ନୂଆ ଚିହ୍ନଟ ୧୪୩ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୫ ଗୁଜରାଟ, ୨ ମହାରାଷ୍ଟ୍ର ଓ ୨ଜଣ ତାମିଲନାଡ଼ୁ ଫେରନ୍ତା। ନୂଆପଡ଼ାର ସମସ୍ତ ୮ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର। ସମସ୍ତେ ମହାରାଷ୍ଟ୍ର ଫେରନ୍ତା। ସୋନପୁରର ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୩ ଗୁଜରାଟରୁ ଫେରିଥିବା ବେଳେ ୮ ତାମିଲନାଡ଼ୁ ଓ ୩ ତେଲେଙ୍ଗାନାରୁ ଫେରିଥିଲେ। ସେହିଭଳି ୩ ଲୋକାଲ୍‌ କେସ୍‌ ରହିଛି। ନୂତନ ଭାବେ ରାୟଗଡ଼ାରୁ ଚିହ୍ନଟ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ସେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ଗଞ୍ଜାମରୁ ଆଜି ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୬ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୧୦ ଗୁଜରାଟ, ୪ ମହାରାଷ୍ଟ୍ର, ୧ ଆନ୍ଧ୍ର ପ୍ରଦେଶ, ୨୧ ଗୁଜରାଟ/ମହାରାଷ୍ଟ୍ର ଫେରନ୍ତା। ୩୬ଜଣଙ୍କୁ ଛାଡ଼ି ଅନ୍ୟମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩ ଲୋକାଲ କେସ୍‌ ରହିଛି। କଳାହାଣ୍ଡିର ଜଣେ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର, ଗୁଜରାଟ ଫେରନ୍ତା। ଗଜପତିରୁ ଚିହ୍ନଟ ୪ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର, ୨ ତେଲେଙ୍ଗାନା ଫେରନ୍ତା। ସେହିଭଳି ଜଣେ ମହାରାଷ୍ଟ୍ର ଏବଂ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ସମ୍ବଲପୁରରୁ ୩ ଚିହ୍ନଟ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର। ଜଣେ ଆନ୍ଧ୍ରପ୍ରଦେଶ, ଜଣେ ମହାରାଷ୍ଟ୍ର, ଅନ୍ୟ ଜଣେ ତେଲେଙ୍ଗାନାରୁ ଫେରିଥିଲେ। ସୁନ୍ଦରଗଡ଼ର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନ୍‌ର, ଜଣେ ମହାରାଷ୍ଟ୍ର, ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା। ଅନ୍ୟ ୨ଟି ଲୋକାଲ କେସ୍‌। ଖୋର୍ଦ୍ଧାର ୩ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ର, ୨ ସୁରଟ, ଜଣେ ଦିଲ୍ଲୀ ଫେରନ୍ତା। ମୟୂରଭଞ୍ଜର ୮ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ର, ୬ ମହାରାଷ୍ଟ୍ର ଫେରନ୍ତା। ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା। ଦେବଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ, ସେ ତାମିଲନାଡ଼ୁରୁ ଫେରିଥିଲେ। ଅନୁଗୋଳରୁ ଚିହ୍ନଟ ୩ ଆକ୍ରାନ୍ତ, ୨ ମହାରାଷ୍ଟ୍ର, ୧ କର୍ଣ୍ଣାଟକ ଫେରନ୍ତା। ବାଲେଶ୍ୱରରୁ ଚିହ୍ନଟ ୨୪ ଆକ୍ରାନ୍ତ ମଧ୍ୟରୁ ୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟରର, ଜଣେ ଲୋକାଲ। ଭଦ୍ରକର ୩ ଆକ୍ରାନ୍ତ ମଧ୍ୟରୁ ଜଣେ ତାମିଲନାଡ଼ୁ, ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରର ୧୩, କେନ୍ଦ୍ରାପଡ଼ାର ୯, ନୂଆପଡ଼ାର ୮, ସୋନପୁରର ୧୭, ଗଞ୍ଜାମର ୪୧, ଖୋର୍ଦ୍ଧାର ୩, ମୟୂରଭଞ୍ଜର ୮, ଦେବଗଡ଼ର ୧, ଅନୁଗୋଳ ୩, ବାଲେଶ୍ୱର ୨୪, ଭଦ୍ରକର ୩, କଳାହାଣ୍ଡିର ୧, ଗଜପତିର ୪, ସମ୍ବଲପୁରର ୩, ସୁନ୍ଦରଗଡ଼ର ୪ କେସ୍‌ ରହିଛି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri