Posted inଖେଳ

‘ନୂଆ ବର୍ଷ, ନୂଆ ଆଶା’

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କରୋନା ମହାମାରୀ ପାଇଁ ବିଗତବର୍ଷ କ୍ରୀଡ଼ାବିତ୍‌ଙ୍କ ଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ନୂଆ ବର୍ଷରେ ନୂଆ ଆଶା। ବିଶ୍ୱରୁ ଖୁବ୍‌ଶୀଘ୍ର ଏହି ସଙ୍କଟ ସମୟ ଦୂରେଇ ଯିବା ସହ ସବୁକିଛି ପୁଣି ସ୍ବାଭାବିକ ହେବାନେଇ ଆମ୍ଭେମାନେ ଆଶାବାଦୀ ଅଛୁ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି। ଖେଳ ଜୀବନପରେ ଜାତୀୟ ଜୁନିୟର ମହିଳା ଫୁଟବଲ ଦଳର କୋଚ୍‌ ଏବଂ ଉଭୟ ସିନିୟର ଓ ଜୁନିୟର ଦଳର ଚୟନକର୍ତ୍ତା ଦାୟିତ୍ୱ ତୁଲାଇ ସାରିଥିବା ଶ୍ରଦ୍ଧାଞ୍ଜଳି ଏବେ କଳିଙ୍ଗ ଷ୍ଟାଡିୟମରେ ବ୍ୟକ୍ତିଗତ ଅଭ୍ୟାସ ଜାରି ରଖିବା ସହ ଜୁନିୟର ଖେଳାଳିଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। କୋଭିଡ୍‌-୧୯ କଟକଣା ସମୟରେ ଘରୁ ବାହାରକୁ ବାହାରିବା ସମ୍ଭବ ନ ଥିବା ସମୟରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଅନ୍‌ଲାଇନ୍‌ରେ ଆୟୋଜିତ ବିଭିନ୍ନ କୋଚିଂ ସମ୍ପକିର୍ତ କୋର୍ସରେ ସେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଏପରି ଅଭିଜ୍ଞତା ନ ଥିଲା। ମାତ୍ର ଏହାର ବହୁ ଉପାଦେୟ ରହିଲା ଏବଂ ଏକାବେଳେ ଦେଶର ବିଭିନ୍ନ କୋଚ୍‌ଙ୍କ ସହିତ ଭାବର ଆଦାନ ପ୍ରଦାନରେ ଅନେକ ଅଭିଜ୍ଞତା ମଧ୍ୟ ହାସଲ ହେଲା ବୋଲି ସମ୍ପ୍ରତି ନାଲ୍‌କୋରେ କାର୍ଯ୍ୟରତ ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଛନ୍ତି। ଫୁଟବଲ ପ୍ରତିଭାମାନେ ଦୀର୍ଘଦିନଧରି ପଡ଼ିଆରୁ ଦୂରେଇ ରହିଥିବାରୁ ଫିଟ୍‌ନେସ ସମସ୍ୟା ରହିବା ସ୍ବାଭାବିକ। ତେଣୁ ପ୍ରଥମେ ଏଥିପ୍ରତି ଧ୍ୟାନ ଦେବାପରେ ଯାଇ ସେମାନେ ଖେଳିବା ଉଚିତ। ନଚେତ ଆହତ ସମସ୍ୟା ରହିବ। ଏବେ ଆଇଏସ୍‌ଏଲ ଏବଂ ଆଇ-ଲିଗ୍‌ ଚାଲିଛି। ଆଗକୁ ଫାଓ ପକ୍ଷରୁ ଆନ୍ତଃ ଜିଲା ପ୍ରତିଯୋଗିତା ଏବଂ କଟକ ଲିଗ୍‌ ହେବାର ଅଛି। ଆନ୍ତଃ ଜିଲା ପ୍ରତିଯୋଗିତା ରାଜ୍ୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଠାରେ ଭଲ ପ୍ରଦର୍ଶନ କଲେ ସେମାନେ ଜାତୀୟ ଦଳପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଶ୍ରଦ୍ଧାଞ୍ଜଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri