ନୂଆ ବର୍ଷରୁ ଲାଗୁ ହେବ ଏସବୁ ନୂଆ ନିୟମ

ନୂଆଦିଲ୍ଲୀ,୧-୧: ମଙ୍ଗଳବାର ୨୦୧୯ ବର୍ଷ ଲାଗି ଶେଷ ଦିନ। ଏହି ଦିନ କିଛି ନିୟମ ଲାଗି ମଧ୍ୟ ଅନ୍ତିମ ଦିନ ହେବ। ୨୦୨୦ ପହିଲା ବୁଧବାର ପଡୁଥିବା ବେଳେ ଉକ୍ତ ଦିନଠାରୁ କିଛି ନୂଆ ନିୟମ ଲାଗୁ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ପହିଲା ଦିନଠାରୁ ଟିକସ ନିୟମ ସମେତ ଅନ୍ୟ କିଛି ବିତ୍ତୀୟ ନିୟମ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କଠାରୁ ଶିଳ୍ପ ଉପରେ କଣ ରହିବ ତାହା ଦେଖିବାକୁ ରହିଲା। ପରିବର୍ତ୍ତନ ହେବାକୁ ଥିବା ବିଭିନ୍ନ ନିୟମ ଗୁଡିକ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା….
ଇ-ବିଲିଂ ପରୀକ୍ଷଣ ଭିତ୍ତିରେ କାର୍ଯ୍ୟକାରୀ
ଜିଏସ୍‌ଟି କାର୍ଯ୍ୟକାରୀ ହେବାର ଅଢେଇ ବର୍ଷ ପରେ ଶିଳ୍ପ ଜଗତ ପ୍ରଥମ ଥର ଇ-ଇନଭଏସିଂ ସହ ଜଡିତ ହେବ। ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା କମ୍ପାନୀଗୁଡିକ ଲାଗି ଏହାକୁ ପହିଲାରୁ କାର୍ଯ୍ୟକାରୀ କରାଯାଉଛି। ଏହାକୁ ଏବେ ବାଧ୍ୟତାମୂଳକ କରାଯାଇନାହିଁ। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା କମ୍ପାନୀଙ୍କ ଲାଗି ଏହା ଏପ୍ରିଲ ପହିଲାରୁ ଲାଗୁ କରାଯିବ। ଇ-ଇନଭଏସିଂ ଦ୍ୱାରା ଜାରି କରାଯାଉଥିବା ବିଲ୍‌ ଉପରେ ୟୁନିକ ଇନଭଏସିଂ ରେଫରେନ୍ସ ନମ୍ବର (ଆଇଆର୍‌ଏନ୍‌) ରହିବ। ଏହା ଦ୍ୱାରା ମିଥ୍ୟା ବିଲିଂ ଏବଂ ଟିକସ ଚୋରି ଉପରେ ରୋକ ଲଗାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୂଆ ଜିଏସ୍‌ଟି ହାର
୧୮ ଡିସେମ୍ବରରେ ବସିଥିବା ୩୮ତମ ଜିଏସ୍‌ଟି ପରିଷଦ ବୈଠକରେ ହୋଇଥିବା ୨ ନିଷ୍ପତ୍ତି ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ। ପଲିଥିଲେନର ଏବଂ ପଲିପ୍ରପିଲିନରୁ ପ୍ରସ୍ତୁତ ହେଉଥିବା ବ୍ୟାଗ ଉପରେ ଜିଏସ୍‌ଟି ୧୮%କୁ ହ୍ରାସ କରାଯାଇଛି। ଏହା ବାଦ ଇଣ୍ଡଷ୍ଟ୍ରିଆଲ୍‌ ପ୍ଲଟ ଏବଂ ଦୀର୍ଘକାଳୀନ ଲିଜ୍‌ ଉପରେ ଜିଏସ୍‌ଟି ଲାଗୁ ନ କରାଇବା ପାଇଁ ନିଷ୍ପତ୍ତି ହୋଇଛି।
ସହଜ ହେବ ଡିଜିଟାଲ ପେମେଣ୍ଟ
ପହିଲାରୁ ରୂପେ ଏବଂ ୟୁପିଆଇ ପ୍ଲାଟଫର୍ମରେ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର) ଲାଗୁ ହେବ ନାହିଁ। ସେହିଭଳି ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଡିଜିଟାଲ ପେମେଣ୍ଟ ହେବ। ପହିଲାରୁ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା ନେଣଦେଣ ଦେୟମୁକ୍ତ ହେବ। ଏହା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବିଭିନ୍ନ ସୁବିଧା ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ବାଣିଜି୍ୟକ ବ୍ୟାଙ୍କଗୁଡିକୁ ଚାର୍ଜ ନ ଲାଗୁ କରିବାକୁ ନିର୍ଦ୍ଦେଶରେ କହିଛି।
ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଜିଏସ୍‌ଟି ଲାଗୁ ହେବା ଆଗରୁ ଟିକସ ବକେୟା ରଖିଥିବା ବ୍ୟକ୍ତି ବିଶେଷଙ୍କ ଲାଗି ସରକାର ଆଣିଥିବା ସବକା ବିଶ୍ୱାସ ସ୍କିମ ଜାନୁୟାରୀ ୧୫ ଯାଏ ରହିଛି। ଏହି ନିୟମ ଦ୍ୱାରା ଟିକସ ବକେୟା, ଟିକସ ଫାଙ୍କିବା, ଟିକସ ସମ୍ପର୍କରେ ପ୍ରଘଟ କରିବା ଉପରେ ଲାଗୁଥିବା ଟିକସ ଏବଂ ଜରିମାନା ଉପରେ ରିହାତି ପ୍ରଦାନ କରାଯାଉଛି। କେତେକ ମାମଲାରେ କେବଳ ୩୦% ଟିକସ ପ୍ରଦାନ ଦ୍ୱାରା ଜରିମାନା, ଅତିରିକ୍ତ ସୁଧ ଏବଂ ମୋକଦ୍ଦମାଠାରୁ ମୁକ୍ତି ମିଳୁଥିଲା। ଯେଉଁ ବ୍ୟକ୍ତି ବିଶେଷ ଏହି ସ୍କିମର ଲାଭ ନ ନେଇ ଏହାକୁ ଅଣଦେଖା କରିବା ସହ ଟିକସ ଚୋରୀରେ ସମ୍ପୃକ୍ତ ରହିଛନ୍ତି, ପହିଲାଠାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଓଟିପି ଆଧାରିତ ଟଙ୍କା ଉଠାଣ
ଏସ୍‌ବିଆଇ ଗ୍ରାହକଙ୍କ ଲାଗି ଜାନୁୟାରୀ ପହିଲାରୁ ଏହି ନିୟମ ଅନେକ ଗୁରୁତ୍ୱ ବହନ କରିଥାଏ। ବ୍ୟାଙ୍କର ସମସ୍ତ ଏଟିଏମ୍‌ ଏବଂ କ୍ୟାଶ ସିଷ୍ଟମରେ ଟ୍ରାଞ୍ଜାକଶନ ଉପରେ ଓ୍ବାନ ଟାଇମ ପାଶଓ୍ବାର୍ଡ(ଓଟିପି) ଦ୍ୱାରା କାରବାର ହେବ। ଏହା ଦ୍ୱାରା ଅନଧିକୃତ କ୍ୟାଶ ଉଠାଣ ଏବଂ ଠକେଇରୁ ଗ୍ରାହକଙ୍କୁ ରକ୍ଷା କରାଯାଇପାରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପହିଲାରୁ ଏସ୍‌ବିଆଇର ମ୍ୟାଗ୍ନେଟିକ ଷ୍ଟ୍ରିପ୍‌ ଭିତ୍ତିକ କାର୍ଡ କାମ କରିବା ବନ୍ଦ କରିଦେବ। ଚିପ୍‌ ଭିତ୍ତିକ କାର୍ଡ ଏଟିଏମରେ କାମ କରିବ।
ଆଇଟି ରିଟର୍ନ ବିଳମ୍ବରେ ଅଧିକ ଜରିମାନା
୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଟାକ୍ସ ରିଟର୍ନର ଚୂଡାନ୍ତ ତାରିଖ ୩୧ ଅଗଷ୍ଟ ରହିଥିଲା। ଏହାକୁ ୨୦୨୦ ମାର୍ଚ୍ଚ ୩୧ ଯାଏ ସର୍ତ୍ତ ମୂଳକ ଭାବେ ପ୍ରଦାନ କରିବା ନେଇ ନିୟମ ରହିଛି। ଚଳିତ ବର୍ଷ ଡିସେମ୍ବର ଯାଏ ଏହା ଉପରେ ୫ ହଜାର ଜରିମାନା ରହିଥିଲା। ୨୦୨୦ ଜାନୁୟାରୀ ପହିଲାଠାରୁ ଏହା ବଢି ୧୦ ହଜାର ହୋଇଯିବ।
ପରିବହନ କ୍ଷେତ୍ର
ମୋଟର ଯାନ ଆଇନରେ ହୋଇଥିବା ସଂଶୋଧନ ଆଧାରରେ ବିଭିନ୍ନ ରାଜ୍ୟ ଜାନୁୟାରୀ ପହିଲାରୁ ନୂଆ ନିୟମ ଲାଗୁ କରିବେ। ୧ ଜାନୁୟାରୀ ୨୦୧୯ ପରଠାରୁ ପଞ୍ଜୀକରଣ ହୋଇଥିବା ସମସ୍ତ ଯାନରେ ଭେଇକିଲ ଲୋକେଶନ ଟ୍ରାକିଂ(ଭିଏଲ୍‌ଟି) ବ୍ୟବସ୍ଥା ରହିବ। ଏହା ଦ୍ୱାରା ଧାର୍ଯ୍ୟ ସୀମା ମୁତାମକ ଓଭରଲୋଡିଂ କ୍ଷେତ୍ରରେ ପରିବହନ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri