ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦ ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ଶେଷ ହୋଇଛି। ଗତ ୧୫ ମାସ ହେବ ଗଞ୍ଜାମ ଜିଲାପାଳଙ୍କୁ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜନ ପ୍ରତିନିଧି ନ ଥିବାରୁ ଉନ୍ନୟନ କାର୍ଯ୍ୟ ସବୁ ୱାର୍ଡରେ ଧିମା ହୋଇଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ସରକାରୀ ବାବୁମାନେ ବିକାଶ ମୂଳକ ଯୋଜନା କେବଳ ବୈଠକ ପରେ ବୈଠକରେ ସମୀକ୍ଷା କରୁଛନ୍ତି। ଫଳରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି। ପୂର୍ବତନ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଝୁଲି ରହିଥିବା ପୌର ନିର୍ବାଚନ କେବେ ହେବ ଅନାଇ ରହିଛନ୍ତି। ତେବେ ସରକାରଙ୍କ ଅବହେଳା ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି।
ସୂଚନାଯୋଗ୍ୟ, ମହାନଗରର ୪୦ ୱାର୍ଡ ମଧ୍ୟରୁ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ରହିଛି। ରାଜ୍ୟର ଉଚ୍ଚ ନ୍ୟାୟାଳୟ ସଂରକ୍ଷଣ ବ୍ୟବସ୍ଥା ୫୦% ମଧ୍ୟରେ ରଖିବାକୁ ରାୟ ଦେଇଥିଲେ। ଏହାକୁ ବିରୋଧ କରି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାର ହାଇକୋର୍ଟ ଆଦେଶ କାଏମ ରହିଛି। ତେଣୁ ଅଡ଼ୁଆ ସ୍ଥିତି ଉପୁଜିଛି। ପୁଣି ୱାର୍ଡଗୁଡ଼ିକ ପୁନର୍ଗଠନ ହେବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଥିପାଇଁ ୧୯୫୦ ପୌର ଆଇନ ଏବଂ ୨୦୦୩ ମ୍ୟୁନିସିପାଲ କର୍ପୋରେଶନ ଆଇନର ସଂଶୋଧନ ନିହାତି ଆବଶ୍ୟକ। ତେଣୁ କ୍ୟାବିନେଟ ଅନୁମୋଦନ ପରେ ସଂଶୋଧନ ବିଲ ବିଧାନସଭାରେ ପାରିତ କରିବାକୁ ପଡ଼ିବ । ପରେ ରାଜ୍ୟପାଳଙ୍କ ମୋହର ବାଜିଲେ ତାହା କାର୍ଯ୍ୟକାରୀ ହେବ ।
କେବଳ ପୌର ନିଗମ ନୁହେଁ ସବୁ ପୌର ସଂସ୍ଥା ଓ ଏନ୍ଏସିରେ ଏହା ଲାଗୁ ହେବ । ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌର ପରିଷଦ ଓ ଆଉ ୧୬ ଏନ୍ଏସି ରହିଛି। ଏହି ୧୮ ସହରାଞ୍ଚଳ ଦାୟିତ୍ୱ ୧୫ ମାସ ହେବ ସରକାରୀ ନିୟନ୍ତ୍ରଣରେ ଅଛି । କେବେ ପୌର ନିର୍ବାଚନ ହେବ ତାହା ଅନିଶ୍ଚିତ ହୋଇଯାଇଛି। ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପୌର ସଂସ୍ଥା ବିଜେଡି ଦଖଲରେ ଥିଲା। ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନେ ଶୀଘ୍ର ପୌର ନିର୍ବାଚନ ହେବ ଏବଂ ପୁଣି ବିଜେଡି ଦଖଲକୁ ଆସିବାର ସ୍ବପ୍ନ ଦେଖିଥିଲେ। ତେବେ ଏହାର ନଁା ଗନ୍ଧ ନ ଥିବାରୁ ସମସ୍ତେ ହତାଶ ହୋଇଯାଇଛନ୍ତି। ଏହାର ସୁଯୋଗରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ବିଭିନ୍ନ ଭାବରେ ସମାଲୋଚନା କରୁଛନ୍ତି। ସହରାଞ୍ଚଳ ଭୋଟ ଶାସକ ଦଳ ବିରୋଧରେ ଯିବାର ଆଶଙ୍କା କରି ନିର୍ବାଚନ ପାଇଁ ଭୟ କରୁଥିବା ବିରୋଧୀ ଦର୍ଶାଇଛନ୍ତି।
ବ୍ରହ୍ମପୁର ପୌର ପରିଷଦ ବ୍ରିଟିଶ ସରକାର ଶାସନରେ ୧୮୬୭ ରେ ପ୍ରତିଷ୍ଠା ହୋଇଥିଲା। ପୂର୍ବ ରେକର୍ଡ ନ ଥିଲେ ମଧ୍ୟ ୧୯୪୯ ରୁ ୨୦୦୧ ସୁଦ୍ଧା ୨୩ ଥର ନିର୍ବାଚିତ ପରିଷଦ ଭଙ୍ଗ ହୋଇଛି । ୨୩ ଜିଲାପାଳମାନେ ଶାସନ ମୁଖ୍ୟ ହୋଇଛନ୍ତି। ପୂର୍ବ ମ୍ୟୁନିସିପାଲିଟିର ଶେଷ ପ୍ରଶାସକ ଥିଲେ ଆଇଏଏସ୍ ଅଫିସର ସଞ୍ଜୀବ କୁମାର ମିଶ୍ର । ସେ ୨୦୦୧ ଡିସେମ୍ବର ୯ ରୁ ୨୦୦୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନଗରପାଳ ବା ପ୍ରଶାସକ ଦାୟିତ୍ୱ ତୁଲାଇଥିଲେ । ୨୦୦୩ ଅକ୍ଟୋବର ୮ରେ ଅନୁଷ୍ଠିତ ପୌର ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ଲାଭ କରିଥିଲା ଏବଂ ପ୍ରଥମ ମହିଳା ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୧୩ ପୌର ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ଜିତିବାରୁ ପ୍ରଥମ ମହିଳା ମେୟର ହୋଇଥିଲେ କେ. ମାଧବୀ। ଏବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଗମର ପ୍ରଶାସକ ଦାୟିତ୍ୱରେ ଅଛନ୍ତି।
ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍; ଚାଲିଗଲା…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…
ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍, ଅର୍ଥ ଅନୁମୋଦନ କେବେ…?
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…
କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…
ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ
ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…
ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…
କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…
Archives

