ନୀଳାଦ୍ରିବିଜେ:ଦିନକ ପାଇଁ ଶ୍ରୀମନ୍ଦିରରେ ହୁଏ ରସଗୋଲା ଭୋଗ

ପୁରୀ ଅଫିସ, ୧୪ା୭: ପରମ୍ପରା ଅନୁଯାୟୀ ଠାକୁରମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ବାହୁଡାରେ ଫେରିଆସନ୍ତି। ଏହା ପରଦିନ ସିଂହଦ୍ୱାରଠାରେ ରଥ ଉପରେ ସୁନାବେଶରେ ଦର୍ଶନ ଦିଅନ୍ତି। ସୁନାବେଶ ପରଦିନ ଅଧରପଣା ନୀତି ସାରି ତା ପରଦିନ ନୀଳାଦ୍ରିବିଜେ କରିଥାନ୍ତି। ତେବେ ଏହି ଗୋଟିଏ ଦିନ ହିଁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ନୀଳାଦ୍ରିବିଜେ ଦିନ ତିନିରଥରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଭୋଗ ଲାଗି ନୀତି ସମ୍ପନ୍ନ ହୁଏ। ପ୍ରଥମେ ମହାଜନ ସେବକ ମଦନମୋହନ, ରାମ ଓ କୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣିଘରକୁ ବିଜେ କରାଇଥାନ୍ତି। ଏହାପରେ ଗୋଟି ପହଣ୍ଡି କ୍ରମରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ନିଆଯାଏ। ପହଣ୍ଡିବିଜେ ପୂର୍ବରୁ ରତ୍ନସିଂହାସନ ମାର୍ଜନା, ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଓ ଅଖଣ୍ଡ ବଇଠା ବସିଥାଏ। ଠାକୁରମାନେ ପହଣ୍ଡିରେ ଯିବା ବେଳେ ମନ୍ଦିର ପରିସର ଶୁଆସାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଠାକୁରମାନେ ଜଗମୋହନରେ ପ୍ରବେଶ କଲେ ସେଠାରେ ମଧ୍ୟ ଏହିପରି ନୀତି କରାଯାଇଥାଏ।
ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ଚାର ଉପରକୁ ଓହ୍ଲାଇ ଆସିଲେ ମହାଲକ୍ଷ୍ମୀ ଠାକୁରାଣୀ ରୋଷଘର ନିକଟବର୍ତ୍ତୀ ଭେଟ ମଣ୍ଡପକୁ ଆସିଥାନ୍ତି। ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କର ଭେଟ ହୋଇଥାଏ। ଏହାପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଭିତରଚ୍ଛ ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ସେବକ ବନ୍ଦାପନା ନୀତି ବଢାଇଥାନ୍ତି। ପରମ୍ପରା ଅନୁଯାୟୀ, ପହଣ୍ଡି ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହାଦ୍ୱାର ନିକଟରେ ପହଞ୍ଚତ୍ବା ବେଳେ କିଛି ସମୟ ପାଇଁ ଦ୍ୱାର ବନ୍ଦ ରହ ଓ କିଛି ସମୟ ପରେ ଖୋଲିଦିଆଯାଏ। ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଏହି ଦ୍ୱାରକୁ ଭିତରପଟୁ ବନ୍ଦ କରାଯାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟବିଜୟ ଦ୍ୱାରର ଭିତରପଟେ ଜନୈକ ଦେବଦାସୀ ଓ ମହାପ୍ରଭୁଙ୍କ ପକ୍ଷରୁ ଜଣେ ଦଇତାପତି ଦ୍ୱାରର ଅପର ପାର୍ଶ୍ୱରେ ରହନ୍ତି। ଉଭୟଙ୍କ ମଧ୍ୟରେ ଲୋକପରମ୍ପରାଗତ ବଚନିକା ହୁଏ। ବଚନିକା ପରେ ଜୟ ବିଜୟ ଦ୍ୱାର ଖୋଲାଯାଏ। ମହାପ୍ରଭୁ ପହଣ୍ଡିରେ ଯାଇ ଭଣ୍ଡାରଘର ସମ୍ମୁଖରେ ପହଞ୍ଚତ୍ବା ପରେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଫିଟେ ଏବଂ ବନ୍ଦାପନା ଓ ରସଗୋଲା ଭୋଗ ପ୍ରଭୃତି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ କରାଯାଏ। ଏହାପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ରସଗୋଲା ଭୋଗ କରାଯାଇଥାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜ ଘରେ ଶୁଦ୍ଧପୁତ ଭାବେ ଏହି ରସଗୋଲା ପ୍ରସ୍ତୁତ ହୋଇଥାଏ। କଥିତ ଅଛି, ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସଙ୍ଗରେ ନେଇ ନ ଥିବାରୁ ସେ ମାନ କରିଥାନ୍ତି। ଏହିଦିନ ମହାପ୍ରଭୁ ରସଗୋଲା ଖୁଆଇ ତାଙ୍କର ମାନ ଭଞ୍ଜନ କରିଥାନ୍ତି। ଏହିଦିନ ଅନେକ ବ୍ୟକ୍ତିବିଶେଷ, ମଠବାଡ଼ି ଓ ସେବକମାନେ ରଥ ଉପରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିଥାନ୍ତି। ଦାରୁବିଗ୍ରହମାନେ ରତ୍ନସିଂହାସନକୁ ବିଜେ କରିବା ପରେ ଦଇତାପତି ସେବକ ରୁନ୍ଧା କାର୍ଯ୍ୟ ସମ୍ପନ୍ନ କରନ୍ତି। ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ଡ. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri