ଆର.ଉଦୟଗିରି, ୨୯ା୧୧ (ଡି.ଏନ.ଏ.) – ମାସେ ନପୁରୁଣୁ ପୁଣି ନୁଆଗଡକୁ ଡେଙ୍ଗୁ ଲେଉଟିଛି। ବୁଧବାର ଡେଙ୍ଗୁରେ ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚତ୍ଛି। ନୂଆଗଡ ଗ୍ରାମ ଖ୍ରୀଷ୍ଟିଆନ ସାହିର ଧିରେନ ସିଂ (୨୩)ଙ୍କୁ ଜ୍ୱର ହୋଇଥିଲା। ୨୧ ତାରିଖରେ ବ୍ରହ୍ମପୁରରେ ଏକ ଘରୋଇ ନିଦାନ କେନ୍ଦ୍ରରେ ରକ୍ତପରୀକ୍ଷା ପରେ ଡ଼େଙ୍ଗୁ ହୋଇଥିବା ଜଣାପଡିଥିଲା। ଘରୋଇ କ୍ଲିନିକରେ ଚିକିତ୍ସିତ ହେବାପରେ ଔଷଧ ଧରି ଗ୍ରାମକୁ ଫେରି ସ୍ଥାନୀୟ କ୍ବାକ୍ ଦ୍ୱାରା ଚିକିତ୍ସିତ ହେଉଥିଲେ। ୨୫ରେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନିଆଯାଇଥିଲେ। ସେଠାରେ ବୁଧବାର ସକାଳେ ତାଙ୍କର ମତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଚଳିତ ମାସ ୮ରେ ୩୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ମେଡିକାଲ ଇନ୍ଚାର୍ଜ ନିବେଦିତା ସାହୁ ଏବଂ ତାଙ୍କ ଷ୍ଟାଫ ମୃତକଙ୍କ
ପରିବାରକୁ ଭେଟିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...
ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….
ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...
ଏନ୍ଏସ୍ଏସ୍ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…
ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...
ଜବ୍ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍...
ଭୟଙ୍କର ଦୁର୍ଘଟଣା ବାଇକ୍କୁ ଘୋଷାଡି ନେଲା ବସ୍: ଚକା ତଳେ ଗଲା ୩ ଜୀବନ
ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ...
ପ୍ରସ୍ତୁତି ଚୂଡ଼ାନ୍ତ: ୪ରୁ ସମ୍ବଲପୁର ଲୋକ ମହୋତ୍ସବ
ସମ୍ବଲପୁର,୨ା୧(ବି.ଶଙ୍କର): ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ...
ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଲେ ଅତିରିକ୍ତ ଜିଲା ଦୌରାଜଜ୍
ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ...
ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…
ପୁରୀ,୨।୧(ଅଜିତ୍ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...
Archives


