Posted inଖେଳ

ନୂଆ କୋଚ୍‌ ରିଡ୍‌ଙ୍କ ସହ ସହଜ ମନେ କରୁଛୁ : ମନପ୍ରୀତ

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ଆଉ ମାତ୍ର ଗୋଟିଏ ଦିନ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ପାଇନାଲ୍ସ। ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟ ଭାରତ ପାଇଁ ପ୍ରଥମ ପାହାଚ ବିବେଚିତ ହେଉଛି। ଭାରତ ଏହି ଟୁର୍ନାମେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଚାମ୍ପିୟନ ହେବ ବୋଲି ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଯୋଗ ଦେଇ ମନପ୍ରୀତ୍‌ଙ୍କ ସମେତ ଅନ୍ୟ ୭ ଦଳର ଅଧିନାୟକ ତଥା ଖେଳାଳିମାନେ ନିଜନିଜ ଦଳର ପ୍ରଦର୍ଶନ ଓ ଯୋଜନା ନେଇ ମତ ରଖିଥିଲେ। ନୂଆ କୋଚ୍‌ ଗ୍ରାହାମ ରିଡଙ୍କ ସହ ଦଳର ସବୁ ଖେଳାଳି ବେଶ୍‌ ସହଜ ମନେ କରୁଛନ୍ତି। ରିଡ୍‌ଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ସବୁ ଖେଳାଳିଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଏହି ଟୁର୍ନାମେଣ୍ଟ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ୬ ତାରିଖ ଅର୍ଥାତ୍‌ ଗରୁବାର ରୁଷିଆ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ନୂଆ କୋଚ୍‌ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମଥର ପାଇଁ କୌଣସି ବଡ଼ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ରିଡ୍‌ ଖେଳାଳିଙ୍କ ସହ ବନ୍ଧୁଭଳି ବ୍ୟବହାର କରିଥାନ୍ତି ଓ ତାଙ୍କ ମୁହଁରେ ସବୁବେଳେ ହସ ଥାଏ। ସବୁ ଖେଳାଳିଙ୍କ ସହ ସେ ଖୋଲାଖୋଲି ଭାବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି। ଗ୍ରାଉଣ୍ଡରେ ଅଧିନାୟକଙ୍କ ସମେତ ସବୁ ଖେଳାଳି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ରିଡ ବିଚାର କରିଥାନ୍ତି। ଯଦି କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ନ ଥାନ୍ତି ତାହାଲେ ତାଙ୍କୁ ସେ ମୋଟିଭେଟ୍‌ କରିଥାନ୍ତି ଓ ଲୟକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥାନ୍ତି ବୋଲି ମନପ୍ରୀତ ଖବରତାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।
ଭିନ୍ନ ଭିନ୍ନ କୋଚ୍‌ଙ୍କ ଶୈଳୀ ଅଲଗା ହୋଇଥାଏ। ତେଣୁ ପୂର୍ବ କୋଚ୍‌ ହରେନ୍ଦ୍ର ସିଂଙ୍କଠାରୁ ରିଡ ଶୈଳୀ ଅଲଗା ବୋଲି ମନପ୍ରୀତ କହିଛନ୍ତି। ମ୍ୟାଚ୍‌କୁ ପଢିବା ଓ ହୃଦୟଙ୍ଗମ କରିବା ଓ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବାର ଶୈଳୀ ସବୁ କୋଚ୍‌ମାନଙ୍କର ଅଲଗା ଅଲଗା ରହିଥାଏ। ସେହିପରି ହରେନ୍ଦ୍ରଙ୍କଠାରୁ ରିଡ୍‌ ଶୈଳୀ ଭିନ୍ନ। ରିଡ୍‌ଙ୍କ ସହ ସବୁ ଖେଳାଳି ବେଶ୍‌ ସହଜ ମନେ କରୁଛନ୍ତି। ତେଣୁ ଏହାର ସକରାତ୍ମକ ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡିବ ବୋଲି ମନପ୍ରୀତ କହିଛନ୍ତି।
ପ୍ରଥମ ମ୍ୟାଚ୍‌ରେ ଭାରତ ରୁଷିଆକୁ ଭେଟିବାପରେ ପୋଲାଣ୍ଡ ଓ ଉଜ୍‌ବେକିସ୍ତାନକୁ ଭେଟିବ। ଏହି ଟୁର୍ନାମେଣ୍ଟ ସବୁ ଦଳ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଭାରତ ଘରୋଇ ପରିବେଶରୁ ଫାଇଦା ଉଠାଇବା ଓ ଅନ୍ୟଦଳଗୁଡିକଠାରୁ ପାଦେ ଆଗରେ ରହିବ। ଏହି ଟୁର୍ନାମେଣ୍ଟ ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ସବୁ ଦଳ ଅଲିମ୍ପିକ୍ସ ଖେଳିବାକୁ ଚାହୁଁଛନ୍ତି। ତେଣୁ କୌଣସି ଦଳକୁ ହେୟ ମନେ କରିହେବ ନାହିଁ। ଯେକୌଣସି ଦଳ ସେମି ଫାଇନାଲରେ ପ୍ରବେଶ କରିପାରିବ।
ଭୁବନେଶ୍ୱରର ଦର୍ଶକ କେବଳ ଭାରତ ନୁହଁ ବାକି ସବୁ ଦଳକୁ ସମର୍ଥନ କରିବେ ବୋଲି ମନପ୍ରୀତ କହିଛନ୍ତି। ଓଡ଼ିଶାରେ ଖେଳିବା ସବୁବେଳେ ଆନନ୍ଦ ଦାୟକ ହୋଇଥାଏ। ଶ୍ରେଷ୍ଠ ପ୍ରଦର୍ଶନ କରି ଆମେ ଫାଇନାଲରେ ପ୍ରବେଶ କରିବୁ। ଗତ ଏସିଆନ ଗେମ୍ସରେ ଭାରତ ସେମଫାଇନାଲରେ ମାଲେସିଆଠାରୁ ହାରି ବିଦାୟ ନେଇଥିଲା। ଏହା ନିଶ୍ଚିତ ଭାବେ କଷ୍ଟ ଦେଇଛି। ତେବେ ଏହାକୁ ପଛରେ ପକାଇ ଆମକୁ ଆଗକୁ ଯିବାକୁ ହେବ। ଏସିଆନ୍‌ ଗେମ୍ସ ଜିତିଥିଲେ ଆମେ ଏହି ଟୁର୍ନାମେଣ୍ଟ ଖେଳିବାକୁ ଆସି ନ ଥାନ୍ତୁ। ଏସିଆନ୍‌ ଗେମ୍ସ ସହ ବିଶ୍ୱକପ୍‌ରେ ମଧ୍ୟ ଆମେ ଅଶାନୁରୂପ ପ୍ରଦର୍ଶନ କରି ନ ଥିଲୁ। ଏଥିପାଇଁ ଆମେ ନୂଆ କୋଚ୍‌ ପାଇଛୁ।
ହେଡ୍‌ କୋଚ୍‌ ରିଡ୍‌ଙ୍କୁ ବାଦଦେଲେ ଭାରତ ପାଇଁ ଅନାଲିଟିକାଲ କୋଚ୍‌ କ୍ରିସ୍‌ ସିରିଏଲୋ, ସପୋର୍ଟ ଷ୍ଟାଫ୍‌ ହିସାବରେ ପୀୟୁଷ ଦୁବେ ଓ ପୂର୍ବତନ ଷ୍ଟ୍ରାଇକର ଶିବେନ୍ଦ୍ର ସିଂ କାର୍ଯ୍ୟ କରୁଛନ୍ତି। ପେନାଲ୍ଟି କନଭର୍ସନ ଓ ଅନ୍ତିମ ମୂହୁର୍ତ୍ତହର ଗୋଲ ବରଣ କରିବାର ଭାରତର ପୁରୁଣା ସମସ୍ୟା ରହିଛି। ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବୁ। ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆମେ ସଂଘର୍ଷ କରିଥିଲୁ। ଅଷ୍ଟ୍ରେଲିଆ ଏକ ଚାମ୍ପିୟନ ଦଳ। ତେବେ ଆମକୁ ଆହୁରି ଉନ୍ନତି କରିବାକୁ ହେବ ବୋଲି ମନପ୍ରୀତ କହିଛନ୍ତି।
ମନପ୍ରୀତଙ୍କ ସମେତ ଜାପାନ ଅଧିନାୟକ ମନାବୁ ୟାମାସିଟା, ପୋଲାଣ୍ଡ ଟିମ୍‌ ଗୋଲକିପର ମାଟେଉଜ୍‌ ପୋପିଓଲକୋଓ୍ବସ୍କି, ଦକ୍ଷିଣ ଆଫ୍ରିକା ଟିମ୍‌ ଗୋଲକିପର ରାସି ପିଟର୍ସ, ରୁଷିଆର ପାଭେଲ ଗୋଲୁବେଭ, ଆମେରିକା ଅଧିନାୟକ ଅଜଇ ଧାଡଓ୍ବାଲ, ଉଜ୍‌ବେକିସ୍ତାନ ଅଧିନାୟକ ଗୋଲିବ କାଲାଣ୍ଡାରୋଭ ଓ ମେକ୍ସିକୋ ଅଧିନାୟକ ମିଗୁଏଲ ଲେଅନ ନିଜ ରଣନୀତି ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଟୁର୍ନାମେଣ୍ଟରେ ଭାରତ ଫେଭରାଇଟ୍‌ ମନେହେଉଥିଲେ ମଧ୍ୟ ଆମେ ଫାଇନାଲରେ ପ୍ରବେଶ କରିବାକୁ ସବୁ ମତେ ପ୍ରୟାସ କରିବୁ ବୋଲି ଏମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri