Posted inରାଜ୍ୟ

ନିୟମ ମାନୁନାହାନ୍ତି ପୌରସଂସ୍ଥା

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରେ ବର୍ଜ୍ୟବସ୍ତୁ ବୋଝ ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ଏବଂ ବେପରୁଆ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁ ଦୈନିକ ଶହ ଶହ ମେଟ୍ରିକ ଟନ୍‌ ଅଳିଆ ଏଣେତେଣେ ପଡିରହୁଛି। ସେଗୁଡିକୁ ଠିକ୍‌ ଢଙ୍ଗରେ ପରିଚାଳନା କରା ନ ଯିବାରୁ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡୁଛି। ଆବାସିକ ସ୍ଥଳ, ବ୍ୟବସାୟ ପ୍ରତିଷ୍ଠାନ, ବଜାର, ଡାକ୍ତରଖାନା, ଶିଳ୍ପାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡିକୁ ପୃଥକ୍‌ ଭାବେ ସଂଗ୍ରହ କରାଯାଉ ନାହିଁ। ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ଗଦେଇ ରଖାଯାଉଛି କିମ୍ବା ପୋଡି ଦିଆଯାଉଛି। ଏଥିଯୋଗୁ ବାୟୁ, ଜଳ ଓ ଭୂମି ପ୍ରଦୂଷଣ ହେଉଛି। ପୌରସଂସ୍ଥା କିମ୍ବା ରାଜ୍ୟ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କ ପ୍ରଣୀତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ(ସଲିଡ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍‌)-୨୦୧୬କୁ ବେଖାତିର କରୁଛନ୍ତି। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ନେଇ ରାଜ୍ୟରେ କି ପଦକ୍ଷେପ ନିଆଯାଉଛି ସେ ନେଇ ପ୍ରତି ୩ ମାସରେ ଥରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆସନ୍ତା ସେପ୍ଟେମ୍ବର ୨୪ରେ ବ୍ୟକ୍ତିଗତ ହାଜର ହୋଇ ଉକ୍ତ ନିୟମ ପାଳନ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କୁହାଯାଇଛି। ପ୍ରତି ୧୫ ଦିନରେ ଥରେ ରାଜ୍ୟର ପୌରସଂସ୍ଥାଗୁଡିକର କାର୍ଯ୍ୟଦକ୍ଷତାକୁ ଜିଲାପାଳ ସମୀକ୍ଷା କରିବେ। ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜିଲାପାଳ କି ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରତ୍ୟେକ ସପ୍ତାହରେ ଥରେ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ହେଉଛି ଓ ଏ ଦିଗରେ କି ପଦକ୍ଷେପ ନିଆଯାଉଛି ସେ ନେଇ ସମସ୍ତ ତଥ୍ୟ ପ୍ରମାଣ ୬ ମାସ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି। ୨୦୧୯ ମାର୍ଚ୍ଚ ୨୪ରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନ ଥିବା ନେଇ ଏନ୍‌ଜିଟି ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ତାଗିଦ କରିଥିଲେ। ୬ ମାସ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍‌ଜିଟିକୁ ବ୍ୟକ୍ତିଗତ ଭାବେ ଅବଗତ କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଅତି କମ୍‌ରେ ପ୍ରତ୍ୟେକ ଗୋଟିଏ ପୌରସଂସ୍ଥାକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁୟାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା ଦେଖାଇବାକୁ ପଡିବ। ସେହିପରି ପ୍ରତ୍ୟେକ ଜିଲାରେ ୩ଟି ଗ୍ରାମକୁ ମଡେଲ ଗ୍ରାମ ଭାବେ ଘୋଷଣା କରିବାକୁ ପଡିବ।
ଏନ୍‌ଜିଟିର କଡ଼ା ତାଗିଦ ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। କେଉଁ ପୌରସଂସ୍ଥା ଓ ଗ୍ରାମକୁ ଏଥିପାଇଁ ଚୟନ କରାଯିବ ସେ ନେଇ ଆସନ୍ତା ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ବର୍ଷକ ମଧ୍ୟରେ ସମସ୍ତ ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ସମ୍ପୂର୍ଣ୍ଣ ପାଳନକ୍ଷମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବର୍ଜ୍ୟବସ୍ତୁ ପରିବହନ, ପ୍ରକ୍ରିୟାକରଣ ପ୍ଲାଣ୍ଟ, କମ୍ପୋଷ୍ଟ ପିଟ୍‌ସ, ବର୍ଜ୍ୟବସ୍ତୁଗୁଡିକୁ ନଷ୍ଟ କରିବା ବ୍ୟବସ୍ଥା ଏବଂ ଖାଲୁଆ ସ୍ଥାନ ଭରିବା ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅଗଷ୍ଟ ୩୧ ପୂର୍ବରୁ ଜିଲାର ଗୋଟିଏ ପୌରସଂସ୍ଥାକୁ ମଡେଲ ସହର ଭାବେ ଘୋଷଣା କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ସମସ୍ତ ନିୟମକୁ ପାଳନ କରିବା ନେଇ ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ୧୫ ଦିନରେ ଥରେ ଜିଲାପାଳଙ୍କୁ ଡାକି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ଏନ୍‌ଜିଟିର ଗାଇଡ୍‌ଲାଇନ ଅନୁଯାୟୀ ସମୀକ୍ଷା ବୈଠକରେ ରିପୋର୍ଟ ଉପସ୍ଥାପନ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶାନୁଯାୟୀ ଚଳିତ ମାସ ୩୦ ତାରିଖରେ ଏ ନେଇ ଏକ ୩ ମାସିଆ ରିପୋର୍ଟ ଏନ୍‌ଜିଟିଙ୍କୁ ପ୍ରଦାନ କରାଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗୁସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri