ନୂଆଗାଁକୁ ବ୍ୟାପିଲା କରୋନା ସଂକ୍ରମଣ

ନୂଆଗାଁ, ୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ବିଭିନ୍ନ କ୍ବାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ ଜଣ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ସେମାନଙ୍କ ମଧ୍ୟରୁ ଜଣେ ନୂଆଗାଁ ବ୍ଲକର ବୋଲି ଜଣାପଡିଛି । ନୂଆଗାଁରେ ପ୍ରଥମ ଥର ପାଇଁ କରୋନା ରୋଗୀ ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ଉକ୍ତ ରୋଗୀ ଅନ୍ୟ ରାଜ୍ୟରୁ ଆସି ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ ା ପ୍ରଶାସନ ପକ୍ଷରୁ ନୂଆଗାଁ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସୋମବାର ବସିବାକୁ ଥିବା ସାପ୍ତାହିକ ହାଟକୁ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି । ସେହିଭଳି ନୂଆଗାଁ ସଦର ମାର୍କେଟକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ କରୋନା ସଂକ୍ରମିତ ରୋଗୀ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ତରଫରୁ ଯାଞ୍ଚ କରାଯାଉଛି । କରୋନା ସଂକ୍ରମିତ ରୋଗୀ ଜଣକ ଏବେ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ା ସବୁଠାରୁ ଉଦ୍‌ବେଗର ବିଷୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲୋକେ ସରକାରୀ କଟକଣାକୁ ମାନୁନାହାନ୍ତି । ବିଶେଷ କରି ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତ୍ୱ କଟକଣାକୁ ଲୋକେ ଗ୍ରହଣ କରୁ ନ ଥିବାରୁ ଏହି ରୋଗ ଏବେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷ ହେଲେ ନରେଶ ପ୍ରତାପ

ଲେଫ୍ରିପଡ଼ା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଶନିବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି। ଏଥିରେ ପୂର୍ବତନ ବିଧାୟକ...

ବଢ଼ୁଛି ବାର୍‌ହା ଶିକାର: ମାଂସ ଜବତ, ୭ ଗିରଫ

ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍‌ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ...

ସୁନ୍ଦରଗଡରେ ନାଇଟ କର୍ଫ୍ୟୁ ଜାରି

ସୁନ୍ଦରଗଡ଼,୬।୪: ସୁନ୍ଦରଗଡ ଜିଲାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା...

ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ...

ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ...

ଟ୍ରେନ୍‌ ଆଗକୁ ଡେଇଁ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ,୧୫।୧: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ରେଳ ଷ୍ଟେଶନରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍‌ରେ ତାଙ୍କର ଗୋଟିଏ...

କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ: ରାଉରକେଲା-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲି ଆସିଥିଲେ। ରବିବାର ହାତୀପଲକୁ ଘଉଡ଼ାଇବା ଲାଗି ବନ...

ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର

ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍‌ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ...

Advertisement
Archives

Model This Week