ନିର୍ଭୁଲ ତଥ୍ୟ ସଂଗ୍ରହ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ୨୦୨୧ ଜନଗଣନା ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାକୁ ଜିଲାସ୍ତରୀୟ ଜନଗଣନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନା ତଥ୍ୟ ଆଧାରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥାଏ। ସାମାଜିକ, ଅର୍ଥନୈତିକ, ଶିକ୍ଷା, ଜାତି, ଧର୍ମ ବିଷୟରେ ପ୍ରତ୍ୟେକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯାଏ। ଏଥିରେ ନିୟୋଜିତ କର୍ମଚାରୀ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଜନଗଣନା କାର୍ଯ୍ୟକ୍ରମର ଭୁବନେଶ୍ୱରସ୍ଥିତ ଡେପୁଟି ଡାଇରେକ୍ଟର ଆରାଧନ କର୍ମୀ ସୂଚନା ଦେଇ କହିଲେ, ସ୍ବାଧୀନତା ପରେ ୨୦୨୧ରେ ଅଷ୍ଟମ ଥର ପାଇଁ ଜନଗଣନା କରାଯିବ। ଏଥିରୁ ଦେଶର ସାମ୍ପ୍ରତିକସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ। ବାସଗୃହ ସଂଖ୍ୟା, ସଦସ୍ୟଙ୍କ ସଂଖ୍ୟା ଭିତ୍ତିରେ ପ୍ରତି ତହସିଲକୁ କେତେଗୁଡିଏ ବ୍ଲକରେ ବିଭକ୍ତ କରାଯିବ। ପ୍ରତି ବ୍ଲକରେ ୬୦୦ରୁ ୮୦୦ ଲୋକଙ୍କୁ ସାମିଲ କରାଯିବ। ପ୍ରତ୍ୟେକ ଜନଗଣନାକାରୀଙ୍କୁ ଗୋଟିଏ ଲେଖାଏ ନିର୍ଦ୍ଧାରିତ ବ୍ଲକର ଦାୟିତ୍ୱ ଦିଆଯିବ। ୬ ଜନଗଣନାକାରୀ ଜଣେ ସୁପରଭାଇଜର ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ଉଭୟ ମୋବାଇଲ ଆପ୍‌ ଏବଂ ପେପର ସିଡ୍ୟୁଲ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ବିଭିନ୍ନ ପ୍ରଶ୍ନାବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
୨୦୨୧ ଜନଗଣନା କାର୍ଯ୍ୟକ୍ରମରେ ଜିଲାପାଳ ପ୍ରିନ୍ସିପାଲ ସେନ୍‌ସସ୍‌ ଅଫିସର ରହିବେ। ସେହିପରି ଅତିରିକ୍ତ ଜିଲାପାଳ ଜିଲା ସେନସସ୍‌ ଅଫିସର, ଉପଜିଲାପାଳମାନେ ଉପଖଣ୍ଡ ସେନ୍‌ସସ୍‌ ଅଧିକାରୀ, ଡେପୁଟି ଡାଇରେକ୍ଟର (ପ୍ଲାନିଂ ଆଣ୍ଡ୍‌ ଷ୍ଟାଟିଷ୍ଟିକ୍ସ) ସହକାରୀ ଜିଲା ସେନ୍‌ସସ୍‌ ଅଧିକାରୀ ଦାୟିତ୍ୱ ନିର୍ବାହ କରିବେ। ତହସିଲଦାର, ବିଡିଓ, ଡିଇଓ, ବିଇଓ ଚାର୍ଜ ଅଫିସର, ଅତିରିକ୍ତ ତହସିଲଦାର, ଅତିରିକ୍ତ ବିଡିଓ ସହକାରୀ ଚାର୍ଜ ଅଫିସର ରହିବେ। ସେହିପରି ଜିଲା କାର୍ଯ୍ୟାଳୟର ସହକାରୀ ଜିଲାପାଳ ସସ୍ମିତା ବେହେରା ନୋଡାଲ ଅଫିସର ଏବଂ ମଧୁସ୍ମିତା ପଣ୍ଡା ଜିଲା ସେନ୍‌ସସ୍‌ ପିଆର ଦାୟିତ୍ୱରେ ଅଛନ୍ତି।
ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟ ମହାପାତ୍ର, ଯୋଜନା ବିଭାଗ ଉପନିର୍ଦ୍ଦେଶକ ସରୋଜ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri