ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା ବ୍ୟକ୍ତିମାନେ ପ୍ରତିବର୍ଷ ଏହାର ନବୀକରଣ କରିବାକୁ ହେବ ବୋଲି ଭାରତୀୟ ବୀମା ନିୟାମକ ପ୍ରାଧିକରଣ(ଆଇଆର୍‌ଡିଏ) ସ୍ପଷ୍ଟ କରିଛି। ଜାରି ନୂଆ ନିୟମ ଅନୁଯାୟୀ, ଦୁଇଚକିଆ ଗାଡି କିଣୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଲାଗି ବୀମା ନେବାକୁ ହେବ। ସେହିପରି ନୂଆ କାର୍‌ ପାଇଁ ୩ ବର୍ଷ ସୀମା ଅପରିହାର୍ଯ୍ୟ ହୋଇଛି। ସମସ୍ତ ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଥାର୍ଡ ପାର୍ଟି ବୀମା ନେବା ବାଧ୍ୟତାମୂଳକ ହୋଇଛି। ଏହି ନୂଆ ନିୟମ ୨ ବର୍ଷ ଅଥବା ଏହାପୂର୍ବରୁ କିଣାଯାଇଥିବା ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଆଇଆର୍‌ଡିଏ ପକ୍ଷରୁ ଗତ ୧୧ରେ ପ୍ରକାଶ କରାଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି। ପୁରୁଣା ଗାଡ଼ି ମାଲିକଙ୍କୁ ପୂର୍ବଭଳି କେବଳ ୧ ବର୍ଷର ବୀମା କରିବାକୁ ହେବ। ତେବେ ଚାର୍ଜ ବଢ଼ିଯିବ। ଏଣିକି ୧୦୦୦ ସିସିର ବାଇକ କିଣିବା ଉପରେ ଗାଡିମାଲିକଙ୍କୁ ବୀମା ନେବା ଲାଗି ୪୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଓନ୍‌ ଡ୍ୟାମେଜ୍‌ ବୀମା ୧ ବର୍ଷ ପାଇଁ ନେଇ ହେବ। ଏହାଦ୍ୱାରା ଗାଡ଼ିର ଏକ୍ସ ସୋରୁମ୍‌ ମୂଲ୍ୟ ଅଧିକ ହୋଇଯିବ। ଏହାଦ୍ୱାରା ଗାଡ଼ି ମାଲିକଙ୍କ ଖର୍ଚ୍ଚ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ। ଏଥିସହିତ ବ୍ୟକ୍ତିଗତ ବୀମା କଭରର କ୍ଲେମ୍‌ ରାଶିକୁ ଆଇଆର୍‌ଡିଏ ୨ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ୨ ଚକିଆ ଗାଡ଼ି ପାଇଁ କ୍ଲେମ୍‌ ରାଶି ୧ ଲକ୍ଷ ଟଙ୍କା ଏବଂ ଚାରିଚକିଆ ଗାଡ଼ି ପାଇଁ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିଲାଗି ଗ୍ରାହକଙ୍କଠାରୁ ପ୍ରିମିୟମ ବାବଦରେ ୫୦ ଅଥବା ୧୦୦ ଟଙ୍କା(ଟିକସ ସହ) ନିଆଯାଉଥିଲା। ଏବେ ସମସ୍ତ ଗାଡ଼ି ମାଲିକଙ୍କୁ ବ୍ୟକ୍ତିଗତ ବୀମା କଭର ନେବାକୁ ହେବ ଏବଂ ଏଥିପାଇଁ ବାର୍ଷିକ ୭୫୦ ଟଙ୍କା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri