ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍‌’: ଲିଡ୍‌ ରୋଲ୍‌ରେ ଅରୋଜିତ ଏବଂ ଅନନ୍ୟା; ନିର୍ଦ୍ଦେଶନା ଦେବେ ପପୁ ପମପମ

ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍‌ ପଡ଼ିବ କିପରି ? ସେହି ଭଲ ପାଇବା ଭିତରେ ତାହାର ଅଭାବ, ଅସୁବିଧା, ସଂଘର୍ଷ ପ୍ରତିଫଳିତ ହୋଇଛି। କେବଳ ସେତିକି ନୁହେଁ, ଏଥିରେ ଇମୋଶନ, କମେଡି ଏବଂ ଆକ୍ସନର ଝଲକ୍‌ ମଧ୍ୟ ଦେଖିବାକୁ ମିଳିବ। ହଁ, ଏକ ଭିନ୍ନଧରଣର ପ୍ରେମ କାହାଣୀକୁ ନେଇ ନିିର୍ମିତ ହୋଇଛି ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍‌’। ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଅନ୍ୟତମ ଆଗଧାଡିର ପ୍ରଯୋଜକ ଅକ୍ଷୟ କୁମାର ପରିଜା। ଖାସ୍‌ କଥା ହେଲା କମେଡିଆନ ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପପୁ ପମପମ ଏହି ଫିଲ୍ମରୁ ବଡ଼ ପରଦା ପାଇଁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି। ତା’ ସହ ଉକ୍ତ ସିନେମାରେ ସଂଯୋଜିତ ତଥା ସୁରେଶ ପଣ୍ଡା, ଦୀପକ ଜେନା ଏବଂ ସୁମିତଙ୍କ ରଚିତ ଗୀତଗୁଡ଼ିକୁ ମଧ୍ୟ ସ୍ବର ଦେଇଛନ୍ତି ପପୁ। ଏହି ଫିଲ୍ମରେ ଅଭିନୟ କରୁଥିବା ଅଧିକାଂଶ କଳାକାର ନୂଆ। ବିଶେଷଭାବରେ ନବାଗତ ଅରୋଜିତ ଏବଂ ଅନନ୍ୟାଙ୍କୁ ଏଥିରେ ଲିଡ୍‌ ରୋଲ୍‌ରେ ବ୍ରେକ୍‌ ମିଳିଛି। ଅନ୍ୟପକ୍ଷରେ ଆଗଧାଡିର ଅପେରା ନିର୍ଦ୍ଦେଶକ ବିନୋଦ ରାଉତ, ମଞ୍ଚ ଅଭିନେତା କୃପାସିନ୍ଧୁ ନାୟକ, ସଂସ୍କୃତି, ଦୀପକ ତ୍ରିପାଠୀ, ହର୍ଷିତା, ଅରବିନ୍ଦ ଜେନା, ସିଦ୍ଧାର୍ଥ, ସୋନୁ, ଆୟୁଷୀ ଏବଂ ମୁକେଶ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା ଚଳିତବର୍ଷ ରଜରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ପ୍ରଥମ ଶୋ’କୁ ସାରା ଓଡ଼ିଶାରେ ମାଗଣାରେ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri