Posted inଜାତୀୟ

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି। ଏଥିସହ କାହିଁକି ସେ ଏତେ ଦିନ ନିଖୋଜ ହୋଇଯାଇଥିଲେ ତାର କାରଣ ସର୍ବସମ୍ମୁଖରେ ରଖିଛନ୍ତି। ତେବେ ଫେରିବା ପରେ ସେ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ବନ୍ଧୁଗଣ, କିଛି ସପ୍ତାହରୁ ମୋର ଲିଗାମେଣ୍ଟ ଇନଜ୍ୟୁରି ଓ ଏସିଏଲ୍‌ ଇନଜ୍ୟୁରି ହୋଇଥିବାରୁ ଚିକିତ୍ସାରେ ମୁଁ ବ୍ୟସ୍ତ ଥିଲି। ହେଲେ ବିରୋଧୀ ଦଳ ଓ ଗଣମାଧ୍ୟମ ଏହାକୁ ଏକ ମସାଲାଦାର କାହାଣୀର ରୂପ ଦେଇଥିବା ଦେଖି ମୁଁ ବହୁତ ମଜା ନେଇଥିଲି ବୋଲି ତେଜସ୍ବୀ କହିଛନ୍ତି। ଯେଉଁମାନେ ଆମକୁ ସାମାଜିକ ନ୍ୟାୟର ବିକଳ୍ପ ଭାବୁଛନ୍ତି ସେମାନଙ୍କ ପାଇଁ ଆମେ ସବୁବେଳେ ଦାୟିତ୍ୱବାନ ହୋଇ ରହିଛୁ। ଏଠାରେ ଆମେ ଅଛୁ ଏବଂ ଲଢ଼େଇ ଜାରି ରଖିଛୁ ବୋଲି ସେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିଛନ୍ତି। ପରାଜୟ ପଛର କାରଣ ଜାଣିବା ପାଇଁ ସେ ଅଲଗା ପ୍ରକ୍ରିୟା ଦ୍ୱାରା ଅଧ୍ୟୟନ କରିବା ସହ ଏହାର ବିଶ୍ଳେଷଣ ଓ ମୂଲ୍ୟାୟନ କରିଛନ୍ତି। ଅପରପକ୍ଷରେ ମସ୍ତିଷ୍କ ଜ୍ୱରରେ ହଠାତ୍‌ ଏତେ ସଂଖ୍ୟାରେ ହୋଇଥିବା ପିଲାଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖ ସମୟରେ ଆରଜେଡି କର୍ମକର୍ତ୍ତାଙ୍କୁ ଓ ନେତାଙ୍କୁ ପୀଡିତ ପରିବାରଙ୍କ ଘରକୁ ଯାଇ ବିନା ଫଟୋ ପ୍ରଦର୍ଶନ କରି ତାଙ୍କୁ ଭେଟିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏମ୍‌ପିମାନେ ଏହି ମାମଲାକୁ ସଂସଦରେ ଉଠାଇବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପରେ ତେଜସ୍ବୀ ଯାଦବଙ୍କ କିଛି ପତ୍ତା ମିଳି ନ ଥିଲା। ସେ ବହୁ ଦିନରୁ ନିଖୋଜ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri