ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ଭାଙ୍ଗିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା ଫାଟି ଧସେଇ ଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ, ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବ୍ରିଜ୍‌ଛକ ରାସ୍ତା କାର୍ଯ୍ୟର ନବୀକରଣ କରାଯାଇଥିଲା। ଏଥି ନିମନ୍ତେ ସରକାରୀ ଜାଗାରେ ଜବରଦଖଲ କରିଥିବା ବ୍ୟବସାୟୀ ପ୍ରତିଷ୍ଠାନଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ତେବେ ଏହି ନିର୍ମାଣ କାର୍ଯ୍ୟକୁ ମାସେ ପୂରି ନ ଥିବାବେଳେ ରାସ୍ତାର ପିଚୁ ଫାଟି ଧସିଯିବା ଭଳି ଘଟଣା ଦେଖିବାକୁ ମିଳିଛି। ଠିକାଦାରଙ୍କର ଏଭଳି ଚଞ୍ଚକତାପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଘଟଣା ଦିଗରେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀମକୁଣ୍ଡରେ ୨ହଜାର ପର୍ଯ୍ୟଟକ, କରୋନା କଟକଣା ଉଲ୍ଲଂଘନ

ପାଟଣା, ୨।୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ମୌଜା ଅଧୀନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନୂଆବର୍ଷ ଉପଲକ୍ଷେ ଶନିବାର ଉତ୍ସବମୁଖର...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର...

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇଓ୍ବା

ଡେରାବିଶ,୬ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ...

ଗାଈକୁ ଟାଣିନେଲା କୁମ୍ଭୀର

ଆରଡି,୨୧।୬,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ ଆରଡି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡା ଗ୍ରାମର ସହଦେବ ପଲାଇଙ୍କ ଗାଈକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି। ମିଳିଥିବା ସୂଚନା...

ଅକ୍ସନ ପଥର ଖଣିରୁ ପଥର ଛାଡୁ ନାହାନ୍ତି ଗ୍ରାମବାସୀ

ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଅଙ୍କୁରା ରାଜସ୍ବ ମୌଜାରେ ଅକ୍ସନ ହୋଇଥିବା ୧୦ ଏକର ୭୨ ଡିସିମିଲ ହୁଡିରୁ...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ

ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ...

୧୯ରେ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଭଙ୍ଗାଯିବ ବେଆଇନ କୋଠା

ପୁରୀ ଅଫିସ, ୧୪ା୮: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୋଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରଶାସନ ଆଖିରୁ...

Advertisement
Archives

Model This Week