ନିଶା ବେପାରୀଙ୍କ ଟାର୍ଗେଟ୍‌ରେ ଯୁବପିଢ଼ି

ରୂପ୍‌ସା, ୩୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଏବେ ନିଶା ବ୍ୟବସାୟୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ବାଲେଶ୍ୱର ସହର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ଚୋରା ଦେଶୀ, ବିଦେଶୀ ମଦର ପ୍ରସାର ଘଟିଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ଚୋରାମଦଠାରୁ ଆରମ୍ଭ କରି ନକଲି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ପରି ନିଶାଦ୍ରବ୍ୟର ଅବାଧ କାରବାର ଚାଲିଛି। ଜିଲା ଅଧୀନ ଫୁଲାଡ଼ି, ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, କାଦରାୟାଁ ଓ ଜଳେଶ୍ୱର ଆଦି କେତେକ ଅଞ୍ଚଳରେ ନିଶା କାରବାର ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ନିଶା ବେପାରୀମାନେ ପୋଲିସ ଓ ଅବକାରୀ ବିଭାଗ ସହ ଭିତିରିଆ ସମ୍ପର୍କ ରଖି ସେମାନଙ୍କ ବ୍ୟବସାୟ ଅବାଧରେ ଚାଲୁ ରଖିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷେ କାରବାରକୁ ବଢ଼ାଇ ଅଧିକ ମାଲାମାଲ ହେବା ଲକ୍ଷ୍ୟରେ ନିଶାବେପାରୀମାନେ ସମ୍ପ୍ରତି ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରୁଛନ୍ତି।
ଫୁଲାଡ଼ି, ହଳଦୀପଦା, ରୂପ୍‌ସା, ବସ୍ତା ଗାନ୍ଧୀଛକ, ରାଜଘାଟ ଆଦି ସ୍ଥାନରେ ଲାଇସେନ୍ସପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି । ହେଲେ ଏସବୁ ଦୋକାନରେ ମଧ୍ୟ ବେଆଇନ ଭାବେ ମଦ୍ୟପାନ କରାଯାଉଛି। ଏ ଅଞ୍ଚଳରେ ନିଶାଗ୍ରସ୍ତ ଯୁବକ ଓ ଅପରାଧୀମାନେ ବିଭିନ୍ନ ସମୟରେ ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅପରାଧ ଘଟାଉଛନ୍ତି। କେବଳ ଅଭିଯୋଗ ଆସିଲେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ସେହିପରି ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, ଜଳେଶ୍ୱର ଓ କାଦରାୟାଁ ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରୂପ୍‌ସା, ହଳଦୀପଦା ବଜାର, ବସ୍ତା ଦମକଳ ଅଫିସ୍‌ ପାଖରେ ଏକ ପଡ଼ିଆ ଓ ରେଳଷ୍ଟେଶନର ଦକ୍ଷିଣ କେବିନ ପାଖ ରେଳବିଭାଗ ନିର୍ମିତ କେତେକ ପରିତ୍ୟକ୍ତ ଘର ଏବେ ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗତ ୯ତାରିଖ ରାତିରେ ରୂପ୍‌ସା ଥାନା ଅଞ୍ଚଳରେ ଡିଏସ୍‌ପି ମନୋଜ ରାଉତ ଚଢ଼ାଉ କରି ଅଭିଯୁକ୍ତ ଲମ୍ବୋଦର ବେହେରାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫ଟି ବ୍ରାଉନସୁଗାର ପୁଡ଼ିଆ ଓ ୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତ ୧୬ତାରିଖରେ ବ୍ରାଉନସୁଗାର ର଼୍ୟାକେଟ୍‌ର ମୁଖ୍ୟ ବାଲେଶ୍ୱରର ସେକ୍‌ ରାଜାଙ୍କୁ ଗିରଫ କରିବା ପରେ ଏହି ଚୋରା କାରବାର ଉପରୁ ଧୀରେ ଧୀରେ ପର୍ଦ୍ଦା ଉଠୁଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ନାୟକ କହିଛନ୍ତି, ବେଆଇନ ନିଶା କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ଓ ପୋଲିସ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ଉଭୟ ବିଭାଗ ଏ ଦିଗରେ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।
ଡା. ମନୋଜ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯୁବଗୋଷ୍ଠୀ ନିଶାସେବନରେ ଅଭ୍ୟସ୍ତ ହେବା ଏକ ବିଡମ୍ବନା। ନିଶାର ଭୟାବହତା ଓ କ୍ଷତି ସମ୍ପର୍କରେ ସେମାନେ ଜାଣିଲା ବେଳକୁ ଏଥିରୁ ତାଙ୍କୁ ମୁକ୍ତି ମିଳିବାର ବାଟ ନ ଥାଏ। ବ୍ରାଉନସୁଗାର ସେବନ କରୁଥିବା ଲୋକେ ନିୟମିତ ନିଶାଗ୍ରସ୍ତ ହେବା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ଯେକୌଣସି ଅପରାଧ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହଁି। ଏଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଡିଏସ୍‌ପି ମନୋଜ ରାଉତ କହିଛନ୍ତି, ଜିଲାରେ ନିଶା କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଇଜି, ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତଗାଇ ସଚେତନତା ବାର୍ତ୍ତା ଦେଲା ପୋଲିସ

ବାଲିଗୁଡା,୧୪ା୪(ଡି.ଏନ୍‌.ଏ.)- ବାଲିଗୁଡା ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ୱାରା କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ୍‌ଡିପିଓ ମାନସ...

ପୁଣି ଜଙ୍ଗଲରେ ନିଆଁ

ନିରାକାରପୁର,୨୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବାନାଚ ଅଧୀନରେ ଥିବା ଜଙ୍ଗରେ ବୁଧବାର ନିଆଁ ଲାଗିଯାଇଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ...

ବାଣ ବେପାରୀ ବାଟବଣା

ଭୁବନ, ୮।୧୧(ଡି.ଏନ.ଏ.):  ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା...

ରାୟଗଡ଼ାରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ

ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ୍‌ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍‌ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର...

ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଅଟକ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି...

୫ ଘଣ୍ଟା ଫସିଲେ କଳାହାଣ୍ଡିର କଳାକାର

ଭବାନୀପାଟଣା,୨୮।୧: ନୂଆଦିଲ୍ଲୀଠାରେ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଯୋଗୁ ରାସ୍ତାରେ ୫ ଘଣ୍ଟା ଫସି...

ବ୍ୟାଙ୍କ ସମ୍ମୁଖରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଝାମ୍ପିନେଲେ

ଟିଟିଲାଗଡ଼,୭।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ବ୍ୟାଙ୍କ ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ୧,୫୯,୫୦୦ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିଟିଲାଗଡ଼ ବାସିନ୍ଦା ପ୍ରଦୀପ୍ତ ଜେନା ଟଙ୍କା ବ୍ୟାଗ୍‌...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନିମାପଡ଼ା,୧୬।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ...

Advertisement
Archives

Model This Week