ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା

ମୁମ୍ବାଇ, ୨।୬: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍‌ ୨ରେ ୬୩ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ। ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ତାଙ୍କର ଜନ୍ମ ହୋଇଥିଲେ। ମାତ୍ର ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନିଜର ଫିଲ୍ମ ଯାତ୍ରା। ୨୪ ବର୍ଷ ବୟସରେ ସେ ନିର୍ଦ୍ଦେଶକ ଭାବେ ଆଗ୍‌ ଫିଲ୍ମ ନିର୍ମାଣ କରିଥିଲେ। ତାଙ୍କ ଜୀବନରେ ୩ଟି ଦୁର୍ବଳତା ଥିଲା । ଏସମ୍ପର୍କରେ ଋଷି କପୁର ନିଜ ଆତ୍ମ ଜୀବନୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରଥମ ଦୁର୍ବଳତା ଅଭିନେତ୍ରୀ ନର୍ଗିସ୍‌ ଥିବାବେଳେ ଦ୍ୱିତୀୟ ଦୁର୍ବଳତା ସିନେମା ଏବଂ ତୃତୀୟ ଦୁର୍ବଳତା ଥିଲା ମଦ୍ୟପାନ। ନର୍ଗିସ୍‌ଙ୍କୁ ରାଜକପୁର ଭଲ ପାଉଥିଲେ। ଏହି ଯୋଡ଼ି ୯ ବର୍ଷ ମଧ୍ୟରେ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ। ଆର.କେ.ଷ୍ଟୁଡିଓ ଲୋଗୋରେ ରାଜକପୁର ନର୍ଗିସ୍‌ଙ୍କୁ ସଂଯୁକ୍ତ କରାଯାଇଥିଲା। ତେଣୁ ତାଙ୍କୁ ଇନ୍‌ ଡ଼ାଇସ୍‌ ହିରୋଇନ୍‌ କୁହାଯାଉଥିଲା। ୧୯୫୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ଚୋରି ଚୋରି ରାଜକପୁର ଏବଂ ନର୍ଗିସ୍‌ ଯୋଡିଙ୍କର ଶେଷ ଫିଲ୍ମ ଥିଲା। ନର୍ଗିସ୍‌ଙ୍କ ବିବାହ ଖବର ଶୁଣି ରାଜକପୁର ସାଙ୍ଗମାନଙ୍କ ଆଗରେ ଜୋର୍‌ରେ କାନ୍ଦିବା ସହିତ ଏହା ସ୍ବପ୍ନକି ସତ୍ୟ ଜାଣିବା ପାଇଁ ନିଜ ଦେହରେ ସିଗାରେଟ୍‌ ଚେଙ୍କ ଦେଇଥିଲେ। ୧୯୭୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଫିଲ୍ମକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୭ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri