ନୂଆ ଆଇଏମ୍‌ଏଫ୍‌ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱ ମୁଦ୍ରା ସହଯୋଗ, ଆର୍ଥିକ ସ୍ଥିରତା, ବିଶ୍ୱ ବାଣିଜ୍ୟକୁ ସୁଗମ, ନିଯୁକ୍ତିର ପ୍ରସାର ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ଦିଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅହରହ କାର୍ଯ୍ୟ କରିଆସୁଛି। ୧୯୪୪ରେ ପ୍ରତିଷ୍ଠିତ ଏହି ବୃହତ୍‌ ଆର୍ଥିକ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡିସିଠାରେ ଅବସ୍ଥିତ। ୧୮୯ ରାଷ୍ଟ୍ର ଏହା ସହ ଅନୁବନ୍ଧିତ। ଏଭଳି ଏକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାକୁ ସୁପରିଚାଳନା କରୁଥିବା ମୁଖ୍ୟଙ୍କ କାର୍ଯ୍ୟଧାରା ଓ ନିଷ୍ପତ୍ତି ସର୍ବଦା ଚର୍ଚ୍ଚାରେ ରହିଥାଏ। ବୁଲଗେରୀୟ ଅର୍ଥନୀତିଜ୍ଞ କ୍ରିଷ୍ଟାଲିନା ଜର୍ଜିଭା ନିକଟରେ ଆଇଏମ୍‌ଏଫ୍‌ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଅକ୍ଟୋବର ପହିଲାରେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ନିଯୁକ୍ତି ନେଇ ଖବର ପ୍ରସାର ହେବା ପରେ ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହତାଶଭାବ ସୃଷ୍ଟି କରିଥିବା ବେଳେ ବାଣିଜି୍ୟକ ଉତ୍ତେଜନା ଓ ଋଣଭାର ଯୋଗୁ ବହୁ ରାଷ୍ଟ୍ର ଚାପଗ୍ରସ୍ତ। ତେଣୁ ବିଶ୍ୱସ୍ତରରେ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ପଡ଼ିବ। ସେ କହିଛନ୍ତି, ଏଥିପାଇଁ ଏହାର ପାଣ୍ଠିକୁ ଅଧିକ ଓଜନିଆ କରିବା ସହ ସଦସ୍ୟ ରାଷ୍ଟ୍ରଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ।
କ୍ରିଷ୍ଟାଲିନା ବୁଲଗେରିଆର ସୋଫିଆଠାରେ ୧୩ ଅଗଷ୍ଟ ୧୯୫୩ରେ ଜନ୍ମଗ୍ରହଣ କରିଥିଲେ। ସିଭିଲ୍‌ ଇଞ୍ଜିନିୟରଙ୍କ କନ୍ୟା ଭାବେ ସେ ଖ୍ୟାତନାମ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇଥିଲେ। ସୋଫିଆସ୍ଥିତ କାର୍ଲ ମାର୍କ୍ସ ହାୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନମିକ୍ସରୁ ରାଜନୈତିକ ଅର୍ଥନୀତି (ପଲିଟିକାଲ ଇକୋନୋମି) ଓ ସମାଜବିଜ୍ଞାନ ବିଷୟରେ ପାଠ ପଢ଼ିଥିଲେ। ୧୯୭୬ରେ ଡିଗ୍ରୀ ଶେଷ କରିବା ପରେ ସେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସ ଅଧ୍ୟୟନ କରି ବ୍ରିଟିଶ କାଉନ୍‌ସିଲ ସ୍କଲାର ଭାବେ ପରିଚିତ ହୋଇଥିଲେ। ପୁଞ୍ଜିବାଦ ଉପରେ ତାଙ୍କ ପରୀକ୍ଷାନିରୀକ୍ଷା ଗବେଷଣା ସନ୍ଦର୍ଭ ପ୍ରସ୍ତୁତିରେ ସହାୟକ ହୋଇଥିଲା। ନିଜର