ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍‌ଟିଓରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍‌ ଲାଇନ୍‌ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପୂରା ପ୍ରସ୍ତୁତ ରହିଛି। ହେଲେ ଏବେବି ବହୁ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଠିକ୍‌ କରିପାରି ନାହାନ୍ତି। ଯାଞ୍ଚ ଓ ଜରିମାନାରୁ ମୁକୁଳିବା ପାଇଁ ଆର୍‌ଟିଓ ଅଫିସକୁ ଦୌଡୁଛନ୍ତି। ଆରମ୍ଭରୁ ସଜାଗ ନ ହୋଇ ଏବେ ଶେଷ ବେଳକୁ ହଠାତ୍‌ ବହୁ ସଂଖ୍ୟାରେ ଲୋକେ ପହଞ୍ଚୁଥିବାରୁ ଆର୍‌ଟିଓ ଅଫିସରେ ଅସମ୍ଭାଳ ଭିଡ଼ ହେଉଛି। ପରିସ୍ଥିତି ଏପରି ହୋଇଛି ଭୁବନେଶ୍ୱର ଆର୍‌ଟିଓ-୧ରେ ପ୍ରତିଦିନ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଏହାସତ୍ତ୍ୱେ ଭିଡ ନିୟନ୍ତ୍ରଣ କଷ୍ଟକର ହୋଇପଡୁଛି। ସକାଳୁ ଅଫିସ ଭିତରୁ ୫୦ ମିଟର ଯାଏ ଲମ୍ବା ଧାଡ଼ି ଲାଗି ରହୁଛି। ଆର୍‌ଟିଓ ପକ୍ଷରୁ ଖୋଲାଯାଇଥିବା କ୍ୟାମ୍ପ ଅଫିସରେ ମଧ୍ୟ ପ୍ରବଳ ଭିଡ଼ ହେଉଛି। ସ୍ବଳ୍ପ କର୍ମଚାରୀ ଓ ଅଧିକ କାର୍ଯ୍ୟ ଚାପ ରହୁଥିବାରୁ ରାତି ୮ଟା ପର୍ଯ୍ୟନ୍ତ ଅଫିସରେ କାର୍ଯ୍ୟ ହେଉଥିଲେ ମଧ୍ୟ ସରୁନାହିଁ। ଅନେକ ସମୟରେ ନେଟ୍‌ ଫେଲ୍‌ ହେଉଥିବାରୁ ଟଙ୍କା ଜମା ହୋଇପାରୁନାହିଁ।
ସୂଚନାନୁସାରେ, ଏବେ କିଛିଦିନ ହେବ ପ୍ରତ୍ୟହ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଲୋକେ ଲର୍ନିଂ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ଆରଟିଓ-୧ ପକ୍ଷରୁ ଖୋଲାଯାଇଥିବା ଦୁଇଟି କ୍ୟାମ୍ପ ଅଫିସରେ ଆବେଦନକାରୀଙ୍କ ସଂଖ୍ୟା ୨ଶହ ଛୁଉଁଛି। ହେଲେ ଆବଶ୍ୟକ ସ୍ଲଟ୍‌ ନ ଥିବାରୁ ଅନେକ ନିରାଶ ହୋଇ ଫେରୁଛନ୍ତି। ଏପରି କି ୨୦୨୦ ଫେବୃୟାରୀ ପର୍ଯ୍ୟନ୍ତ ଆରଟିଓ-୧ ଓ ଆର୍‌ଟିଓ-୨ରେ କୌଣସି ସ୍ଲଟ୍‌ ନ ଥିବା ସୂଚନା ମିଳିଛି। ତେଣୁ ଆବେଦନ କରିପାରି ନ ଥିବା ଗାଡ଼ି ଚାଳକ ଯାଞ୍ଚବେଳେ ଧରାପଡିଲେ ୧୦ ଗୁଣା ଜରିମାନା ଦେବା ନିଶ୍ଚିତ। ଗାଡିର ଫିଟ୍‌ନେସ୍‌ ପାଇଁ ମଧ୍ୟ ଲୋକଙ୍କୁ ଭିଡ଼ ଲଗାଇବାକୁ ପଡୁଛି। ଏହାର ଫାଇଦା ନେଇ ଦଲାଲ ପୁଣି ମାତିଲେଣି। ଆର୍‌ଟିଓ ଅଫିସକୁ ଆସିଥିବା ରମେଶ ବେହେରା କୁହନ୍ତି, କର୍ମଚାରୀ ଅଭାବ ଯୋଗୁ ଲର୍ନିଂ ଲାଇସେନ୍ସ ପାଇବାରେ ବିଳମ୍ବ ହେଉଛି। ସ୍ଲଟ୍‌ ଆଉ ନ ଥିବାରୁ ଆବେଦନ ମଧ୍ୟ ହୋଇପାରୁନି। ତେଣୁ ସରକାର ସମୟସୀମାକୁ ଆଉ ଗୋଟିଏ ମାସ ବଢାଇବାକୁ ସେ ନିବେଦନ କରିଛନ୍ତି।

ଯାଞ୍ଚରେ କୋହଳ କରାଯିବ ନାହିଁ : ମନ୍ତ୍ରୀ
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଆଉ ୪ ଦିନରେ ଡେଡ୍‌ ଲାଇନ୍‌ ଶେଷ ହେଉଛି। ଡିସେମ୍ବର ୧ରୁ ନୂଆ ମୋଟର ଆଇନକୁ କଡାକଡି ଲାଗୁ କରାଯିବ। ଯାଞ୍ଚ ବି କଡ଼ାକଡ଼ି ହେବ। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ଓ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ପୂର୍ବରୁ ସଚେତନ କରାଯିବା ସହ ଯଥେଷ୍ଟ ସମୟ ଦିଆଯାଇଥିଲା। ଆଉ କୋହଳ କରାଯିବାର ପ୍ରଶ୍ନ ଉଠୁନି।
ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ସରକାର ୩ମାସ ସମୟ ଦେଇଥିଲେ। ଏହା ମଧ୍ୟରେ ଅନେକ ଲୋକେ ଲାଇସେନ୍ସ କଲେ ନାହିଁ। କିନ୍ତୁ ଶେଷ ବେଳକୁ ହଠାତ ଆସିଯିବାରୁ ସମସ୍ୟା ହେଉଛି। ଆଉ ସ୍ଲଟ୍‌ ମଧ୍ୟ ଫାଙ୍କା ନ ଥିବାରୁ ଲୋକଙ୍କୁ କିଭଳି ଲର୍ନିଂ ଲାଇସେନ୍ସ ଦେଇହେବ ସେନେଇ ବ୍ୟବସ୍ଥା କରାଯାଉଛି। ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଯେଉଁମାନେ ନିୟମ ପାଳନ କରିବେ ନାହିଁ ନୂଆ ମୋଟର ଆଇନ ଅନୁସାରେ ଫାଇନ୍‌ ଗଣିବେ। ବାକି ୪ଦିନ ଭିତରେ ଗାଡିର କାଗଜପତ୍ର ଠିକ୍‌ କରିଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri