ପରଜଙ୍ଗ, ୩୧।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ପାଳସାହି ଗ୍ରାମରେ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କେତେଜଣ ନିଶାସକ୍ତ ଯୁବକ ଏପରି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୪ ଘଣ୍ଟା ଧରି ବନ କର୍ମଚାରୀ ଅଟକ ରହିବା ପରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ପାଳସାହି ଗ୍ରାମରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଜନବସତିରେ ହାତୀ ପଶିଥିବା ସୂଚନା ପାଇ ଗୁରୁବାର ରାତି ୯ଟାରେ ଏକ ବୋଲେରୋରେ ଡ୍ରାଇଭର ସଞ୍ଜୀବ ଜେନାଙ୍କ ସମେତ ହାତୀ ସ୍କ୍ବାଡ୍ କର୍ମଚାରୀ ମନୋଜ ପାତ୍ର, ପ୍ରକାଶ ଦାସ, ଲିଟୁ ସାହୁ, ସତ୍ୟନାରାୟଣ ପରିଡ଼ା, ଜଳଧର ସାହୁ, ନରେନ୍ଦ୍ର ଜେନା, ସୁରଥ ଜେନା, ବାବୁ ସାହୁ ପହଞ୍ଚତ୍ଥିଲେ। ହାତୀ ଘଉଡ଼ାଉଥିବା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଖଣ୍ଡା, ଠେଙ୍ଗା ଧରି ବନ କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲେ। ବୋଲେରୋର ଚକରୁ ପବନ ଛାଡ଼ିଦେବାସହ ସମସ୍ତଙ୍କୁ ଅଟକ ରଖିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏକ ଗାଡ଼ିରେ ଢେଙ୍କାନାଳ ମୋବାଇଲ ସ୍କ୍ବାଡ୍ କର୍ମଚାରୀ ପହଞ୍ଚତ୍ଥିବାବେଳେ ସେମାନେ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ରୋଷର ଶିକାର ହୋଇଥିଲେ। ହାତୀ ଉପଦ୍ରବ ସମୟରେ ଗଁାରେ ନ ରହି କାହିଁକି ପଳାଇଯାଉଛ ବୋଲି ଯୁବକମାନେ ପ୍ରଶ୍ନ କରିଥିଲେ। ଏଥିସହ ଗ୍ରାମରେ ୨୪ ଘଣ୍ଟିଆ ପହରା ଦେବାକୁ ଜିଦ୍ କରି ଗଣ୍ଡଗୋଳ କରିଥିଲେ। ରେଞ୍ଜର ହରମୋହନ ନାୟକ, ପୋଲିସ କର୍ମଚାରୀଙ୍କ ସହ ରାତି ୧ଟାରେ ପହଞ୍ଚତ୍ ହାତୀ ସ୍କ୍ବାଡ୍ ଏବଂ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ରେଞ୍ଜର ପତ୍ରସଂଖ୍ୟା ୨୨୭୫ରେ ପରଜଙ୍ଗ ଥାନା ଅଧିକାରୀ ଏବଂ ପତ୍ରସଂଖ୍ୟା ୨୨୭୬ରେ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ଅଭିଯୋଗକ୍ରମେ ମନ୍ତ୍ରୀବର ସାହୁ, ଅମୀର ବିଶ୍ୱାଳ, ନରେଶ ବେହେରା, ପ୍ରକାଶ ସାହୁଙ୍କ ନାମରେ ମାମଲା (ନଂ.୨୨୯/୧୯) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ଏସ୍ଆଇ ଜନ୍ମେଜୟ ପାତ୍ର ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...
ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ
ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...
ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍ଫି ନେଇ…
ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...
ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି
ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ): ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...
ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ
ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...
ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ
ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...
ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା
ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...
ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ
ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...
Archives


