ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଫନୀ ବିଭୀଷିକା ଏହି ବୃହତ୍‌ ଘଟଣାକୁ ଚାପି ଦେଲା। ନିର୍ବାଚନ ଆଚରଣବିଧି ସଂହିତା ଅନୁଯାୟୀ ମତଦାନର ଦୁଇଦିନ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥାଏ। କିନ୍ତୁ ଆଗ ତାଲା, ପଛ ଖୋଲା ନୀତିରେ ମଦ କାରବାର ଚୋରାରେ ଚାଲିଥିଲା, ଯାହା ଭଦ୍ରକ ମଦମୃତ୍ୟୁ ଘଟଣା ସାମ୍ନାକୁ ଆଣିଛି। କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ନିର୍ବାଚନ ସମୟରେ ଚୋରା ମଦ ସହିତ ଅନ୍ୟାନ୍ୟ ନିଶା ସାମଗ୍ରୀର ଅବାଧ କାରବାର ଚାଲିଥିଲା। ଗତ ମାର୍ଚ୍ଚ ୧୦ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ଜବତ କରିଥିବା ଚୋରା ନିଶା ସାମଗ୍ରୀକୁ ଦେଖିଲେ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି।

ଉପରୋକ୍ତ ସମୟ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୯,୧୬୧.୨୪୩ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ମଦର ମୂଲ୍ୟ ୨,୯୫,୮୦,୬୨୧.୫୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚୋରା କାରବାରରେ ୫୨୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଉପରୋକ୍ତ ଅବଧି ମଧ୍ୟରେ ୪୩୩୮.୨୫୫ ଲିଟର ବିୟର ଜବତ କରାଯାଇଛି। ଏହାର ମୂଲ୍ୟ ୭,୮୦,୮୮୫.୯୦ ଟଙ୍କା ହେବ। ଏହି ଚୋରା କାରବାର ଅଭିଯୋଗରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଦେଶୀ ମଦ କାରବାର ମଧ୍ୟ କିଛି କମ୍‌ ନ ଥିଲା। ନିର୍ବାଚନ ଚାଲିଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ୩୨,୩୬୯.୦୮୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା, ଯାହାର ମୂଲ୍ୟ ୪୮,୫୫,୩୬୨.୭୫ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୯୮୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମାନ ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬୮,୬୯୧.୧୨୦ ଲିଟର ହାତରନ୍ଧା ମଦ ଜବତ କରାଯାଇଥିଲା। ତାହାର ମୂଲ୍ୟ ୬୮,୬୯,୧୧୨ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଏହି ଘଟଣାରେ ୨୩୮୫ ଜଣଙ୍କୁ ଗିରଫ କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩,୦୭୯ଟି ଚଢାଉ କରାଯାଇ ୧,୬୪,୫୫୯.୭୦୩ ଲିଟର ମଦ ଜବତ କରାଯାଇଛି। ଜବତ କରାଯାଇଥିବା ସମୁଦାୟ ମଦର ମୂଲ୍ୟ ୪ କୋଟି ୨୦ ଲକ୍ଷ ୮୫ହଜାର ୯୮୨ ଟଙ୍କା ୧୫ ପଇସା ହେବ ବୋଲି ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚୋରା କାରବାର ବିରୋଧରେ ଅବକାରୀ ବିଭାଗରେ ୪୭୬୮ ମାମଲା ରୁଜୁ କରାଯାଇ ୪୦୮୪ ଜଣଙ୍କୁ ଗିରଫ କରାଯାଇଛି। ଏହାବାଦ ଅନ୍ୟାନ୍ୟ ଚୋରା ସାମଗ୍ରୀ ଯଥା ଗଞ୍ଜେଇ, ଅଫିମ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ କାରବାର ମଧ୍ୟ ଖୁଲମଖୁଲା ଥିଲା। କାରଣ ମାର୍ଚ୍ଚ ୧୦ ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ୯୭ ଲକ୍ଷ ୨ହଜାର ୮୨୫ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ଉପରୋକ୍ତ ତଥ୍ୟକୁ  ଦେଖିଲେ ମନେ ହୁଏ ନିର୍ବାଚନ ଆସିଲେ ଚୋରା ମଦ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ଆଣିଥାଏ। କାରଣ ସରକାରୀ ଭାବେ ମଦ ଦୋକାନ ବନ୍ଦ ରହିଥିବା ଘୋଷଣା କରାଯାଇଥିବାରୁ ଚୋରା ବ୍ୟବସାୟୀମାନେ ବେଶ୍‌ ଲାଭବାନ ହୋଇଥାନ୍ତି। ଏହି କାରବାର ଦ୍ୱାରା ସରକାର ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଇଥାନ୍ତି। କାରଣ ସରକାରୀ ଭାବେ ଯେଉଁ ମଦର ମୂଲ୍ୟ ୧୦୦ ଟଙ୍କା ତାହା କଟକଣା ସମୟରେ ୨୦୦ରୁ ୩୦୦ ଟଙ୍କା ଛୁଇଁଥାଏ। ମୁଖ୍ୟତଃ ଏହି କଟକଣା ସମୟ ମଧ୍ୟରେ ଅବକାରୀ ବିଭାଗର କେତେଜଣ ମୁନାଫାଖୋର ଅଧିକାରୀ ବେଶ୍‌ ଲାଭବାନ ହେଉଥିବା ରାଜ୍ୟ ନିଶା ନିବାରଣ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଗଠନର କର୍ମକର୍ତ୍ତା ରମାକାନ୍ତ ମଣ୍ଡଳଙ୍କ କହିବା ଅନୁଯାୟୀ, ମଦ ଦୋକାନ ବନ୍ଦ ରହିବା ପ୍ରଚାର କେବଳ ଧର୍ମକୁ ଆଖିଠାର। କାରଣ କଟକଣା ସମୟରେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସହାୟତାରେ ମଦ କାରବାର ଚୋରାରେ ଚାଲେ। କେବଳ ସେତିକି ନୁହେଁ, ଚଢ଼ା ମୂଲ୍ୟରେ ମଦ ବିକ୍ରି ହେବା ସହ ଅଧିକ ଫାଇଦା ଗୋଟାଇବାକୁ ଯାଇ ଚୋରା ବ୍ୟବସାୟୀମାନେ ତାହାକୁ ଭେଜାଲ କରିବାକୁ ପଛାଇ ନ ଥାନ୍ତି। ଫଳସ୍ବରୂପ ବିଷାକ୍ତ ମଦ ମୃତ୍ୟୁ ଭଳି ଘଟଣା ଘଟୁଛି।

ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ପାଲଟା କୁହନ୍ତି, ନିର୍ବାଚନ ସମୟରେ ଚୋରା ନିଶା କାରବାରକୁ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ କରାଯାଇଛି। ଏପରିକି ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଥିଲା। ଉକ୍ତ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିବା ଫଳରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ତେବେ ଭଦ୍ରକ ଘଟଣାକୁ ବିଭାଗ ପକ୍ଷରୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଥିବା ପାଲଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର...

କନ୍ୟା ସନ୍ତାନ ଜନ୍ମ ଦେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା

ରାଉରକେଲା ଅଫିସ,୧୨।୨:କନ୍ୟା ସନ୍ତାନ ଜନ୍ମ ଦେବାରୁ ରାଧା କୁମାରୀ(୨୪) ନାମ୍ନୀ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ପୋଡି ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ଷ୍ଟିଲ...

ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି

ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ...

ଆଜି ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ, ୩,୩୮,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି...

ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା...

୩ ମାସରେ ସଫା ହେବ ବିନ୍ଦୁସାଗର

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ଆସନ୍ତା ୩ ମାସ ମଧ୍ୟରେ ଐତିହ୍ୟ ପୁସ୍କରିଣୀ ବିନ୍ଦୁସାଗରର ସଫେଇ କାର୍ଯ୍ୟ ସରିବ। ଏନେଇ ରାଜ୍ୟ ସରକାରଙ୍କ ସେତୁ ନିର୍ମାଣ ନିଗମ (ଓବିସିସି)...

ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି

ପାପଡ଼ାହାଣ୍ଡି,୨।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର...

Advertisement
Archives

Model This Week