ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ବନ କର୍ମଚାରଙ୍କୁ ନିସ୍ତୁକ ପିଟିଲେ

ପରଜଙ୍ଗ, ୩୧।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ପାଳସାହି ଗ୍ରାମରେ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କେତେଜଣ ନିଶାସକ୍ତ ଯୁବକ ଏପରି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୪ ଘଣ୍ଟା ଧରି ବନ କର୍ମଚାରୀ ଅଟକ ରହିବା ପରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ପାଳସାହି ଗ୍ରାମରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଜନବସତିରେ ହାତୀ ପଶିଥିବା ସୂଚନା ପାଇ ଗୁରୁବାର ରାତି ୯ଟାରେ ଏକ ବୋଲେରୋରେ ଡ୍ରାଇଭର ସଞ୍ଜୀବ ଜେନାଙ୍କ ସମେତ ହାତୀ ସ୍କ୍ବାଡ୍‌ କର୍ମଚାରୀ ମନୋଜ ପାତ୍ର, ପ୍ରକାଶ ଦାସ, ଲିଟୁ ସାହୁ, ସତ୍ୟନାରାୟଣ ପରିଡ଼ା, ଜଳଧର ସାହୁ, ନରେନ୍ଦ୍ର ଜେନା, ସୁରଥ ଜେନା, ବାବୁ ସାହୁ ପହଞ୍ଚତ୍ଥିଲେ। ହାତୀ ଘଉଡ଼ାଉଥିବା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଖଣ୍ଡା, ଠେଙ୍ଗା ଧରି ବନ କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲେ। ବୋଲେରୋର ଚକରୁ ପବନ ଛାଡ଼ିଦେବାସହ ସମସ୍ତଙ୍କୁ ଅଟକ ରଖିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏକ ଗାଡ଼ିରେ ଢେଙ୍କାନାଳ ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ପହଞ୍ଚତ୍ଥିବାବେଳେ ସେମାନେ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ରୋଷର ଶିକାର ହୋଇଥିଲେ। ହାତୀ ଉପଦ୍ରବ ସମୟରେ ଗଁାରେ ନ ରହି କାହିଁକି ପଳାଇଯାଉଛ ବୋଲି ଯୁବକମାନେ ପ୍ରଶ୍ନ କରିଥିଲେ। ଏଥିସହ ଗ୍ରାମରେ ୨୪ ଘଣ୍ଟିଆ ପହରା ଦେବାକୁ ଜିଦ୍‌ କରି ଗଣ୍ଡଗୋଳ କରିଥିଲେ। ରେଞ୍ଜର ହରମୋହନ ନାୟକ, ପୋଲିସ କର୍ମଚାରୀଙ୍କ ସହ ରାତି ୧ଟାରେ ପହଞ୍ଚତ୍ ହାତୀ ସ୍କ୍ବାଡ୍‌ ଏବଂ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ରେଞ୍ଜର ପତ୍ରସଂଖ୍ୟା ୨୨୭୫ରେ ପରଜଙ୍ଗ ଥାନା ଅଧିକାରୀ ଏବଂ ପତ୍ରସଂଖ୍ୟା ୨୨୭୬ରେ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
ଏ ନେଇ ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ଅଭିଯୋଗକ୍ରମେ ମନ୍ତ୍ରୀବର ସାହୁ, ଅମୀର ବିଶ୍ୱାଳ, ନରେଶ ବେହେରା, ପ୍ରକାଶ ସାହୁଙ୍କ ନାମରେ ମାମଲା (ନଂ.୨୨୯/୧୯) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ଏସ୍‌ଆଇ ଜନ୍ମେଜୟ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri