Posted inଜାତୀୟ

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି ଆୟୋଗ ପାଖରେ କୌଣସି ଆର୍ଥିକ ଅଧିକାର କିମ୍ବା ରାଜ୍ୟ ଯୋଜନାଗୁଡିକୁ ସମର୍ଥନ ଦେବାର ଅଧିକାର ନାହିଁ। ତେଣୁ ଏହି ବୈଠକକୁ ଯିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ଲେଖିଛନ୍ତି ମମତା। ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ଡକାଯାଇଛି। ଭାଜପା ଏବଂ ମମତାଙ୍କ ମଧ୍ୟରେ ଲାଗିଥିବା ଶୀଳତଯୁଦ୍ଧ ଯୋଗୁ ବୈଠକକୁ ଯିବାକୁ ସେ ମନା କରିଛନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଠନ ହେବା ପରେ ପ୍ରଥମ ନୀତି ଆୟୋଗ ବୈଠକ ଡାକିଛନ୍ତି ମୋଦି। ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଏହା ହେଉଛି ପଞ୍ଚମ ବୈଠକ। ବୈଠକରେ କୃଷି, ପାନୀୟ ଜଳ ଓ ସୁରକ୍ଷା ସଂପର୍କରେ ଆଲୋଚନା ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁବାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଏଥିରେ ସେ ପୂର୍ବଭଳି ରାଜୀବ କୁମାରଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏଥିରେ ଏକ୍ସ ଅଫିସିଓ ସଦସ୍ୟ ରଖାଯାଇଛି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟଭାବେ ଏଥିରେ ନିଆଯାଇଛି। ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ବାଣିଜ୍ୟ, ଶିଳ୍ପମନ୍ତ୍ରୀ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ, ସାମାଜିକ ନ୍ୟାୟ ମନ୍ତ୍ରୀ ଥଓ୍ବରଚାନ୍ଦ ଗେହଲଟ ଓ ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରରଜିତ୍‌ ସିଂଙ୍କୁ ଏଥିରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟଭାବେ ସ୍ଥାନ ମିଳିଛି। ସମ୍ପ୍ରତି ପ୍ୟାନେଲରେ ଥିବା ସଦସ୍ୟ ଭି.କେ. ସାରସ୍ବତ, ରମେଶ ଚାନ୍ଦ ଓ ଭି.କେ. ପଲ ସଦସ୍ୟ ପଦ ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରମଣ ସିଂଙ୍କ ପ୍ରଶ୍ନର ଉତ୍ତର ଦେଲେ ବଘେଲ

ରାୟପୁର,୨ ।୧୦: ଛତିଶଗଡ଼ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସେ କହିଛନ୍ତି ଛତିଶଗଡ଼ କେବେ...

ଚଳିତ ବର୍ଷ ହେବ ଉତ୍ତପ୍ତ ବର୍ଷ !

ନୂଆଦିଲ୍ଲୀ,୨୮।୨: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ତାପମାତ୍ରା ବଢୁଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଭାରତର ଅଧିକାଂଶ ସହର ଉତ୍ତପ୍ତ ସହର...

ମେଡିକାଲ ବଣ୍ଡ୍‌କୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୮ : ପୋଷ୍ଟ-ଗ୍ରାଜୁଏଟ୍‌ ମେଡିକାଲ ପାଠ୍ୟକ୍ରମ ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ରିଟ୍‌...

‘ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି’

ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି...

ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…

ମୁମ୍ବାଇ,୪।୯:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଚାଷୀ ଆନ୍ଦୋଳନବେଳେ ଆକାଉଣ୍ଟ ବନ୍ଦ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର

ବେଙ୍ଗାଲୁରୁ, ୨୭ା୯: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଗତବର୍ଷ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଥିବାବେଳେ ଅନେକ ଟୁଇଟର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ...

‘କଙ୍ଗନାଙ୍କୁ ଭେଟିବାକୁ ଗଭର୍ନରଙ୍କ ପାଖରେ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’

ମୁମ୍ବାଇ,୨୫।୧: ଆମେ ଗଭର୍ନରଙ୍କ ନିକଟକୁ ଯାଉଛେ। କିନ୍ତୁ ମହାରାଷ୍ଟ୍ର ଏଭଳି ଗଭର୍ନର ପୂର୍ବରୁ କେବେ ଦେଖିନାହାନ୍ତି। କଙ୍ଗନା ରାଣାଓ୍ବତ୍‌ଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ...

ରାଜାଙ୍କର ଅଛନ୍ତି ୬୦ ସ୍ତ୍ରୀ…

ପୂର୍ବକାଳରେ ରାଜାମାନଙ୍କର ଏକାଧିକ ସ୍ତ୍ରୀ ରହୁଥିବାର ନଜିର ରହିଛି । ସେହିପରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରହିଛି କେତେଜଣ ରାଜାଙ୍କର ଥାଟବାଟ। ନାଗାଲାଣ୍ଡର ଲୋଙ୍ଗବା...

Advertisement
Archives

Model This Week