ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ ଦର୍‌ କମିବା ଆଶା କ୍ଷୀଣ। ତେବେ ଆଉ ମାସେ ଏଭଳି ଦର୍‌ ବୃଦ୍ଧି କଷ୍ଟ ଭୋଗିବାକୁ ପଡ଼ିବ। ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହ ବେଳକୁ ନୂଆ ପିଆଜ ଆସିବାପରେ ଦର୍‌ କମିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ଅଧିକ ଅଞ୍ଚଳରେ ଏହାର ଚାଷକୁ ପରିବ୍ୟାପ୍ତ କରିବା ଆବଶ୍ୟକ। ଗତବର୍ଷଠାରୁ ଚଳିତ ବର୍ଷ ୨୬ ପ୍ରତିଶତ କମ୍‌ ଅଞ୍ଚଳରେ ପିଆଜ ଚାଷ କରାଯାଇଛି। ଲଗାଣ ବର୍ଷା ଯୋଗୁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ପିଆଜ ଦର୍‌ ବହୁ ପରିମାଣ ବଢିଯାଇଛି। ଆଗରୁ ଯେଉଁ ଅଞ୍ଚଳରେ ୩ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ବେଳେ ବର୍ତ୍ତମାନ ୨୫ରୁ ୩୦ କୁଇଣ୍ଟାଲ ଉତ୍ପାଦନ ହେଉଛି। ଦେଶରେ ଦୈନିକ ୧୨ରୁ ୧୩ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଇଜିଷ୍ଟ ଓ ଅନ୍ୟ ଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆମଦାନି କରିଛନ୍ତି। ଯାହାକି ସମୁଦ୍ରକୁ ଶଙ୍ଖେ । ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଉତ୍ପାଦନ ହେଉଥିବା ନୂଆ ପିଆଜ ଚଳିତ ମାସ ଶେଷ ସପ୍ତାହ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା ରହିଛି। ଏହା ପରେ ଦର୍‌ ହ୍ରାସ ପାଇବ। ଆଗରୁ ରାଜ୍ୟକୁ ୫୦ ଟ୍ରକ ପିଆଜ ଆସୁଥିବାବେଳେ ଗତ କିଛିଦିନ ହେବ ଗୋଟିଏ କିମ୍ବା ଆଦୌ ପିଆଜ ଗାଡି ଆସୁ ନାହିଁ। ନୂଆ ପିଆଜ ଆସିଲା ପରେ ଦର୍‌ କମିବ ବୋଲି ମନ୍ତ୍ରୀ କହିଛନ୍ତି। କିଛିଦିନ ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ଦେଶରେ ଦେଖାଦେଇଥିବା ପିଆଜ ଅଭାବ ଏକ ଜାତୀୟ ବିପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟି(ଏଆଇସିସି)ର ନିର୍ଦ୍ଦେଶାନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

‘ଖାଦ୍ୟରେ ବିଷ ଦେଇଥିଲେ’

ଭୁବନେଶ୍ୱର,୭।୧(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତଥା ଅହମ୍ମଦାବାଦସ୍ଥିତ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ର ଏକ ଗୁରୁତର...

ଭୁବନେଶ୍ୱରରେ ୧.୪% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର, ୩।୮(ବ୍ୟୁରୋ)-ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ ସରିଛି। ଏଠାରେ ୧.୪% ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି। ଏନେଇ ସୋମବାର ଭୁବନେଶ୍ୱର...

ବାଇକ-ପିକ୍‌ଅପ୍‌ ମୁହଁ।ମୁହିଁ, ୩ ମୃତ

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ରାଇସିଂ ଘାଟି ତଳେ ଜାତୀୟ ରାଜପଥ ନଂ.୩୨୬ରେ ସୋମବାର ପିକ୍‌ଅପ୍‌ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ...

ଓଲଟିଲା ଯାତ୍ରାପାର୍ଟି ବସ୍‌, ୧୦ରୁ ଅଧିକ ଆହତ

କାମାକ୍ଷାନଗର,୧୨ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି...

ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ...

ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର...

‘ସୋସିଆଲ ମିଡିଆରେ ବୁଲୁଛି କୋଣାର୍କ ମନ୍ଦିରର ଭ୍ରମାତ୍ମକ ଫଟୋ’

ଭୁବନେଶ୍ୱର,୧୨।୨ବ୍ୟୁରୋ):ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ...

Advertisement
Archives

Model This Week