ପ୍ରତିଭା ବଳରେ କ୍ରିଷ୍ଟାଲିନା ବିଶ୍ୱ ବ୍ୟାଙ୍କ ଓ ୟୁରୋପୀୟ ସଂଘ (ଇୟୁ)ର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୯୩ରୁ ୨୦୧୦ ଯାଏ ବିଶ୍ୱବ୍ୟାଙ୍କ ଗ୍ରୁପ୍‌ରେ ଅନ୍ୟତମ ପ୍ରଭାବୀ ବ୍ୟକ୍ତି ହୋଇପାରିଥିବା କ୍ରିଷ୍ଟାଲିନା ୨୦୦୮ରେ ଏହାର ଭାଇସ୍‌ ପ୍ରେସିଡେଣ୍ଟ ଓ କର୍ପୋରେଟ୍‌ ସେକ୍ରେଟାରୀ ଭଳି ପଦବୀକୁ ଉନ୍ନୀତ ହୋଇଥିଲେ। ଏଥିସହିତ ସେ ବୁଲଗେରିଆସ୍ଥିତ ୟୁନିଭର୍ସିଟି ଅଫ୍‌ ନ୍ୟାଶନାଲ ଆଣ୍ଡ୍‌ ଓ୍ବାର୍ଲଡ୍‌ ଇକୋନୋମିରେ ଅର୍ଥନୀତି ବିଭାଗର ଆସୋସିଏଟ୍‌ ପ୍ରଫେସର ଭାବେ ଅଧ୍ୟାପନା କରିଥିଲେ। ୨୭ ସେପ୍ଟେମ୍ବର ୨୦୧୬ରେ ବୁଲଗେରିଆ ସରକାର କ୍ରିଷ୍ଟାଲିନାଙ୍କୁ ଜାତିସଂଘର ମହାସଚିବ ଲାଗି ମନୋନୀତ କରିଥିଲା। ହେଲେ ତାହା ଫଳପ୍ରଦ ହୋଇ ନ ଥିଲା। ତେବେ ଭାଗ୍ୟ ତାଙ୍କ ପାଇଁ ଅନ୍ୟ ଏକ ଉତ୍ତମ ପଦବୀ ସାଇତି ରଖିଥିଲା। ଜାନୁୟାରୀ ୨୦୧୭ରେ ସେ ଇୟୁର ବଜେଟ ପ୍ରସ୍ତୁତିର କମିଶନର୍‌ ଦାୟିତ୍ୱ ଛାଡ଼ି ବିଶ୍ୱବ୍ୟାଙ୍କର ସିଇଓ ଭାବେ ଯୋଗ ଦେଇଥିଲେ। କେବଳ ସେତିକି ନୁହେଁ, ଅର୍ଥନୀତି ଉପରେ ପ୍ରଗାଢ଼ ଜ୍ଞାନ ଯୋଗୁ କ୍ରିଷ୍ଟାଲିନାଙ୍କ ପାଇଁ ଆଇଏମ୍‌ଏଫ୍‌ ତା’ର ନିୟମାବଳୀରେ ପରିବର୍ତ୍ତନ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ର ମୁଖ୍ୟ ଜଣେ ୟୁରୋପୀୟ ରହିଆସିଛନ୍ତି ଓ ଏହାର ସର୍ବୋଚ୍ଚ ପଦବୀ ଲାଗି ଆବେଦନାକରୀଙ୍କ ବୟସସୀମା ୬୫ ରହିଥିଲା। ହେଲେ କ୍ରିଷ୍ଟାଲିନାଙ୍କ ନିମନ୍ତେ ଏଥିରେ ପରିବର୍ତ୍ତନ କରାଯାଇଥିଲା। ବିଶେଷକରି ଆଇଏମ୍‌ଏଫ୍‌ ଉପରେ ଫ୍ରାନ୍ସ ଚାପ ପକାଇଥିଲା। ଖ୍ରୀଷ୍ଟିନ ଲାଗାର୍ଡଙ୍କ ସ୍ଥାନରେ କ୍ରିଷ୍ଟାଲିନା ଆଇଏମ୍‌ଏଫ୍‌ ମୁଖ୍ୟ ପଦବୀରେ ବସିବାରେ ଏକ ବିକାଶୋନ୍ମୁଖୀ ଅର୍ଥନୀତିର ବ୍ୟକ୍ତି ହେବାକୁ ଯାଉଛନ୍ତି।
ଅର୍ଥନୀତି ସହ ରାଜନୀତିରେ ମଧ୍ୟ କ୍ରିଷ୍ଟାଲିନାଙ୍କ ପହୁଞ୍ଚ ରହିଆସିଛି। ୟୁରୋପୀୟ ସଂଘର କେତେକ ପଦବୀ ମଣ୍ଡନ ବେଳେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସେ ଅଂଶବିଶେଷ ପାଲଟିଥିଲେ। ଆଇଏମ୍‌ଏଫ୍‌ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥନୈତିକ ବୈଷମ୍ୟ, ଜଳବାୟୁ ସଂକ୍ରାନ୍ତ ବିପଦ ସହ ଦ୍ରୁତ ବୈଷୟିକ ପରିବର୍ତ୍ତନକୁ ଆଖିଆଗରେ ରଖି ତାଙ୍କୁ ବିଭିନ୍ନ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ କିନୋ କିନୋଭ ଓ ଏକ ସନ୍ତାନକୁ ନେଇ କ୍ରିଷ୍ଟାଲିନାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri