ନୀଳଗିରି ଲାଙ୍ଗୁର ମାଙ୍କଡ଼ ଗୁରୁତର

ନରାଜ,୧୮ା୫(ଡି.ଏନ୍‌.ଏ.): ଚଳିତବର୍ଷ ନନ୍ଦନାକାନନରେ ପ୍ରଥମ କରି ଶୁକ୍ରବାର ଜନ୍ତୁଙ୍କ ଉପରେ ଗ୍ରୀଷ୍ମ ତାପର ପ୍ରଭାବ ଦେଖିବାକୁ ମିଳିଛି। ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଅଣ୍ଡିରା ନୀଳଗିରି ଲାଙ୍ଗୁର ଗୁରୁତୁର ଭାବେ ଅସୁସ୍ଥ ହୋଇ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଆଇସୁଲେଶନ ଓାର୍ଡରେ ଚିକିତ୍ସିତ ହେଉଛି। ସକାଳ ୧୧ଟା ବେଳେ ତାରଜାଲି ଆବଦ୍ଧ ଖୁଆଡ ଭିତରେ ମାଈ, ଅଣ୍ଡିରା ଦୁଇଟି ନୀଳଗିରି ଲାଙ୍ଗୁର ମାଙ୍କଡ଼ ରହିଥିବା ବେଳେ ଅଣ୍ଡିରା ଲାଙ୍ଗୁର ଅସୁସ୍ଥ ହୋଇ ପଡିଥିଲା। ପ୍ରାଣୀ ଚିକିତ୍ସକମାନେ ଅନୁଧ୍ୟାନ କରିବାବେଳେ ଲାଙ୍ଗୁରର ଅବସ୍ଥା ଦେଖି ତାକୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ଆଣିଥିଲେ। ଲାଙ୍ଗୁର ତରଳ ଝାଡା ହୋଇ ଗୁରୁତର ଭାବେ ଦୁର୍ବଳ ହୋଇ ପଡିଥିଲା। ତାକୁ ଆଇସୁଲେଶନ ରୁମରେ ରଖି ପ୍ରଥମେ ସାଲାଇନ, ଆଣ୍ଟିବାୟୋଟିକ୍‌ ସହ ଚାପ ନିୟନ୍ତ୍ରଣକାରୀ ଔଷଧ ଦେଇ ଚିକିତ୍ସା କରାଯାଇଛି। ସନ୍ଧ୍ୟା ସୁଦ୍ଧା ତା’ର ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ହୋଇ ନ ଥିଲା। ଅଧିକତାପ ସାଙ୍ଗକୁ ନନ୍ଦନକାନନରେ ଗଛ ଛାଇ ଅଭାବରୁ ଗତ କିଛିଦିନ ହେଲା ନନ୍ଦନକାନନ ତାପମାତ୍ରା ଜନ୍ତୁମାନଙ୍କୁ ଅସହୟ କରି ଦେଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ, ୧୩ା୧:ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ...

ନିୟମିତ ହେଲେ ୪୪୯ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ରାଜ୍ୟରେ ହାଇସ୍କୁଲ ସ୍ତରରେ ନିଯୁକ୍ତି ପାଇଥିବା ୪୪୯ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ଏନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

୨ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଭୁବନେଶ୍ୱର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ବାଲେଶ୍ୱର ଓ ଜଗତ୍‌ସିଂହପୁରର ୨ ସିସିଏଚ୍‌ ନିଯୁକ୍ତିପ୍ରାପ୍ତ ଏଏନ୍‌ଏମ୍‌...

ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା...

ସରକାରୀ ସ୍କୁଲରେ ମିଠା ଦହି ଖାଇ ୨୫ ଛାତ୍ର ଅସୁସ୍ଥ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ପ୍ରମୁଖ ସରକାରୀ ସ୍କୁଲ ହଷ୍ଟେଲରେ ମିଠାଦହି ଖାଇ ୨୫ ଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ବାନ୍ତି...

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୨ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କ ସହ ୩ ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରି ଲହୁଲୁହାଣ...

ଲୋଭ ଦେଖାଇ ଲୁଟିନେଲା

ଭୁବନେଶ୍ୱର,୨୬।୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ରହିଛି। ଗତ ୧୬ ତାରିଖରେ ଏହି କମ୍ପାନୀର...

୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯...

Advertisement
Archives

Model This Week