ଯୁବକ ଚୌଦ୍ୱାର...

ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ...

ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ

ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା...

ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ

ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି।...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ମଇଦାନରେ ହେବ ଷ୍ଟାର ଟକ୍କର!

ଭୁବନେଶ୍ୱର,୧୨।୪: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନରେ ହ୍ରାଟିକ ବିଜୟକୁ ଲକ୍ଷ୍ୟ କରି ମାଷ୍ଟର୍‌ ପ୍ଲାନ କରୁଛି ବିଜେଡି । ଗତ ନିର୍ବାଚନରେ ଦଳର ଷ୍ଟାର୍‌ ପ୍ରଚାରକ...

ନିରାଶ ହେଲେ ଅମରେଶ, ବାଜି ମାରିନେଲେ ଅନନ୍ତ

ଭୁବନେଶ୍ୱର,୧୨।୪: ବିଜେଡି ପକ୍ଷରୁ ବିଧାନସଭା ଟିକେଟକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠାରୁ ଭୁବନେଶ୍ୱର ମଧ୍ୟ ପାଇଁ କାହାକୁ ଟିକେଟ ମିଳିବ ସେନେଇ କସରତ...

୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri