Posted inଜାତୀୟ

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି। କାରଣ ପୂର୍ବରୁ ଭାଜପା କୋଟାରେ ମନ୍ତ୍ରିପଦ ପୂରଣ ହୋଇ ସାରିଥିବା ବେଳେ ଏବେ କେବଳ ଜେଡିୟୁ କୋଟା ଖାଲି ଥିବାରୁ ଏଥିରେ ଭାଜପାର ସ୍ଥାନ ନାହିଁ ବୋଲି କୁହାଯାଉଛି। ଏହି ନୂଆ ମନ୍ତ୍ରୀମାନେ ରବିବାର ସକାଳ ୧୧ଟା ୩୦ରେ ରାଜଭବନରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଶନିବାର ନୀତୀଶ ରାଜ୍ୟପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ନିକଟରେ ଲୋକ ସଭା ଆସନରେ ଭାଜପାର ବିପୁଳ ବିଜୟ ଆଉ ଏବେ ନୀତୀଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେହି ଭାଜପା ନେତା ନ ଥିବା ରାଜ୍ୟ ରାଜନୀତିକୁ ସରଗରମ କରିପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି

ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।...

ମୁମ୍ବାଇରେ ସମ୍ପନ୍ନ ହେବ ସୁଶାନ୍ତଙ୍କ ଶେଷକୃତ୍ୟ

ମୁମ୍ବାଇ,୧୫।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ସିନେ ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ମୁମ୍ବାଇର...

‘ଆଶା କରୁଛି ପଶ୍ଚିମବଙ୍ଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ’

ନୂଆଦିଲ୍ଲୀ,୨୩।୩: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ସଂଗଠିତ ହିଂସା ଉପରେ ବୁଧବାର ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ...

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ...

ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍‌ ସୁରଜଓ୍ବାଲାଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲାଙ୍କ ଜାମିନ୍‌ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍‌ କୋର୍ଟ...

ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ଏବଂ...

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ...

ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ ଇ-ମେଲ୍‌

ନୂଆଦିଲ୍ଲୀ,୨୫।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଥରେ ନୁହେଁ, ଦୁଇ ଥର ଇମେଲ୍‌ ଯୋଗେ...

Advertisement
Archives

Model This Week