Posted inଜାତୀୟ

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ,୧୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ପଟିଆଲା ହାଉସ୍‌ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ଏହି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଦିନ ପ୍ରାୟ ୨ଟାରୁ ନିର୍ଭୟା ଗଣବଳାତ୍କାର ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ୩ ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ସହ ଅନ୍ୟ ଜଣଙ୍କର କ୍ଷମା ଆବେଦନ ବାକିଥିବା ଦର୍ଶାଯାଇଥିଲା। ହେଲେ ଏହାକୁ ନେଇ ସରକାରୀ ଓକିଲ କହିଥିଲେ ଏଥିପାଇଁ ହାଇକୋର୍ଟ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହା ଗତ ୧୧ ତାରିଖରୁ ଶେଷ ହୋଇଯାଇଛି। ତେଣୁ ଏବେ ଏହି ମାମଲାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ। ଏହାପରେ ବି ଦୋଷୀଙ୍କ ପକ୍ଷର ଲଢୁଥିବା ଓକିଲ ଏ.ପି. ସିଂ ଜଣେ ଦୋଷୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଦର୍ଶାଇଥିଲେ। ସମସ୍ତ ତର୍କ ବିତର୍କ ପରେ କିନ୍ତୁ ଶେଷରେ କୋର୍ଟ ଏହି ମାମଲାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ। ସୂଚନାେଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀ(ନିର୍ଭାୟା)ଙ୍କୁ ଗଣବଳାତ୍କାର କରାଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ଏଥିରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସମସ୍ତ ଦୋଷୀ ଆଇନର ଆଶ୍ରୟ ନେଇଥିଲେ। ଫଳରେ ୪ ଦୋଷୀଙ୍କ ଫାଶୀ ପାଇଁ ୨ ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲେ ବି ଏହା ପୁଣି ଘୁଞ୍ଚି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଗ୍ୟ ହେଲେ ଯୋଗ୍ୟ: କର୍ନାଟକରେ ଫୁଟିିଲା ପଦ୍ମ

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭା ଉପନିର୍ବାଚନରେ ୧୫ ଆସନ ମଧ୍ୟରୁ ଭାଜପା ୧୨ଟି ଆସନରେ ବିଜୟ ଲାଭ କରିବାକୁ ଯାଉଛିି। ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିବା...

୭୩ ବର୍ଷର ହେଲା ଭାରତୀୟ ସମ୍ବିଧାନ

ନୂଆଦିଲ୍ଲୀ,୨୬ ।୧୧: ଦେଶ ସ୍ୱାଧିନ ହେବା ପରେ ଗଣତନ୍ତ୍ରର ପଥକୁ ବାଛି ନେଇ ନିଜର ସମ୍ବିଧାନ ଗଠନ କଲା ଭାରତ । ୧୯୪୯ରେ ଦେଶର ସମ୍ବିଧାନ...

ଜଳଖିଆରୁ ବାହାରିଲା ମଲା ସାପ

ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ...

ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…

କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ...

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ...

ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କଲେ ମହିଳା, ଯାତ୍ରୀମାନେ କଲେ ସାହାଯ୍ୟ

ମୁମ୍ବାଇ,୨୫ା୧୦: କର୍ନାଟକର ଦେବଦୁର୍ଗରୁ ପୁଣେ ଯାଉଥିବା ଜଣେ ମହିଳା ଏକ ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କରିଛନ୍ତି। ପ୍ରସବ ପରେ ମହିଳା ଏବଂ ତାଙ୍କ ନବଜାତକ...

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ...

ରତନ ଟାଟାଙ୍କ କାର୍‌କୁ ଜରିମାନା

ମୁମ୍ବାଇ, ୭ା୧: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଟାଟା ସନ୍‌ସ ଚେୟାରମ୍ୟାନ ରତନ ଟାଟାଙ୍କ ନିକଟକୁ ଇ-ଚାଲାଣ ପଠାଇଛି। ରତନ ଟାଟା...

Advertisement
Archives

Model This Week