ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା

ଅନୁଗୋଳ ଅଫିସ, ୧୯।୫

ସ୍ବାବ୍‌ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଆସୁଥିବା ବେଳେ ଏଯାଏ ସେମାନଙ୍କଠାରୁ ସ୍ବାବ୍‌ କି ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଉ ନାହିଁ। ଏପରି ସ୍ଥିତିରେ ଦୈନିକ ସେଠାକୁ ନୂଆ ପ୍ରବାସୀଙ୍କୁ ସଙ୍ଗରୋଧ ପାଇଁ ଅଣାଯିବା ପୁରୁଣା ପ୍ରବାସୀମାନଙ୍କ ମନରେ ସଂକ୍ରମଣର ଭୟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ୨୨୫ ପଞ୍ଚାୟତରେ ମୋଟ୍‌ ୩୪୯ କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଏସବୁ କେନ୍ଦ୍ରରେ ୧୪,୮୯୩ ବେଡ୍‌ ପକାଯାଇଥିବା ବେଳେ ୧୦,୭୫୪ ଜଣ ସଙ୍ଗରୋଧରେ ରହିବାର ବ୍ୟବସ୍ଥା ହୋଇଛି। ସେହିପରି ଅନୁଗୋଳ, ତାଳଚେର ପୌରାଞ୍ଚଳ ଓ ଆଠମଲ୍ଲିକ ଏନ୍‌ଏସିର ମୋଟ୍‌ ୫୫ ୱାର୍ଡରେ ୬ଟି କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଏଠାରେ ୭୦୩ ଜଣଙ୍କ ରହିବା ଭଳି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଇତିମଧ୍ୟରେ ବାହାର ରାଜ୍ୟରୁ ହଜାର ହଜାର ପ୍ରବାସୀ ଜିଲାକୁ ଫେରୁଛନ୍ତି। ଅନ୍ୟ ଜିଲାରୁ ମଧ୍ୟ ଅନୁଗୋଳ ଲୋକେ ଘର ମୁହଁା ହେଉଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। ଦୈନିକ କେତେଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାଙ୍ଗୁଲା, ପଞ୍ଚମହଲା ୟୁପି ସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ର ପରି ଜିଲାର ବହୁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ୮ରୁ ୧୦ ଦିନ ଯାଏ ପ୍ରବାସୀମାନେ ରହିସାରିଥିଲେ ବି ସେମାନଙ୍କଠାରୁ ସ୍ବାବ୍‌ କି ରକ୍ତ ପରୀକ୍ଷା ପାଇଁ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ସଙ୍ଗରୋଧ ପାଇଁ ଏସବୁ କେନ୍ଦ୍ରକୁ ଦୈନିକ ଆସୁଥିବା ନୂଆ ପ୍ରବାସୀମାନଙ୍କୁ ନେଇ ପୁରୁଣାଙ୍କ ଚିନ୍ତା ବଢ଼ିଯାଇଛି। ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ସେମାନେ ସ୍ବାବ୍‌ ଟେଷ୍ଟ ପାଇଁ ଜଣାଉଥିଲେ ବି ସୁଫଳ ମିଳୁ ନ ଥିବା ସମ୍ପୃକ୍ତ ପ୍ରବାସୀମାନେ ଅଭିଯୋଗ କରୁଛନ୍ତି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଛନ୍ତି, ସଙ୍ଗରୋଧରେ ଥିବା ସମସ୍ତଙ୍କ ସ୍ବାବ୍‌ ନମୁନା ଏକ ସଙ୍ଗରେ ସଂଗ୍ରହ କରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ଜିଲାରେ ଏବେ ୫ଟି ଟିମ୍‌ ନମୁନା ସଂଗ୍ରହ କରୁଛନ୍ତି। କିପରି ଶୀଘ୍ର ସମସ୍ତଙ୍କ ନମୁନା ସଂଗ୍ରହ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri